Road Accident: ଅଧାରହିଲା ସାବରିମାଳା ଦର୍ଶନ, ଘାଟିରେ ଭ୍ୟାନ ଖସି ୮ ମୃତ
Advertisement

Road Accident: ଅଧାରହିଲା ସାବରିମାଳା ଦର୍ଶନ, ଘାଟିରେ ଭ୍ୟାନ ଖସି ୮ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । ଭଗବାନଙ୍କ ଦର୍ଶନ ପାଇଁ ଗଲାବେଳେ ରାସ୍ତାରେ ଚାଲିଗଲା ଜୀବନ । ଆଧାରେ ଅଟକିଲା ଅଶ୍ବର ଦର୍ଶନ । ସାବରିମାଳା ମନ୍ଦିର ଯାଉଥିବା ବେଳେ ବାଟରେ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ୮ ଶ୍ରଦ୍ଧାଳୁ । ଶୁକ୍ରବାର ବିଳମ୍ବିତ ରାତିରେ କେରଳ ଇଡୁକ୍କୀ ଅନ୍ତର୍ଗତ କୁମିଲି ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୌଜନ୍ୟ-ସୋସିଆଲ ମିଡିଆ

Road Accident: ଏମିତି ବି ଆସେ ମୃତ୍ୟୁ । ଭଗବାନଙ୍କ ଦର୍ଶନ ପାଇଁ ଗଲାବେଳେ ରାସ୍ତାରେ ଚାଲିଗଲା ଜୀବନ । ଆଧାରେ ଅଟକିଲା ଅଶ୍ବର ଦର୍ଶନ । ସାବରିମାଳା ମନ୍ଦିର ଯାଉଥିବା ବେଳେ ବାଟରେ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ୮ ଶ୍ରଦ୍ଧାଳୁ । ଶୁକ୍ରବାର ବିଳମ୍ବିତ ରାତିରେ କେରଳ ଇଡୁକ୍କୀ ଅନ୍ତର୍ଗତ କୁମିଲି ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରଭୁ ଆୟପ୍ପାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ଘାଇ ମଧ୍ୟକୁ ଖସିପଡିବାରୁ ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ତାମିଲନାଡୁର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗାଡିରେ ୧୦ରୁ ଅଧିକ ଶ୍ରଦ୍ଧାଳୁ ରହିଥିଲେ। ସମସ୍ତ ଶ୍ରଦ୍ଧାଳୁ ତାମିଲନାଡୁରୁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଦର୍ଶନ ପାଇଁ ଆସୁଥିଲେ । ରାତି ପ୍ରାୟ ୧୧ଟା ସମୟରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏହି ଗାଡିଟି କୁମିଲି-କମବମ୍ ରାସ୍ତାରେ ପ୍ରଥମେ ଭାରସାମ୍ୟ ହରାଇ ଓଲଟି ପଡିବା ପରେ ଏକ ଘାଇ ମଧ୍ୟକୁ ଖସି ପଡିଥିଲା । ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ସେହିପରି ଏବେ ବି ଦୁର୍ଘଟଣାଗ୍ରସ୍ତ ଗାଡି ଭିତରେ ତିନି ଜଣ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା କରାଯାଉଛି । ଇଡୁକ୍କୀ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେହିପରି ଗତକାଲି(ଡିସେମ୍ବର ୨୩)ରେ ମଧ୍ୟ ସିକ୍କିମର ଜେମା ଅଞ୍ଚଳରେ ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ସହିଦ ହୋଇ ଯାଇଥିବା ନେଇ ସୂଚନା ରହିଛି। ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଘାଟିରୁ ଖସିପଡ଼ିବା ପରେ ଦେଶ ୧୬ ଜଣ ସାହାସୀ ଯବାନଙ୍କୁ ହରାଇଛି। ଏହା ସହିତ ଅନ୍ୟ ୪ ଜଣ ଯବାନ ଗୁରୁତର ଆହର ହୋଇ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି। ତେବେ ମୃତକଙ୍କ ମଧ୍ୟରେ ୩ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ରହିଥିବା ଜଣାପଡ଼ିଛି। ଏକ ବୁଲାଣି ବୁଲୁଥିବା ବେଳେ ସେନାଙ୍କର ଏହି ଗାଡ଼ିଟି ଘାଟି ମଧ୍ୟକୁ ଖସିପଡ଼ିଥିଲା। 

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଆହତମାନଙ୍କୁ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ଥିବା ଏକ ସେନା ଡାକ୍ତରଖାନାକୁ ଏୟାରଲିଫ୍ଟ କରାଯାଇଛି।  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି ଉତ୍ତର ସିକ୍କିମରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସହିଦ ହୋଇଥିବା ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କରୁଛି। ସେମାନଙ୍କ ସେବା ଓ ଦେଶ ପ୍ରତି ପ୍ରତିବଦ୍ଧତା ପାଇଁ ହୃଦୟରୁ ଆଭାର ବ୍ୟକ୍ତ କରୁଛି। ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଖୁବଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି।