ରେଳଟ୍ରାକରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ, ଆଉ ତାଉପରେ ଦୌଡୁଥିଲା ଟ୍ରେନ୍
Advertisement
Article Detail0/zeeodisha/odisha1083308

ରେଳଟ୍ରାକରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ, ଆଉ ତାଉପରେ ଦୌଡୁଥିଲା ଟ୍ରେନ୍

ଚିକାଗୋରେ ରେଳଟ୍ରାକରେ ନିଆଁ ଲଗାଯାଇଥାଏ। ନିଆଁ ଲଗାଇବା ପରେ ତା ଉପରେ ହିଁ ଟ୍ରେନ ଯାତାୟତ କରିଥାଏ। ତାହେଲେ ଏମିତି ଦୁଃସାହାସିକ କାର୍ଯ୍ୟ କାହିଁକି କରାଯାଏ ଆସନ୍ତୁ ଜାଣିବା...

ରେଳଟ୍ରାକରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ, ଆଉ ତାଉପରେ ଦୌଡୁଥିଲା ଟ୍ରେନ୍

ଚିକାଗୋ: ବିଶ୍ୱର ଅଧିକାଂଶ ଅଞ୍ଚଳରେ ଏବେ ଶୀତ ଲହରୀ ଜାରି ରହିଛି । କେଉଁଠାରେ କୋଲ୍ଡ ୱେଭ୍ ନେଇ ସତର୍କତା ତ କେଉଁଠି ବରଫପାତ ନେଇ ୱାର୍ଣ୍ଣିଂ ଜାରି କରାଯାଉଛି । ଏମିତିରେ ଦେଖିବାକୁ ଗଲେ ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଏହାରି ମଧ୍ୟରେ ଏମିତି ଏକ ଖବର ରହିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ରୂପେ, ଚିକାଗୋରେ ରେଳଟ୍ରାକରେ ନିଆଁ ଲଗାଯାଇଥାଏ। ନିଆଁ ଲଗାଇବା ପରେ ତା ଉପରେ ହିଁ ଟ୍ରେନ ଯାତାୟତ କରିଥାଏ। ତାହେଲେ ଏମିତି ଦୁଃସାହାସିକ କାର୍ଯ୍ୟ କାହିଁକି କରାଯାଏ ଆସନ୍ତୁ ଜାଣିବା...

ରିପୋର୍ଟ ଅନୁସାର, ଆମେରିକାର ଚିକାଗୋ (Chicago) ସହରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ। ଚିକାଗୋରେ ଯେତେବେଳେ ପ୍ରବଳ ଥଣ୍ଡା ସହ ବରଫପାତ ହୋଇଥାଏ, ସେତେବେଳେ ସବୁ ରାସ୍ତା, ରେଳଟ୍ରାକ୍ ବରଫରେ ଜାମ୍  ହୋଇଯାଇଥାଏ । ଏହାରି କ୍ରମରେ ରେଳଗାଡ଼ି ଯାତାୟାତକୁ ସୁରୁଖୁରୁରେ କରିବାକୁ ରେଳଟ୍ରାକ୍ ରେ ନିଆଁ ଲଗାଯାଇଥାଏ। ଏହାଦ୍ୱାରା ଦୁର୍ଘଟଣା ମଧ୍ୟ ଘଟେ ନାହିଁ। ଆଉ ଏ ସମସ୍ତ ପ୍ରକ୍ରିୟା ଟ୍ରାନ୍ସପୋର୍ଟ ଅପରେଟର ମେଟ୍ରା (Metra) କରିଥାଏ । ଯାହାଙ୍କର କହିବା କଥା, ଏହି ପ୍ରକ୍ରିୟା ପୁରାପୁରି ସୁରକ୍ଷିତ। 

Also Read: 'ଯଦି ଯୋଗୀ ଆସନ୍ତା ୫ ବର୍ଷ ପାଇଁ ଆସନ୍ତି, ତେବେ ମୁଁ ଜୀବିତ ବଞ୍ଚିବି ନାହିଁ'

ପ୍ରକୃତରେ ଶୀତଦିନେ (Winter Season) ପାଗରେ ଥଣ୍ଡା ହେତୁ ଟ୍ରାକରେ ବରଫ ଜମିଯାଏ। ଏହାଫଳରେ ଟ୍ରେନ ଚାଲିବା ଓ ରୋକିବା ସମୟରେ ବହୁ ସମସ୍ୟା ଉପୁଜିଥାଏ । ଏଥିରୁ ବଞ୍ଚିତ ହେବା ଲାଗି ରେଳଟ୍ରାକରେ ବ୍ୟବହାର କରାଯାଇଥିବା ଧାତୁ ର ତାପମାନକୁ ସାମାନ୍ୟ ରଖିବାକୁ ଏହିପରି ରେଳଟ୍ରାକରେ ନିଆଁ ଲଗାଯାଇଥାଏ। 

Also Read: 'ମୁଁ ଜଣେ ଦେଶଭକ୍ତ, ରାଷ୍ଟ୍ରବାଦୀ ନୁହେଁ': ଓୱେସି
 
ଏଠାରେ କହିରଖୁଛୁ ଯେ, ଟ୍ରେନର ଟ୍ରାକରେ ନିଆଁ ଲଗାଯିବା ଦ୍ୱାରା ତାପମାତ୍ରା ବଢିବାରେ ଲାଗିଥାଏ। ଏହା କରିବା ଦ୍ୱାରା ଟ୍ରାକରେ ବ୍ୟବହାର କରାଯାଉଥିବା ଧାତୁ ନରମ ହୋଇଯାଇଥାଏ। ବରଫ ଜମି ଧାତୁ ଯେତେବେଳେ ଦୁର୍ବଳ ଶ୍ରେଣୀକୁ ଚାଲିଯାଏ ପରେ ନିଆଁ ଲାଗିବା ଦ୍ୱାରା ଏହାପୁଣି ଥରେ ନିଜ ପୂର୍ବାବସ୍ଥାକୁ ଫେରିଆସିଥାଏ। ଯାହାଦ୍ୱାରା ଟ୍ରେନ ଯାତାୟତ ନେଇ କୌଣସି ସମସ୍ୟା ଦେଖାଦିଏ ନାହିଁ। ବୈଜ୍ଞାନିକ ଓ ଇଞ୍ଜିନିୟର୍ସ ମାନେ ଏହି ପ୍ରକ୍ରିୟାକୁ ସୁରକ୍ଷିତ ବୋଲି ମାନି ଥାଆନ୍ତି। ଯାହାଦ୍ୱାରା ଚିକୋଗୋ (Chicago) ର ରେଳ ବିଭାଗ ଏହାକୁ ଦୀର୍ଘବର୍ଷ ପୂର୍ବରୁ ବ୍ୟବହାର କରି ଆସୁଛି।