ବେଜିଂ: ବିଂଶ ଶତାବ୍ଦୀରେ ବିଶ୍ୱରେ ଘଟିଥିବା ଦୁଇଟି ପ୍ରମୁଖ ଘଟଣା ରହିଥିଲା ଉଭୟ ପ୍ରଥମ-ଦ୍ୱିତୀୟ ବିଶ୍ୱଯୁଦ୍ଧ। ଯାହା ବିଭିନ୍ନ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ। କାରଣ ସେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହି ଯୁଦ୍ଧରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପୃକ୍ତ ରହିଥିଲେ। ଏହି ମହାସମରରେ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଉପାୟରେ ପ୍ରଭାବିତ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ହେଲେ ବିଂଶ ଶତାବ୍ଦୀରେ (Twentieth Century) ହୋଇଥିବା ଉଭୟ ପ୍ରଥମ (First World War) ଏବଂ ଦ୍ୱିତୀୟ ମହାସମର (Second World War) ପରେ ଏବେ ଏକବିଂଶ ଶତାବ୍ଦୀରେ (Twenty First Century) ହେଉଛି ଅନ୍ୟ ଏକ ଯୁଦ୍ଧ। ଯାହା ତୃତୀୟ ବିଶ୍ୱଯୁଦ୍ଧ (Third World War) ନାମରେ ପରିଚୟ ପାଇସାରିଛି। ତୃତୀୟ ମହାସମର ପୂର୍ବ ଦୁଇ ବିଶ୍ୱ ଯୁଦ୍ଧ ଭଳି ରଣଭୂମିରେ ଲଢାନଯାଇ ଅନ୍ୟ ଏକ କ୍ଷେତ୍ରରେ ଲଢାଯାଉଛି।    


Also Read: ବିଷାକ୍ତ ଜୈବିକ ଅସ୍ତ୍ର ଚାଷ କରୁଛନ୍ତି ଚୀନ-ପାକିସ୍ତାନ


ଆଜ୍ଞା ହିଁ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି ଚୀନର (China) ଉହାନ ସହରରୁ (Wuhan City) କାୟା ମେଲାଇବା ଆରମ୍ଭ କରି ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଯାଇଥିବା କୋରୋନା ଭାଇରସ (Corona Virus)। ଦୁନିଆରେ ଏପରି କୌଣସି ଦେଶ ନାହିଁ ଯିଏ ଏହି ମହାମାରୀ (Corona Pandemic) ଦ୍ୱାରା ପ୍ରଭାବିତ ହୋଇନାହିଁ। ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ସାରିଛି ଲକ୍ଷାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିବା ଏହି ଭୂତାଣୁ। ପ୍ରତ୍ୟେକ ଦିନ ବିଶ୍ୱର ବିଭିନ୍ନ ଦେଶରେ ହଜାର ହଜାର ସଂଖ୍ୟାରେ ପ୍ରାଣ ହରାଉଛନ୍ତି କୋରୋନା ଆକ୍ରାନ୍ତ (Corona Infected)। 


Also Read: ଚାଲୁଣୀ କହୁଛି ଛୁଞ୍ଚିକୁ


ଗତ ୨୦୧୯ ଡିସେମ୍ବ ମାସରୁ କୋରୋନା ମହାମାରୀ ଚୀନର ଉହାନ ସହରରୁ ଆରମ୍ଭ ହୋଇ ବିଶ୍ୱରେ ବ୍ୟାପିଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିଛି। ଯାହା ବର୍ତ୍ତମାନ ସମୟରେ ମଧ୍ୟ ସନ୍ଦେହଘେରରେ ରହିଛି। ଏବେ ଏହି ମହାମାରୀର ଉତ୍ପତ୍ତିସ୍ଥଳରୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଏନେଇ ଦର୍ଶାଯାଇଛି ଆଜକୁ ୫ ବର୍ଷ ତଳେ ଚୀନ ବୈଜ୍ଞାନିକ (Chinese Scientist) ଏବଂ ଦେଶର ସ୍ୱାସ୍ଥ୍ୟ ଅଧିକାରୀଙ୍କ (Chinese Health Official) ଦ୍ୱାରା ଲିଖିତ ଏକ ଦସ୍ତାବିଜ ଏବେ ସାମ୍ନାକୁ ଆସିଛି। ଚୀନୀ ବୈଜ୍ଞାନିକ କୋରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର (Biological Weapon) ଭାବେ ବ୍ୟବହାର କରିବା ଉପରେ ଚର୍ଚ୍ଚା କରୁଥିବା କଥା କୁହାଯାଇଛି।    


Also Read: ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି


ଚୀନର ସେହି ରହସ୍ୟମୟ ପରୀକ୍ଷାଗାରରୁ କୋରୋନା ଭାଇରସ ବିକଶିତ କରାଯାଇଥିବା ନେଇ ସାରା ବିଶ୍ୱରେ ବେଶ ଲମ୍ବା ସମୟ ଧରି ଆଲୋଚନା ଜାରି ରହିଥିବା ବେଳେ ବର୍ତ୍ତମାନ ସମୟରେ ଆସିଥିବା ଏହି ଦସ୍ତାବିଜ ଏବେ ଆନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି। ଏନେଇ ଆମେରିକୀୟ ଅନୁସନ୍ଧାନକାରୀଙ୍କ (American Investigator) ପକ୍ଷରୁ କୁହାଯାଇଛି ଗତ ୫ ବର୍ଷ ଧରି ଚୀନ ବୈଜ୍ଞାନିକ କୋରୋନା ଭାଇରସ ଭଳି ଜୈବିକ ଏବଂ ଜେନେଟିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଗୋୟନୀୟ ଦସ୍ତାବିଜରେ (Secret Corona Document) କୁହାଯାଇଛି ଏ ଯୁଦ୍ଧରେ ଜିତିବା ଲାଗି ଏପରି ଧରଣର ଅସ୍ତ୍ରକୁ ବ୍ୟବହାର କରାଯିବ। 


Also Read: କୋରୋନା ମାମଲା: ୟୁଟର୍ଣ୍ଣ ମାରିଲା ଡବ୍ଲ୍ୟୁଏଚଓ, ଦୁନିଆ ସମ୍ନାରେ ଖୋଲିଲା ଚୀନର ଗୁମର


ଗତ ୨୦୧୫ ବର୍ଷରୁ ଚୀନ ଏସଏଆରସି କୋରୋନା ଭୂତାଣୁକୁ (SARC Corona Virus) ସୈନ୍ୟବଳ ଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲା। ୱିକେଣ୍ଡ ଅଷ୍ଟ୍ରେଲୀୟନ (Weekend Australian) ନାମକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି "ଅନ-ନ୍ୟାଚୁରାଲ ଅରିଜିନ ସାର୍ସ ଆଣ୍ଡ ନ୍ୟୁ ସ୍ପେସିସ ଅଫ ମ୍ୟାନମେଡ ଭାଇରସ" (Unnatural Origin of SARS and New Species of Manmade Wires) ନାମକ ରିପୋର୍ଟରେ କୁହାଯାଇଛି ତୃତୀୟ ବିଶ୍ୱଯୁଦ୍ଧ ଜୈବିକ ଅସ୍ତ୍ର ମାଧ୍ୟମରେ ଲଢାଯିବ। ଗୋୟନୀୟ ଦସ୍ତାବିଜରେ ଆହୁରି ମଧ୍ୟ ଚୀନ ସେନାର ବୈଜ୍ଞାନିକ ସାର୍ସ (Chinese Army Scientist SARS) କୋରୋନା ଭାଇରସକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଉପରେ ଚର୍ଚ୍ଚା କରୁଥିଲେ।