Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ
Advertisement
Article Detail0/zeeodisha/odisha2203214

Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁ ଚାଲିଗଲା ୫ ନିରିହ ଜୀବନ। ଏହି ଦୁର୍ଘଟଣାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।  

Road Accident: ରାସ୍ତା କଡକୁ ଓଲଟିଲା କାର୍, ଘଟଣାସ୍ଥଳରେ ୫ ମୃତ,୪ ଆହତ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁ ଚାଲିଗଲା ୫ ନିରିହ ଜୀବନ। ଏହି ଦୁର୍ଘଟଣାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।  କାରଟି ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରର ଦୋହା ଜିଲ୍ଲାରେ ଏହି ଦୁର୍ଘଟଣା ଘଟଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି। 

ALSO READ: Lucky Zodiac Sign Today: ନବରାତ୍ରୀରେ ଆୟୁଷ୍ମାନ ଯୋଗ, ଫିଟିବ ଏହି ୫ ରାଶିଙ୍କ ଭାଗ୍ୟ!

ସୂଚନା ଯୋଗ୍ୟ ଯେ, ଦୋହା ଜିଲ୍ଲା (Thathri)ର ଏକ ପରିବାରର ୯ ଜଣ ସଦସ୍ୟ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ କାରରେ ଖାନପୁରା ଯାତ୍ରା କରୁଥିଲେ। ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଏବଂ ମୃତଦେହ ଗୁଡିକୁ ପୋଷ୍ଟମଟମ୍ ପାଇଁ ପଠାଇଛି । ଏବଂ ଘଟଣାର ଛାନଭିନ୍ ଚଳାଇଛି।

ନିକଟରେ ଏଭଳି ଏକ ଛାତିଥରା ଦୁର୍ଘଟଣା  ହରିୟାଣାରେ ଦେଖିବାକୁ ମିଳିଥିଲା । ହରିୟାଣାରେ ମହେନ୍ଦ୍ରଗଡ଼ ଜିଲ୍ଲାର କାନିନା ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ । ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବସ୍ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିଲେ କି ନାହିଁ ପୋଲିସ ତାହାର ଯାଞ୍ଚ କରୁଛି । ଏହି ଘରୋଇ ସ୍କୁଲ ବସରେ ୩୫ରୁ ୪୦ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । 

ସରକାରୀ ଛୁଟି ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନିଆଯାଉଥିଲା । ଏହି ସମୟରେ ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ହଠାତ୍ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଭେଣ୍ଟିଲେଟରରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି ।  ଦୁର୍ଘଟଣାରେ ୧୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।