ଏମିତି ଏକ ଦେଶ ଯେଉଁଠାରେ ନହସିଲେ ଦେବାକୁ ପଡ଼େ ଜୋରିମାନା
Advertisement

ଏମିତି ଏକ ଦେଶ ଯେଉଁଠାରେ ନହସିଲେ ଦେବାକୁ ପଡ଼େ ଜୋରିମାନା

କାରଣ ଦୁନିଆରେ ଏମିତି ଦେଶ ବିଦେଶ ଅଛି ଯେଉଁଠାରେ ଅଜବଗଜବ ନିୟମ କାନୁନ ରହିଛି ଯାହାଫଳରେ ସେହି ଦେଶର ନାଗରିକ ମାନେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଏମିତି ଏକ ଦେଶ ଯେଉଁଠାରେ ନହସିଲେ ଦେବାକୁ ପଡ଼େ ଜୋରିମାନା

ନୂଆଦିଲ୍ଲୀ: ଦେଶକୁ ସୂଚାରୁରୁପେ ଚଳାଇବାକୁ ହେଲେ ସଠିକ କାନୁନ ବ୍ୟବସ୍ଥା ରହିବା ନିହାତି ଜରୁରୀ । ଯଦି ସଠିକ କାନୁନ ବ୍ୟବସ୍ଥା ନରୁହେ ତେବେ ଏହା ସ୍ବାଭାବିକ ଯେ, ଦେଶକୁ ଚଳାଇବା କଷ୍ଟକର ହୋଇପଡ଼ିବ । ହେଲେ ଏହି କାନୁନ ବା ଆଇନ ବି ସମାଜରେ ଅନେକ ସମସ୍ୟା ନେଇ ଛିଡ଼ାହୁଏ । ଏକଥାଟି କହିବାର ମଧ୍ୟ ଅନେକ କାରଣ ରହିଛି । କାରଣ ଦୁନିଆରେ ଏମିତି ଦେଶ ବିଦେଶ ଅଛି ଯେଉଁଠାରେ ଅଜବଗଜବ ନିୟମ କାନୁନ ରହିଛି ଯାହାଫଳରେ ସେହି ଦେଶର ନାଗରିକ ମାନେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ତେବେ ଚାଲନ୍ତୁ ଆଜି ଏମିତି କିଛି ଦେଶ ବିଷୟରେ ଜାଣିବା ଯେଉଁଠାରେ ତାଙ୍କ ଆଇନକାନୁନ( Different laws) କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ । ଏମିତି ଏକ ଦେଶ ହେଉଛି ସ୍ୱିଜରଲ୍ୟାଣ୍ଡ (Switzerland)। ସ୍ବିଜରଲ୍ୟାଣ୍ଡରେ ଯଦି ଆପଣ କେଉଁ ଫ୍ଲାଟ ବା ଆପାର୍ଟମେଣ୍ଟରେ ରହୁଛନ୍ତି ତେବେ ରାତି ୧୦ଟା ପରେ ଏହି ନିୟମ ମାନିବାକୁ ପଡ଼ିବ । ନିୟମ ହେଉଛି କି ରାତି ୧୦ଟା ପରେ ଆପଣ ଯଦି ଟଏଲେଟ(Toilet) ଯାଉଛନ୍ତି ତେବେ ଟଏଲେଟର ଫ୍ଲସ ଆପଣ ମାରିବେନି । ଏହି ଦେଶରେ ଏହାକୁ ଏକ ଆଇନ ଭାବେ ମାନନ୍ତି । କାରଣ ରାତି ୧୦ ଟାପରେ ଫ୍ଲସ କଲେ ଧ୍ୱନି ପ୍ରଦୁଷଣ (Noise Pollution) ହୁଏ ବୋଲି କୁହାଯାଇଛି ।

Also Read: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା: ଇରାନର ସମ୍ପୃକ୍ତି, ଚିଠିରେ ଲେଖାଯାଇଛି ଏହା ଟ୍ରେଲର, ଆଗକୁ ଭୟଙ୍କର

ସେହିପରି ଅଜବ ଆଇନକାନୁନ ପ୍ରଚଳିତ ଥିବା ଏକ ଦେଶ ହେଉଛି ଇଟାଲୀ(Italy) । ଏଠାରେ ଥିବା ମିଲାନ ସହରରେ ଯଦି ଆପଣ ରହୁଛନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣଙ୍କୁ ସବୁବେଳେ ହସିବାକୁ ହେବ ବା ହସହସ ମୁହଁ (Smiley Face) ରେ ରହିବାକୁ ହେବ । କେବଳ ଅନ୍ତିମ ସଂସ୍କାର ସମୟରେ ଓ ହସ୍ପିଟାଲରେ ଏହି କାନୁନକୁ ମାନିବାକୁ ପଡ଼ିବନି । ଯଦି ଏହି ନିୟମ ଆପଣ ନମାନୁଛନ୍ତି ବା ନ ହସୁଛନ୍ତି ତେବେ ଆପଣଙ୍କୁ ଜୋରିମାନା (Fine) ଦେବାକୁ ପଡ଼ିବ । ସେଥିପାଇଁ ଦୁଃଖ ହେଉ କି ସୁଖ ଏହି ସହରରେ ରହିବାକୁ ହେଲେ ସବୁବେଳେ ହସହସ ମୁହଁରେ ରହିବାକୁ ପଡ଼ିବ !

Also Read:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ତେବେ ଚାଲନ୍ତୁ ଜାଣିବା ଇଂଲଣ୍ଡ (England) ଦେଶର କିଛି ଅଜବ ଆଇନ ବିଷୟରେ । ଏଠାରେ କାନୁନ ଅଛି ଯେ, ସଂସଦ( Parliament)ରେ କାହାର କେବେ ମୃତ୍ୟୁ ହେବନାହିଁ । ୨୦୦୭ ମସିହାରେ ଏହି କାନୁନ କରାଯାଇଥିବା କୁହାଯାଏ ମାତ୍ର ଏହାକୁ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। 

Also Read:ବିଧାନ ପରିଷଦରେ ପର୍ଣ୍ଣ ଦେଖୁଥିଲେ କଂଗ୍ରେସ MLC! ଇସ୍ତଫା ଦାବି କଲା ବିଜେପି

ଅନ୍ୟପଟେ କାନାଡା (Canada) ଭଳି ଦେଶରେ ରେଡି଼ଓ ଶୁଣିବାକୁ ନେଇ ରହିଛି ଏକ ଅଜବ ନିୟମ । ରେଡ଼ିଓ (Radio)ରେ ବାଜୁଥିବା  ଗୀତ ଭିତରେ ୫ନମ୍ବରରେ ଯେଉଁ ଗୀତ ବାଜିବ ତାହା କେବଳ ଜଣେ କାନାଡିୟାନ ସିଙ୍ଗର (Canadian Singer)ଗାଇଥିବା ଦରକାର । ଏହି ନିୟମକୁ  ଦେଶର ଅଡିଓ ଓ ଟେଲିଭିଜନ ଆୟୋଗ ଦ୍ୱାରା ତିଆରି କରାଯାଇଛି ।