ନୁପୁର ଶର୍ମାଙ୍କୁ ହତ୍ୟା ଧମକ; ଦିଲ୍ଲୀ ପୋଲିସ ଦେଲା ସୁରକ୍ଷା
Advertisement
Article Detail0/zeeodisha/odisha1210949

ନୁପୁର ଶର୍ମାଙ୍କୁ ହତ୍ୟା ଧମକ; ଦିଲ୍ଲୀ ପୋଲିସ ଦେଲା ସୁରକ୍ଷା

ମହମ୍ମଦଙ୍କ ଉପରେ ଟିଭି ବିତର୍କ ସମୟରେ ଦେଇଥିବା ମନ୍ତବ୍ୟ ପାଇଁ ବିବାଦରେ ଛନ୍ଦି ହୋଇ ପଡିଥିବା ନୁପୁର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ସୁରକ୍ଷା ଦେଇଛି । ସେ ବିପଦରେ ଥିବା ନପୁର ଶର୍ମା ଏବଂ ତାଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇସଲାମ ପ୍ରତିଷ୍ଠାତା ମହମ୍ମଦଙ୍କ (Prophet Muhammad) ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ଚର୍ଚ୍ଚାକୁ ଆସିଥିବା ବିଜେପି ନୁପୁର ଶର୍ମାଙ୍କୁ (Nupur Sharma) ନିଲମ୍ବିତ କରାଯାଇଛି । ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଛି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ବାସ୍ତବରେ, ନୁପୁର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଯୋଗୁଁ ତାଙ୍କୁ ହତ୍ୟା ଧମକ ମିଳୁଥିଲା ଏବଂ ଏହା ପରେ ପୋଲିସ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରିଥିଲା । ହତ୍ୟା ଧମକ ପାଇବା ପରେ ସୁରକ୍ଷା ଯୋଗାଇବା ପାଇଁ ନୁପୁର ଶର୍ମା ପୋଲିସକୁ ଅନୁରୋଧ କରିଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ନୁପୁର ଶର୍ମା ଏବଂ ତାଙ୍କ ପରିବାରକୁ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଧମକ ଦିଆଯାଉଥିବା ଏବଂ ହଇରାଣ କରାଯାଉଥିବା ଅଭିଯୋଗ ହୋଇଥିବାରୁ ସେମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି ।

ସାଉଦି ଆରବ, କତାର, ଓମାନ, ଜୋର୍ଡାନ, ସଂୟୁକ୍ତ ଆରବ ଏମିରେଟ୍ସ ଏବଂ ଇରାନ ସମେତ ମୋଟ 15 ଟି ଦେଶ ଏପର୍ଯ୍ୟନ୍ତ, ଏହି ପ୍ରସଙ୍ଗରେ ଭାରତ ଉପରେ ଆପତ୍ତି ଉଠାଇଛନ୍ତି । ଭାରତର ରାଷ୍ଟ୍ରଦୂତଙ୍କୁ ଡକାଇ ଅନେକ ଦେଶ ବିରୋଧ କରିଛନ୍ତି । ଆରବ ଦେଶରେ ବିରୋଧ ଆରମ୍ଭ ହେବା ପରେ ନୁପୁର ଶର୍ମାଙ୍କୁ ରବିବାର ବିଜେପି ନିଲମ୍ବିତ କରିଛି । ନୂଆଦିଲ୍ଲୀ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନୁପୁର ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଦିଲ୍ଲୀ ୟୁନିଭରସିଟି ଷ୍ଟୁଡେଣ୍ଟସ ୟୁନିଅନର ସଭାପତି ଥିବା ନୁପୁର ଶର୍ମା କେଜ୍ରିୱାଲଙ୍କ ବିରୁଦ୍ଧରେ ଲଢ଼ିବା ଦିନଠାରୁ ଚର୍ଚ୍ଚାରେ ଥିଲେ ଏବଂ ଏହାପରେ ଦଳରେ ତାଙ୍କ ସ୍ଥିତିରେ ସୁଦୃଢ଼ ହେବାକୁ ଲାଗିଥିଲା ଏବଂ ସେ ବିଜେପିର ଜାତୀୟ ମୁଖପାତ୍ର ହୋଇଥିଲେ । ତେବେ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେବା ପରେ ବିବାଦ କାରଣରୁ ତାଙ୍କର ରାଜନୈତିକ କ୍ୟାରିୟର ବିପଦରେ ରହିଛି ।

ଏହା ବି ପଢ଼ନ୍ତୁ: ପାର୍ଟିରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନୁପୁର; କହିଲେ- 'ମହାଦେବଙ୍କ ଅପମାନ ...'

ଏହା ବି ପଢ଼ନ୍ତୁ: ଜୀବିତ ବ୍ୟକ୍ତିଙ୍କୁ ମୃତ କହିଲା CBI; କୋର୍ଟରେ ପହଞ୍ଚି ମହିଳା କହିଲେ- 'ହୁଜୁର୍, ମୁଁ ବଞ୍ଚିଛି'