ଉଦ୍ଧବ ସରକାରଙ୍କୁ ଉପରେ ବର୍ଷିଲେ ଦେବେନ୍ଦ୍ର ଫଡନାବିସ
Advertisement

ଉଦ୍ଧବ ସରକାରଙ୍କୁ ଉପରେ ବର୍ଷିଲେ ଦେବେନ୍ଦ୍ର ଫଡନାବିସ

କୋରୋନା ମୁକାବିଲାରେ ରାଜ୍ୟ ସରକାର ବିଫଳ ବୋଲି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଉଦ୍ଧବ ସରକାରଙ୍କୁ ଉପରେ ବର୍ଷିଲେ ଦେବେନ୍ଦ୍ର ଫଡନାବିସ

ମୁମ୍ବାଇ: କୋରୋନା ସଂକଟକୁ ମୁକାବିଲା କରିବାରେ ବିଫଳ ହୋଇଥିବା ଦର୍ଶାଇ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ଏପରିକି ସେ ରାଜ୍ୟପାଳଙ୍କୁ ଭେଟି ଠାକରେ ସରକାରଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି।  

ସୂଚନାଯୋଗ୍ୟ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତସିଂ କୋଶ୍ୟାରିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଫଡନାବିସ କହିଥିଲେ କି, ମହାରାଷ୍ଟରେ ସର୍ବାଧିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି। ତେବେ ରାଜ୍ୟ ସରକାର କୋରୋନା ଉପରେ ନିୟନ୍ତ୍ରଣ ଆଣିବାରେ ବିଫଳ ହୋଇଥିବା ଜଣାପଡ଼ିଛି।   ଏହା ଉପରେ ନିୟନ୍ତ୍ରଣ ଆଣିବାରେ ସରକାର ଅବହେଳା କରୁଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି ରାଜ୍ୟରେ ବହୁତ ଲୋକଙ୍କୁ ଚିକିତ୍ସା ମଧ୍ୟ ସଠିକ ଢଙ୍ଗରେ ମଧ୍ୟ ମିଳିପାରୁନାହିଁ। ରାଜ୍ୟ ସରକାର ଚାଷୀ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଚାଷୀମାନଙ୍କୁ ସଠିକ ଢଙ୍ଗରେ ଏହି ସମୟ ମଧ୍ୟରେ ବିହନ ମିଳିପାରୁନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଦେବେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି କି, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ବାଲୁକାଶିଳ୍ପୀଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି। ମାତ୍ର ମହାରାଷ୍ଟ୍ର ଏପର୍ଯ୍ୟନ୍ତ କୌଣସି ସହାୟତା ଘୋଷଣା କରିନାହାନ୍ତି। ଶରଦ ପାଓ୍ୱାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସହାୟତା ପାଇଁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଚିଠି ଲେଖିବାର ଆବଶ୍ୟକତା ରହିଛି।  

ସେହିପରି ଠାକରେ ସରକାରଙ୍କୁ ଟାର୍ଗେଟ କରି ଦେବେନ୍ଦ୍ର ଫଡନାବିସ କହିଛନ୍ତି କି, ଯଦିଓ କେନ୍ଦ୍ର ସରକାର ଏକ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି, କିନ୍ତୁ ରାଜ୍ୟ ସରକାର ସେହି ତୁଳନାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ରକୁ ସମାଲୋଚନା କରିବାରେ କେବଳ ବ୍ୟସ୍ତ ରହୁଛି। ରାଜ୍ୟରେ କୋରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଦିଗରେ କୌଣସି କାର୍ଯ୍ୟ କରୁନାହାନ୍ତି। ଡାକ୍ତରଖାନାରେ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ ମଧ୍ୟ ଯଥେଷ୍ଟ ଆମ୍ବୁଲାନ୍ସ ନାହିଁ। ଡାକ୍ତରଖାନାରେ ମଧ୍ୟ ଅଧିକ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ ସୁବିଧା ନାହିଁ। ଯଦି ଉଦ୍ଧବ ଠାକରେଙ୍କ ସରକାର ଆମଠାରୁ କୌଣସି  ସାହାଯ୍ୟ ନେବାକୁ ଚାହୁଁନାହାନ୍ତି, ତେବେ ସେ ତାହାର ବିକଳ୍ପର ବ୍ୟବସ୍ଥା କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।  

ସେହିପରି ପ୍ରବାସୀ ଶ୍ରମିକଙ୍କ ଘର ଫେରନ୍ତା ମାମଲାକୁ ନେଇ ସେ କହିଛନ୍ତି କି, ଶ୍ରମିକମାନଙ୍କୁ ବସ କିମ୍ବା ଟ୍ରେନ ଯୋଗେ ସେମାନଙ୍କ ଘରକୁ ପଠାଯାଇ ପାରିବ। ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି। ଲୋକମାନେ ଭିଡ଼ିଓ ମାଧ୍ୟମରେ ଆକୁଳ ନିବେଦନ କରୁଛନ୍ତି। କିନ୍ତୁ ମହାରାଷ୍ଟ୍ର ଏକମାତ୍ର ରାଜ୍ୟ ଯେଉଁଠାରେ ବିଦେଶରୁ ଜରୁରୀକାଳୀନ ସେବାରେ ଆସୁଥିବା ବିମାନକୁ ଏଠାରେ ଅବତରଣ କରିବାକୁ ଅନୁମତି ନାହିଁ ବୋଲି ଦେବେନ୍ଦ୍ର ଫଡନାବିସ କହିଛନ୍ତି।