)
Jagan Mohan Reddy: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସଆରସିସି ଅଧ୍ୟକ୍ଷ ଓ୍ବାଇଏସ୍ ଜଗମୋହନ ରେଡ୍ଡୀଙ୍କ(Andhra Pradesh CM Jagan Mohan Reddy ) ଉପରେ ଆକ୍ରମଣ ହୋଇଛି। ଶନିବାର ରାତିରେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଉପରକୁ କେହି ପଥର ମାଡ଼ କରିଛି। ମୁ୍ଣ୍ତରେ ପଥର ବାଜିବାରୁ ଜଗମୋହନ ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ, ଜଗମୋହନ ଶନିବାର ଦିନ ନିର୍ବାଚନ ପ୍ରଚାର ପାଇଁ ବିଜୟଓ୍ବାଡାରେ ମେମନ୍ଥା ସିଦ୍ଧମ ବସରେ ଯାତ୍ରାରେ ବାହାରିଥିଲେ। ସେ ବସ୍ ଉପରୁ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ। ଏହି ସମୟରେ ଭିଡ଼ ଭିତରୁ କେହି ଜଣେ ଦୁବୃର୍ତ୍ତ ଫୁଲ ସହ ପଥର ଫୋପାଡି ଥିଲେ। ଦଳ ପକ୍ଷରୁ କୁହାଯାଇଛି ଯେ, କେହି ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଛି। ଏଥିଯୋଗୁଁ ତାଙ୍କ ବାମ ଆଖିର ଉପର ଭାଗ କପାଳରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କର ପ୍ରାଥମିକ ଚିକିତ୍ସା ଲାଗି ତାଙ୍କୁ ବସ୍ ଭିତରକୁ ନିଆ ଯାଇଥିଲା। ଚିକିତ୍ସା ପରେ ସେ ପୁଣି ଥର ବସ ଯାତ୍ରାରେ ସାମିଲ୍ ହୋଇଥିଲେ। ସେ ଆଜି(ରବିବାର) ମଧ୍ୟ ପ୍ରଚାରରେ ରହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।