Economic Growth: ଭାରତ ପଛରେ ପଡ଼ିଯିବେ ଆମେରିକା-ବ୍ରିଟେନ, ଋଣ ବୋଝରେ ଦବିଯିବ ବିଶ୍ୱର ୭୫ ଦେଶ
Advertisement
Article Detail0/zeeodisha/odisha1638111

Economic Growth: ଭାରତ ପଛରେ ପଡ଼ିଯିବେ ଆମେରିକା-ବ୍ରିଟେନ, ଋଣ ବୋଝରେ ଦବିଯିବ ବିଶ୍ୱର ୭୫ ଦେଶ

Economic Growth and Development:  ବିକଶିତ ଦେଶର ଆର୍ଥିକ ଗତି ମନ୍ଥର ହେବ। ଭାରତ ଭଳି ଉଦୀୟମାନ ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୭୫ ଦେଶ ଋଣ ଜାଲରେ ଫସିଯିବେ।

Economic Growth: ଭାରତ ପଛରେ ପଡ଼ିଯିବେ ଆମେରିକା-ବ୍ରିଟେନ, ଋଣ ବୋଝରେ ଦବିଯିବ ବିଶ୍ୱର ୭୫ ଦେଶ

Economic Growth of India: ଦେଶର ଆର୍ଥିକ ବିକାଶକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ନୀତି ଆୟୋଗର ଦ୍ୱିତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରବିବାର ଭାରତୀୟ ଜି-୨୦ ଶେରପା ଅମିତାଭ କାନ୍ତ କହିଛନ୍ତି ବିକଶିତ ଦେଶର ଆର୍ଥିକ ଗତି ମନ୍ଥର ହେବ। ଭାରତ ଭଳି ଉଦୀୟମାନ ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ବିଶ୍ୱକୁ ପୁନ ନିର୍ଦ୍ଧାରଣ ତଥା ପୁନ ନିର୍ମାଣ କରିବାରେ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରିବା ସମୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଗତ ୧୦ ବର୍ଷର ଧାରା ବିଷୟରେ ଉଲ୍ଲେଖ କରି ଭାରତୀୟ ଜି-୨୦ ଶେରପା କହିଛନ୍ତି ଯେ ବିକଶିତ ଦେଶର ବିକାଶ ଦର ହ୍ରାସ ପାଇବ। ଅନ୍ୟପଟେ ଉଦୀୟମାନ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇବ। ସେଥିପାଇଁ ବିକଶିତ ଦେଶର ସମ୍ବଳ ବିକାଶଶୀଳ ଦେଶକୁ ଆସିବା ଆବଶ୍ୟକ। ଯାହା ଦ୍ୱାରା ଉଦୀୟମାନ ବଜାରରେ ସୁଧାର ଆସିବ।

ଜି-୨୦ ଗୋଷ୍ଠୀ ପାଖରେ ରହିଛି ବିଶ୍ୱ ଜିଡ଼ିପି ପରିମାଣର ୮୫% ଅଂଶ
ଜି-୨୦ ଗୋଷ୍ଠୀରେ ସାମିଲ ରହିଥିବା ଦେଶ (Grouop 20 Countries) ବିଶ୍ୱ ଜିଡିପି (World GDP) ପରିମାଣର ପ୍ରାୟ ୮୫ ପ୍ରତିଶତ ପ୍ରତିନିଧିତ୍ୱ କରିଥାଏ। ଏହା ସହିତ ଏହା ବିଶ୍ୱ ବାଣିଜ୍ୟର (World Trade) ୭୫ ପ୍ରତିଶତରୁ ଅଧିକ ଏବଂ ବିଶ୍ୱ ଜନସଂଖ୍ୟାର (World Population) ଦୁଇ-ତୃତୀୟାଂଶ ଅଂଶକୁ ପ୍ରତିନିଧିତ୍ୱ କରିଥାଏ। ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ତାଲିକାଭୁକ୍ତ କରି ଭାରତୀୟ ଜି-୨୦ ଶେରପା (G20 Sherpa India) ଅମିତାଭ କାନ୍ତ (Amitabh Kant) କହିଛନ୍ତି ଯେ ଏହି ଚ୍ୟାଲେଞ୍ଜ ମଧ୍ୟରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଯାହା ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ। ବିଶ୍ୱର ପ୍ରାୟ ୭୫ ଦେଶ ଋଣ ଜାଲରେ ଫସିଯିବେ। ଲକ୍ଷ ଲକ୍ଷ ଲୋକ ବେକାର ହୋଇଯିବେ। ଲକ୍ଷ ଲକ୍ଷ ଲୋକ ଦାରିଦ୍ର ସୀମାରେଖା ତଳକୁ ଚାଲିଯିବେ।

ଭାରତ ବିଶ୍ୱକୁ ଏକ ନୂଆ ରୂପ ଦେବ
ଅମିତାଭ କାନ୍ତ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଜି-୨୦ ସମୂହ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଯେତେବେଳେ ଜି-୨୦ ଗୋଷ୍ଠୀ କୌଣସି ପଦକ୍ଷେପ ନିଏ, ସେତେବେଳେ ବହୁପକ୍ଷୀୟ ଅନୁଷ୍ଠାନକ ଆଗକୁ ବଢିଥାନ୍ତି। ଭାରତ ଏହି ସୁଯୋଗକୁ ବିଶ୍ୱକୁ ଅର୍ଥନୀତିର ପୁନସ୍ଥାପନ ଏବଂ ନିର୍ମାଣ ଲାଗି ବ୍ୟବହାର କରିବ। ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରିବା ସମୟରେ ଭାରତ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବ। 

ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମୂହ ଶେରପା (ଆନ୍ତର୍ଜାତୀୟ ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟଙ୍କ ବ୍ୟକ୍ତିଗତ ପ୍ରତିନିଧୀ) ଦ୍ୱିତୀୟ ବୈଠକର ଗୋଟିଏ ଦିନ ପରେ କାଣ୍ଟ କହିଛନ୍ତି ଯେ କର୍ଣ୍ଣାଟକର ହାମ୍ପି ଠାରେ ଆୟୋଜିତ ହେଉଥିବା ତୃତୀୟ ବୈଠକ ପର୍ଯ୍ୟନ୍ତ ଆମେ ବିଭିନ୍ନ ଦେଶର ନେତାଙ୍କ ବିବୃତ୍ତି ସମ୍ପର୍କିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବୁ। ଜି-୨୦ ସମୂହ ହେଉଛି ଏପରି ଏକ ମଞ୍ଚ ଯେଉଁଠାରେ ଅର୍ଥନୈତିକ ଅଭିବୃଦ୍ଧି, ଅର୍ଥନୈତିକ ବିକାଶ, ଆର୍ଥିକ ପ୍ରଗତି ଏବଂ ବିକାଶ ଆବଶ୍ୟକତା ସହିତ ଜଡ଼ିତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।