National News in odia: ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ଧମକପୂର୍ଣ୍ଣ ଇ- ମେଲ, ସ୍କୁଲ ଖାଲି କଲା ପୋଲିସ
Advertisement
Article Detail0/zeeodisha/odisha1668766

National News in odia: ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ଧମକପୂର୍ଣ୍ଣ ଇ- ମେଲ, ସ୍କୁଲ ଖାଲି କଲା ପୋଲିସ

DPS Bomb Threat: ମଥୁରା ରୋଡ଼ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ଧମକପୂର୍ଣ୍ଣ ଇ- ମେଲ ଆସିଛି । ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ଧମକପୂର୍ଣ୍ଣ ଇ- ମେଲ ମିଳିବା ପରେ ସଙ୍ଗେ ସଙ୍ଗେ ଏନେଇ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ଯେ, ଇ- ମେଲ ଯୋଗେ ଧମକ ଆସିଛି। ବର୍ତ୍ତମାନ ଏହାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ମିଳିପାରିବ। 

ସୌ(ସୋସିଆଲ ମିଡିଆ)

DPS Bomb Threat: ରାଜଧାନୀ ଦିଲ୍ଲୀରୁ (Delhi) ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଥୁରା ରୋଡ଼ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ (Delhi Public School Mathura Road) ବମରେ ଉଡ଼ାଇବା ନେଇ ଏକ ଧମକପୂର୍ଣ୍ଣ ଇ- ମେଲ (Bomb threat via email) ଆସିଛି । ଏହି ମେଲ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ଧମକପୂର୍ଣ୍ଣ ଇ- ମେଲ ମିଳିବା ପରେ ସଙ୍ଗେ ସଙ୍ଗେ ଏନେଇ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦିଆଯାଇଥିଲା । କିଛି ସମୟ ମଧ୍ଯରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ଯେ, ଇ- ମେଲ ଯୋଗେ ଧମକ (Bomb threat via email) ଆସିଛି। ବର୍ତ୍ତମାନ ଏହାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ମିଳିପାରିବ। ସେଟଟେ ଦକ୍ଷିଣ ପୂର୍ବ ଡିସିପି ରାଜେଶ ଦେନ୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍କୁଲ୍ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ସ୍ଥିତି ସ୍ବାଭାବିକ ରହିଛି । ବମ୍ ଡିସପୋଜାଲ୍ ସ୍କାର୍ଡ଼, ଡଗ୍ ସ୍କାର୍ଡ଼  ଓ ଏକ ସ୍ବାଟ ଟିମ୍ ବିଦ୍ୟାଳୟ ପରିସରରେ ଅନୁସନ୍ଧାନ ଜାରି ରଖିଛି।

 

ସକାଳ ସମୟରେ ପୋଲିସକୁ ମିଳିଥିଲା ସୂଚନା

ବିଦ୍ୟାଳୟର ଅଧିକାରୀମାନେ ସକାଳ ପ୍ରାୟ ୮:୧୦ ମିନିଟ୍ ରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବିଦ୍ୟାଳୟକୁ ଖାଲି କରିଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ନେଇ ଦିଲ୍ଲୀ ପୋଲିସ (Delhi Police) ସୂଚନା ଦେଇଛି ।

ପୂର୍ବରୁ ମଧ୍ଯ ଘଟି ସାରିଛି ଏଭଳି ଘଟଣା

ପ୍ରକାଶ ଥାଉ କି, ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଚଳିତ ଏପ୍ରିଲ ମାସ ୧୨ ତାରିଖରେ ସାଦିକ ନଗରସ୍ଥିତ ଦିଲ୍ଲୀ 'ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍' (Indian Public School Delhi Sadiq Nagar )କୁ ମଧ୍ୟ ବମ୍ ରେ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଇମେଲ୍ (Bomb threat via email) ଆସିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତର୍କତାମୂଳକ ଭାବେ ସ୍କୁଲ ପରିସରକୁ ଖାଲି କରିଥିଲା। ଅଭିଭାବକଙ୍କୁ ଡ଼କାଇ ଶୀଘ୍ର ପିଲାମାନଙ୍କୁ ଘରକୁ ପଠାଯାଇଥିଲା। ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କାର୍ଡ଼ (Bomb Detection and Disposal Squad) ବିଦ୍ୟାଳୟ ଭିତରେ ପହଞ୍ଚି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅନୁସନ୍ଧାନ କରିଥିଲେ । କିନ୍ତୁ ସେଠାରେ କୌଣସି ବୋମା ମିଳିନଥିଲା। ତେବେ ଏନେଇ ସ୍କୁଲ ଶିକ୍ଷକ ସୂଚନା ଦେଇ କହିଥିଲେ ଯେ, ଏହି କାର୍ଯ୍ୟ ପଛରେ କିଛି ଦୁଷ୍କର୍ମକାରୀଙ୍କ ହାତ ଥାଇପାରେ।

ଏହା ବି ପଢନ୍ତୁ-National News in Odia: ମୋବାଇଲେ ଭିଡ଼ିଓ ଦେଖିବା ସମୟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା କଅଁଳ ଜୀବନ

ଏହା ବି ପଢନ୍ତୁ-ବିମାନରେ ନେଇ ପାରିବେନି ଇନ୍ଦୋରର ପ୍ରସିଦ୍ଧ ଜୀରାଓ୍ୱନ ମସଲା, ଆସିଲା ନୂଆ ଗାଇଡ଼ଲାଇନ

ଏହା ବି ପଢନ୍ତୁ- National News in Odia: ବାଥରୁମରେ ଶିଶୁକୁ ଜନ୍ମ ଦେଇ ଝରକା ପଟେ ଫିଙ୍ଗିଦେଲା ମାଆ

ଏହା ବି ପଢନ୍ତୁ- Whatsaap New Feature: ଏଣିକି ଗୋଟିଏ ନୁହେଁ, ୪ଟି ମୋବାଇଲରେ ଖୋଲିବ ସମାନ ନମ୍ବରରେ ହ୍ୱାଟସଆପ