National News in Odia: ବାଥରୁମରେ ଶିଶୁକୁ ଜନ୍ମ ଦେଇ ଝରକା ପଟେ ଫିଙ୍ଗିଦେଲା ମାଆ
Advertisement
Article Detail0/zeeodisha/odisha1667738

National News in Odia: ବାଥରୁମରେ ଶିଶୁକୁ ଜନ୍ମ ଦେଇ ଝରକା ପଟେ ଫିଙ୍ଗିଦେଲା ମାଆ

National News in Odia: ନିକଟରେ କୋଲକତାରୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ୯ ମାସ ଧରି ଗର୍ଭରେ ରଖି ଜନ୍ମ ଦେବା ପରେ କଅଁଳ ଜୀବନକୁ ଝରକା ପଟେ ବାହାରକୁ ପିଙ୍ଗି ଦେଇଛି ଜନ୍ମ କଲା ମାଆ । ।

ସୌ(ସୋସିଆଲ ମିଡିଆ)

National News in Odia: “ମାଆ” ଏହି ଶଦ୍ଦର ଯେ କେତେ ମହତ୍ବ ରହିଛି ତାହା ସମସ୍ତେ ଜାଣିଥିବେ । ଏହି ଶଦ୍ଦରୁ ହିଁ ଆମ ଦିନ ଆରମ୍ଭ ଓ ଶେଷ ହୋଇଥାଏ । ମାଆ ଥିଲେ ଦୁନିଆରେ ସବୁ ସୁଖ ସାଥିରେ ରହିଥାଏ । ମାଆ ଶଦ୍ଦ ଦୁନିଆର ସବୁଠାରୁ ମଧୁର ଅଟେ । କୁହାଯାଏ ମାଆର ଋଣ ମରିବା ଯାଏଁ ମଧ୍ୟ ସୁଜା ଯାଇପାରିବ ନାହିଁ । ତାର ପଣତକାନିରେ ଦୁନିଆର ସବୁ ଖୁସି ମିଳିଥାଏ । ସବୁ ଦୁଃଖ,କଷ୍ଟ ଓ ଯନ୍ତ୍ରଣା ମାଆର ପଣତକାନିରେ ଲୀନ ହୋଇଥାଏ । ମା’ କୋଳ ଯେତିକି ଆରମଦାୟୀ ସେତିକି ନିରାପଦ ମଧ୍ଯ, କିନ୍ତୁ ନିକଟରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ୯ ମାସ ଧରି ଗର୍ଭରେ ରଖି ଜନ୍ମ ଦେବା ପରେ କଅଁଳ ଜୀବନକୁ ଝରକା ପଟେ ବାହାରକୁ ପିଙ୍ଗି ଦେଇଛି ଜନ୍ମ କଲା ମାଆ । ଏଭଳି ଏକ ହୃଦୟବିଦାରକ ଘଟଣା କୋଲକତାରୁ ସାମ୍ନାକୁ ଆସିଛି । ମହିଳା ଜଣଙ୍କ ନିଜ ଘର ବାଥରୁମରେ ଶିଶୁକୁ ଜନ୍ମ ଦେବାର କିଛି ମିନିଟରେ ପରେ ତାକୁ ହତ୍ୟା କରିଛି । ଏହି ଘଟଣାଟି ୨୨ ଏପ୍ରିଲର ଅଟେ ।

ସୂଚନା ଅନୁଯାୟୀ, କୋଲକତାର କସବା ଅଞ୍ଚଳରେ ଜଣେ ମହିଳା ତାଙ୍କ ଘରର ବାଥରୁମକୁ ଯିବାବେଳେ ପ୍ରସବ ବେଦନା ଅନୁଭବ କରିଥିଲେ ଫଳରେ ସେ ସେହିଠାରେ ହିଁ  ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ନବଜାତ ଶିଶୁର କାନ୍ଦ ଶୁଣି ମହିଳା ଜଣକ ବହୁତ ରାଗିଯାଇଥିଲ ପରେ ସେ ଶିଶୁକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଛି । ପୋଲିସର କହିବା ଅନୁଯାୟୀ, ୩୨ ବର୍ଷୀୟ ନିକୋଲା ଷ୍ଟାନିସ୍ଲାଉସ୍ ନାମକ ମହିଳା ଶନିବାର ରାତିରେ ତାଙ୍କ ଘରର ବାଥରୁମକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମହିଳାଙ୍କ ଘରୁ କାଚ ଭାଙ୍ଗିବା ଶଦ୍ଦ ଶୁଣାଯାଇଥିଲା । ସେମାନେ ଘର ବାହାରକୁ ଆସି ଦେଖିଥିଲେ ଯେ ମହିଳା ଜଣଙ୍କ ବାଥରୁମ ଝରକା ଭାଙ୍ଗି କିଛି ଗୋଟେ ଜିନିଷ ବାହାରକୁ ଫିଙ୍ଗି ଦେଇଛନ୍ତି ଯାହା ନାଳରେ ଭାସୁଛି । ପରେ ସେମାନେ ନାଳ ପାଖକୁ ଯାଇଥିଲେ । ସେଠାରେ ସେମାନେ ନବଜାତ ଶିଶୁକୁ ଦେଖି ଆର୍ଶ୍ଚଯ୍ୟ ହୋଇଯାଇଥିଲେ, ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ନବଜାତ ଶିଶୁ ଓ ରକ୍ତସ୍ରାବ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ ନେଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି- ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଗତ ବର୍ଷ ନଭେମ୍ବର ମାସରେ ସେ ବିବାହ କରିଥିଲେ। ମହିଳାଙ୍କ ସ୍ୱାମୀ ଜଣେ ମଦ୍ୟପ ବୋଲି ପୋଲିସ କହିଛି । ସେପଟେ ମହିଳାଙ୍କ ଗର୍ଭବତୀ କଥା ତାଙ୍କ ପରିବାର ସଦସ୍ୟ ଜାଣିନଥିବା କହିଛନ୍ତି । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ଶିଶୁଟିକୁ ଜୀବନ୍ତ ଜନ୍ମ ହେବାରେ ରୋକିବା କିମ୍ବା ଜନ୍ମ ପରେ ତାକୁ ହତ୍ୟା ଅପରାଧରେ ପୋଲିସ ମହିଳାଙ୍କ ବିରୋଧରେ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।  

Also Read-Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି