ପୃଥିବୀ ଠାରୁ ଦୂରେଇଯାଉଛି ଚନ୍ଦ୍ର;ଏତେ ବର୍ଷ ପରେ ସବୁଦିନ ପାଇଁ ହୋଇଯିବ ଅଦୃଶ୍ୟ!
Advertisement
Article Detail0/zeeodisha/odisha1000959

ପୃଥିବୀ ଠାରୁ ଦୂରେଇଯାଉଛି ଚନ୍ଦ୍ର;ଏତେ ବର୍ଷ ପରେ ସବୁଦିନ ପାଇଁ ହୋଇଯିବ ଅଦୃଶ୍ୟ!

ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ପୃଥିବୀ ଏବଂ ବଡ଼ ଆକାରର ରହସ୍ୟମୟ ବସ୍ତୁ ମଧ୍ୟରେ ଧକ୍କା ହେବା କାରଣରୁ ନିର୍ଗତ ହୋଇଥିବା ଆବର୍ଜନାରୁ ଚନ୍ଦ୍ର ସୃଷ୍ଟି ହୋଇଥିଲା।

ପୃଥିବୀ ଠାରୁ ଦୂରେଇଯାଉଛି ଚନ୍ଦ୍ର;ଏତେ ବର୍ଷ ପରେ ସବୁଦିନ ପାଇଁ ହୋଇଯିବ ଅଦୃଶ୍ୟ!

ନୂଆଦିଲ୍ଲୀ: ପୃଥିବୀ ଏବଂ ଏହାର ଉପଗ୍ରହ ଚନ୍ଦ୍ର ମଧ୍ୟରେ ରହିଥିବା ଦୂରତା ଉପରେ ହୋଇଥିବା ଅଧ୍ୟୟନରୁ ଏକ ଚାଞ୍ଚ୍ୟଲକର ତଥ୍ୟ ସାମ୍ନାକୁ ଆସିଛି। ଯାହା ବେଶ ରୋଚକପୂର୍ଣ୍ଣ। ଏହି ଅଧ୍ୟୟନରୁ ଜଣାପଡିଛି ଚନ୍ଦ୍ର ପୃଥିବୀ ଠାରୁ ଧିରେ ଧିରେ ଦୂରେଇ  ଯିବାରେ ଲାଗିଛି। ମହାକାଶରେ ଏହି ପ୍ରକ୍ରିୟା ଏତେ ଧିର ମନ୍ଥର ଗତିରେ ହେଉଛି ଯେ ବର୍ତ୍ତମାନ ଏହା ଜଣାପଡୁ଼ନାହିଁ। ହେଲେ ଏପରି ଏକ ସମୟ ଆସିବ ଯେତେବଳେ ଚନ୍ଦ୍ର ସବୁ ଦିନ ପାଇଁ ପୃଥିବୀ ଲାଗି ଅଦୃଶ୍ୟ ହୋଇଯିବ!

'ଦି ଆଟଲାଣ୍ଟିକ୍' ନାମକ ଏକ ପ୍ରତ୍ରିକା (The Atlantic Magazine) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି  ନିକଟରେ ଦଳେ ବୈଜ୍ଞାନିକ ବିଭିନ୍ନ ଉତ୍ସ ସହିତ ମିଳିତ ବିମ୍ ଲେଜର ବ୍ୟବହାର କରି ପୃଥିବୀ-ଚନ୍ଦ୍ର ମଧ୍ୟରେ ରହିଥିବା ଦୂରତା ଉପରେ ଅଧ୍ୟୟନ କରିଛନ୍ତି। ଯେଉଁଥିରୁ ଜଣାପଡି଼ଛି ଯେ ଚନ୍ଦ୍ର ପ୍ରତିବର୍ଷ ଚନ୍ଦ୍ର (Moon) ପୃଥିବୀ (Earth) ଠାରୁ ଧିରେ ଧିରେ ଦୂରେଇ ଯାଉଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ଚନ୍ଦ୍ର ସୃଷ୍ଟି ହୋଇଥିଲା। ସେହି ସମୟରେ ଏହା ପୃଥିବୀରେ ଭାସୁଥିବା ପଥର ଆବର୍ଜନାରେ ତିଆରି ହୋଇଥିଲା। ଏହା ପରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିଲେ। ସେଥିପାଇଁ ସେ ପ୍ରାୟ ୧୦ ଗୁଣ ଅଧିକ ବେଗରେ ପୃଥିବୀ ପରିକ୍ରମା କରୁଥିଲା। ଏହି କାରଣରୁ ଦିନ ମାତ୍ର ୪ ଘଣ୍ଟା ହେଉଥିବା ବେଳେ ଅବଶିଷ୍ଟ ସମୟ ରାତି ହେଉଥିଲା।

Also Read: ସମୁଦ୍ରର ଏପରି ସ୍ଥାନ; ଯେଉଁଠି ବୁଡ଼ିଯିବ ହିମାଳୟ ପାହାଡ଼ର ସର୍ବୋଚ୍ଚ ଶୃଙ୍ଗ Mount Everest

ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ପୃଥିବୀ ଏବଂ ବଡ଼ ଆକାରର ରହସ୍ୟମୟ ବସ୍ତୁ ମଧ୍ୟରେ ଧକ୍କା ହେବା କାରଣରୁ ନିର୍ଗତ ହୋଇଥିବା ଆବର୍ଜନାରୁ ଚନ୍ଦ୍ର ସୃଷ୍ଟି ହୋଇଥିଲା। ସେତେବେଳେ ଚନ୍ଦ୍ର ଗରମ ଥିଲା ଏବଂ ରାତିରେ ଲାଲ ଗ୍ରହ ପରି ଉଜ୍ଜ୍ୱଳ ଥିଲା। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ହେତୁ ଚନ୍ଦ୍ର ଏହାର ପ୍ରଭାବରେ ଆସି ଏହାର ଚାରିପାଖରେ ଘୂରିବାକୁ ଲାଗିଲା। 

ଏହି ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଅନ୍ୟ ଗ୍ରହ ଚନ୍ଦ୍ରକୁ ସେମାନଙ୍କ ଆଡକୁ ଟାଣି ନେଉଛନ୍ତି। ସେମାନଙ୍କ ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ଠାରୁ ଅଧିକ। ପ୍ରତି ବର୍ଷ ଚନ୍ଦ୍ର ପୃଥିବୀ ଠାରୁ ପ୍ରାୟ ୮ ଇଞ୍ଚ ହାରରେ ଦୂରେଇ ଯାଉଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଚନ୍ଦ୍ରର ଦୂରେଇ ଯିବା ହାରରେ ପରିବର୍ତ୍ତନ ଆସିଛି। ଏହି କାରଣରୁ ଚନ୍ଦ୍ରରେ ଅନେକ ଖଗୋଳୀୟ ଘଟଣା ଘଟିଛି। ଉଦାହରଣ ସ୍ୱରୂପ ଚନ୍ଦ୍ର ପୃଷ୍ଠରେ ଉଲକାପିଣ୍ଡ (Meteorite) ମାଡ଼ ଭଳି ଘଟଣା ଘଟିସାରିଛି। ଏହି କାରଣରୁ ପୃଥିବୀର ପାଣିପାଗ ଚକ୍ର ମଧ୍ୟ ବଦଳୁଛି।

Also Read: ବିଜ୍ଞାନ ଯୁଗରେ ମଧ୍ୟ ରହସ୍ୟପୂର୍ଣ୍ଣ ରହିଛି ୟୁଏଫଓ, ଜାଣନ୍ତୁ ଏହାର ଇତିହାସ...

 

ରିପୋର୍ଟ ଜରିଆରେ ଦର୍ଶାଯାଇଛି ଚନ୍ଦ୍ରର ପୃଥିବୀ ପରିକ୍ରମା କରିବାର ହାର ବର୍ତ୍ତମାନ ମନ୍ଥର ହୋଇଯାଇଛି। ଯେଉଁଥିପାଇଁ ପୃଥିବୀରେ ଦିନର ଅବଧି ବୃଦ୍ଧି ପାଉଛି। ଏହା ପରେ ଚନ୍ଦ୍ର ଧିରେ ଧିରେ ପୃଥିବୀ ଠାରୁ ଦୂରେଇ ଗଲା ବେଳେ ପୃଥିବୀରେ ଦିନର ଲମ୍ବ ଆହୁରି ବୃଦ୍ଧି ପାଇବ। ବୈଜ୍ଞାନିକ କହିଛନ୍ତି ଯେ ପ୍ରାୟ ୬୦ କୋଟି ବର୍ଷ ପରେ ଚନ୍ଦ୍ର ପୃଥିବୀ ଠାରୁ ଏତେ ଦୂରେଇ ଯିବ ଯେ ଏହା ଏକ ତାରା ହୋଇଯିବ ଏବଂ ଏହା ଖାଲି ଆଖିରେ ଦେଖାଯିବ ନାହିଁ। ଯେତେବେଳେ ଏଭଳି ସ୍ଥିତି ଆସିବ ସେତେବେଳେ ପୃଥିବୀରେ ସୂର୍ଯ୍ୟପରାଗ (Solar Eclipse) ଏବଂ ଚନ୍ଦ୍ରଗ୍ରହଣ (Lunar Eclipse) ଭଳି ଖଗୋଳୀୟ ଘଟଣା (Celestial Events) ଘଟିବା ବନ୍ଦ ହୋଇଯିବ। ଏହା ପରେ ସୂର୍ଯ୍ୟଙ୍କ (Sun) ନିକଟତର ହେବା ହେତୁ ଏହା ଉତ୍ତାପ ହେତୁ ତରଳି ଯିବ ଏବଂ କିଛି ବିଲିୟନ ବର୍ଷ ପରେ ଏହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରୁ (Universe) ଲୋପ ପାଇଯିବ।