Delhi Excise Law: ମନୀଷ ସିସୋଦିଆଙ୍କୁ ବଡ଼ ଝଟକା, ଠକିଦେଲେ ସହଯୋଗୀ
Advertisement
Article Detail0/zeeodisha/odisha1430083

Delhi Excise Law: ମନୀଷ ସିସୋଦିଆଙ୍କୁ ବଡ଼ ଝଟକା, ଠକିଦେଲେ ସହଯୋଗୀ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚର୍ଚ୍ଚାରେ ରହି ଆସିଛି ଦିଲ୍ଲୀର ସରାବ ନୀତି ଦୁର୍ନିତୀ (New Excise Law)। ଏହି ଦୁର୍ନିତୀରେ ଦିଲ୍ଲୀ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଘାଣ୍ଟିବାରେ ଲାଗିଛି।  ଏହି ଘଟଣାରେ ଆଉ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ମନୀଷଙ୍କ ନିକଟତମ ସହଯୋଗୀ ତଥା ଏହି ଦୁର୍ନିତୀରେ ସା

Delhi Excise Law: ମନୀଷ ସିସୋଦିଆଙ୍କୁ ବଡ଼ ଝଟକା, ଠକିଦେଲେ ସହଯୋଗୀ

Delhi Excise Law: ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚର୍ଚ୍ଚାରେ ରହି ଆସିଛି ଦିଲ୍ଲୀର ସରାବ ନୀତି ଦୁର୍ନିତୀ (New Excise Law)। ଏହି ଦୁର୍ନିତୀରେ ଦିଲ୍ଲୀ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଘାଣ୍ଟିବାରେ ଲାଗିଛି।  ଏହି ଘଟଣାରେ ଆଉ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ମନୀଷଙ୍କ ନିକଟତମ ସହଯୋଗୀ ତଥା ଏହି ଦୁର୍ନିତୀରେ ସାମିଲ ଥିବା ଦିନେଶ ଅରୋରା ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି। ଦିନେଶ ଏହା ପୂର୍ବରୁ ସରକାରୀ ସାକ୍ଷୀ ହେବାକୁ ଅନୁମତି ମାଗିଥିଲେ। ଦିନେଶ ଅରୋଡ଼ା ଶପଥ ନେଇଛନ୍ତି କି କୌଣସି ଚାପର ବଶବର୍ତ୍ତି ନ ହୋଇ ସେ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି। ଏହା ସହିତ ସେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ କ୍ଷମା କରିଦେବାକୁ ମଧ୍ୟ ପ୍ରାର୍ଥନା କରିଥିଲେ। ତାଙ୍କର ଏହି ପ୍ରସ୍ତାବ ଉପରେ ଆସନ୍ତା ୧୪ ତାରିଖରେ ଶୁଣାଣି ହେବ। ରାଉଜ ଆଭଏନ୍ୟୁ କୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ ସିବିଆଇ ଏହା ମଧ୍ୟ କହିଛି ଯେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନିକଟବର୍ତ୍ତୀ ବ୍ୟକ୍ତିମାନେ ଅବକାରୀ ନୀତି ମାମଲାରେ ସରକାରୀ ସାକ୍ଷୀ ହେବେ। ଏଠାରେ କହି ରଖୁଛୁ କି ସିସୋଦିଆର ନିକଟ ସହଯୋଗୀ ବ୍ୟବସାୟୀ ଦିନେଶ ଆରୋରାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ ଏବଂ ସିବିଆଇ ଏହାକୁ ବିରୋଧ କରିନଥିଲା। ମନୀଷ ସିସୋଡିଆଙ୍କ ବିରୋଧରେ ଆରୋରା ଏହାର ସାକ୍ଷୀ ହେବ ବୋଲି ସିବିଆଇ କୋର୍ଟରେ ଏକ ଆବେଦନ କରିଛି। ସିବିଆଇ କୋର୍ଟଙ୍କୁ କହିଛି ଯେ ଦିନେଶ ତଦନ୍ତ ସମୟରେ ସହଯୋଗ କରିଥିଲେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ।

ମିଳିଥିବା ସୂଚନା ମୁତାବକ ସିବିଆଇ ଯେତେବେଳେ ବିଜୟ ନାୟାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମୀର ମହେନ୍ଦ୍ରୁଙ୍କୁ ଗିରଫ କରିଥିଲା ସେତେବେଳେ ଦିନେଶଙ୍କ ଆଗୁଆ ଜାମିନର ମାମଲା ଦାଖଲ ହୋଇଥିଲା। ମହେନ୍ଦ୍ରୁ ରାଧା ଇଣ୍ଡଷ୍ଟ୍ରିକୁ କୋଟିଏ ଟଙ୍କା ପଠାଇଥିଲା। ଯାହା ଦିନେଶଙ୍କର ରହିଥିଲା। ଆହୁରି ମଧ୍ୟ ଅଭିଯୋଗ ରହିଛି କି ଏଣ୍ଟରଟେନମେଣ୍ଟ-ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଓନଲୀ ମଚ ଲାଉଡ଼ରର ପୂର୍ବତନ ସିଇଓ ବିଜୟ ନାୟରଙ୍କ ପାଇଁ ମହେନ୍ଦ୍ରୁ ଅର୍ଜୁନ ପାଣ୍ଡେଙ୍କୁ ଦେଇଥିଲେ। ଅର୍ଜୁନ ପାଣ୍ଡେ ହେଉଛନ୍ତି ମନୀଷ ସିସୋଦିଆଙ୍କ ନିକଟତମ ସହଯୋଗୀ ବୋଲି ଜଣାପଡ଼ିଛି। 

ଏମାନଙ୍କ ବ୍ୟତୀତ ସିବିଆଇ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରିଛି। ଅନ୍ୟପକ୍ଷରେ ଇଡି ଏହି ମାମଲା ସହ ଜଡିତ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ସାକ୍ଷୀ ସଂଗ୍ରହ କରୁଛି, ଯାହା ଦ୍ୱାରା ଏହି ମାମଲାରେ ଟଙ୍କା ହେରଫେର ଚିହ୍ନଟ ହୋଇପାରିବ। ଏଠାରେ କହି ରଖୁ କି ଦିଲ୍ଲୀର ମଦ ନୀତି ୨୦୨୧-୨୨କୁ ନେଇ ବିବାଦ ବଢିବାରେ ଲାଗିଛି। ଯେତେବେଳେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହା ଉପରେ ସିବିଆଇ ତଦନ୍ତ ଦାବି କରିଥିଲେ। ଏହି ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟ ଏକ୍ସାଇଜ୍ ବିଭାଗର ୧୧ ଜଣ ଅଧିକାରୀଙ୍କୁ ଗିରଫ କରିଛନ୍ତି।