Delhi ପରେ Maharashtra ରେ ବିଜୁଳି ସଂକଟ; କୋଇଲା ଅଭାବ କାରଣରୁ ୧୩ ୟୁନିଟ ବନ୍ଦ
Advertisement

Delhi ପରେ Maharashtra ରେ ବିଜୁଳି ସଂକଟ; କୋଇଲା ଅଭାବ କାରଣରୁ ୧୩ ୟୁନିଟ ବନ୍ଦ

କୋଇଲା ଅଭାବ ବଢୁଥିବା ବେଳେ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେତୁ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଇଛି। 

Delhi ପରେ Maharashtra ରେ ବିଜୁଳି ସଂକଟ;  କୋଇଲା ଅଭାବ କାରଣରୁ ୧୩ ୟୁନିଟ ବନ୍ଦ

ମୁମ୍ବାଇ: କୋଇଲା ସଙ୍କଟ କାରଣରୁ ରବିବାର ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ ସଂସ୍ଥାକୁ ବିଦ୍ୟୁତ୍ ଯୋଗାଣ କରୁଥିବା ମୋଟ ବିଦ୍ୟୁତ ଉତ୍ପାଦନର ୧୩ ୟୁନିଟ୍ ବନ୍ଦ କରାଯାଇଛି। ଏହି କାରଣରୁ ରାଜ୍ୟରେ ୩୩୩୦ ମେଗାୱାଟ ବିଦ୍ୟୁତ ଯୋଗାଣ ସ୍ଥଗିତ ରହିଛି। ଲୋକଙ୍କୁ କମ୍ ବିଦ୍ୟୁତ୍ ବ୍ୟବହାର କରିବାକୁ ନିବେଦନ କରାଯାଉଛି।

ଏନେଇ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍ (Maharashtra State Electricity Distribution Company Limited) ଏମଏସଇଡି଼ସିଏଲ (MSEDCL) ଚାହିଦା ଏବଂ ଯୋଗାଣକୁ ସନ୍ତୁଳିତ କରିବା ପାଇଁ ଗ୍ରାହକଙ୍କୁ ସକାଳ ୬ଟାରୁ ସକାଳ ୧୦ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରକୁ ହ୍ରାସ କରିବାକୁ ନିବେଦନ କରାଯାଇଛି। ଚନ୍ଦ୍ରପୁର, ଭୁସାବଲ, ନାସିକ ଠାରେ ଥିବା ୨୧୦ ମେଗାୱାଟ ୟୁନିଟ, ପାରାସ ଠାରେ ଥିବା ୨୫୦ ମେଗାୱାଟ ୟୁନିଟ, ଭୁସାଭାଲ, ଚନ୍ଦ୍ରପୁର ଠାରେ ଥିବା ୫୦୦ ମେଗାୱାଟ ୟୁନିଟ୍ ବନ୍ଦ ରହିଛି। ଏହା ବ୍ୟତୀତ ୬୪୦ ମେଗାୱାଟ ବିଶିଷ୍ଟ ଗୁଜୁରାଟ ପାୱାର ଲିମିଟେଡ ସଂସ୍ଥାର ୪ ଏବଂ ଅମରାବତୀସ୍ଥିତ ରତନ ଇଣ୍ଡିଆ ପାୱାର ଲିମିଟେଡ୍ ସଂସ୍ଥାର 3 ସେଟ୍ ବନ୍ଦ ରହିଛି।

Also Read: କଥିତ ବିଜୁଳି ସଂକଟକୁ ନେଇ ମୁହାଁମୁହିଁ କେନ୍ଦ୍ର-ଦିଲ୍ଲୀ ସରକାର

ବର୍ତ୍ତମାନ ବିଦ୍ୟୁତ୍ ଚାହିଦା ଏବଂ ଯୋଗାଣ ମଧ୍ୟରେ ରହିଥିବା ୩୩୦ ମେଗାୱାଟ ବ୍ୟବଧାନକୁ ଭରଣା କରିବା ପାଇଁ ଖୋଲା ବଜାରରୁ ବିଦ୍ୟୁତ୍ କ୍ରୟ କରାଯାଉଛି। ସାରା ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେତୁ ବିଦ୍ୟୁତ୍ କ୍ରୟ ମୂଲ୍ୟ ମଧ୍ୟ ମହଙ୍ଗା ହେଉଛି। ଖୋଲା ବଜାରରୁ ୟୁନିଟ୍ ପିଛା ୧୩ ଟଙ୍କା ୬୦ ପଇସା ମୂଲ୍ୟରେ ୭୦୦ ମେଗାୱାଟ ଶକ୍ତି କ୍ରୟ କରାଯାଉଛି। ରବିବାର ସକାଳେ ରିଅଲ୍ ଟାଇମ୍ କାରବାର ମାଧ୍ୟମରେ ୟୁନିଟ୍ ପିଛା ୬ ଟଙ୍କା ୨୩ ପଇସା ମୂଲ୍ୟରେ ୯୦୦ ମେଗାୱାଟ ବିଦ୍ୟୁତ୍ କ୍ରୟ କରାଯାଇଥିଲା। ଏହା ସହ କୋଏନା ଡ୍ୟାମ ତଥା ଅନ୍ୟାନ୍ୟ କ୍ଷୁଦ୍ର ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ତଥା ଅଣ ପାରମ୍ପାରିକ ଶକ୍ତି ଉତ୍ସ ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ କରାଯାଉଛି। କୋଇଲା ଅଭାବ ବଢୁଥିବା ବେଳେ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେତୁ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଇଛି। 

କଥିତ ବିଦ୍ୟୁତ ସଙ୍କଟକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୈତିକ ସଂଘର୍ଷ। ଏ ପ୍ରସଙ୍ଗରେ ଗତ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିଥିବା ବେଳେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ କୋଇଲା ସଙ୍କଟ ଖବରକୁ ଖାରଜ କରିଦେଇଥିବାବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ କରାଯାଉଥିବା ଦାବିକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ବାହାନା ଖୋଜୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତ୍ତିରୁ ଜଣାପଡୁ଼ଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read: ଦେଶରେ କାହିଁକି ସୃଷ୍ଟି ହେଲା ବିଜୁଳି ସଂକଟ? ସାମ୍ନାକୁ ଆସିଲା ୨ ବଡ଼ କାରଣ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ କୋଇଲା ସଙ୍କଟ ସମ୍ପର୍କରେ କେନ୍ଦ୍ର ସରକାରକୁ ନିରନ୍ତର ଭାବେ ଅବଗତ କରାଯାଉଥିଲା। ଏନେଇ କ୍ରମାଗତ ଭାବେ ସୂଚନା ମିଳୁଥିଲା। ହେଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ କୌଣସି ପ୍ରକାର ସଙ୍କଟକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ଗୁଜବ ବୋଲି କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏପରି ପତ୍ର ଲେଖିବା ଉଚିତ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ହେଲେ ମୁଁ ଅତ୍ୟନ୍ତ ଦୁଃଖିତ, କେନ୍ଦ୍ର ମନ୍ତ୍ରୀ ଭାବୁଛନ୍ତି ଯେ କୌଣସି ସଙ୍କଟ ନାହିଁ। ହେଲା ଏହା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ବାହାନା ଖୋଜୁଛନ୍ତି।