Elon Musk: ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲୋନ୍ ମସ୍କ, ଜାଣନ୍ତୁ କ'ଣ ରହିଛି କାରଣ
Advertisement

Elon Musk: ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲୋନ୍ ମସ୍କ, ଜାଣନ୍ତୁ କ'ଣ ରହିଛି କାରଣ

Elon Musk to quit as Twitter CEO:​ ଏଲୋନ୍ ମସ୍କ ବର୍ତ୍ତମାନ ଏକ ସର୍ଭେ ମାଧ୍ୟମରେ କହିଛନ୍ତି ଯେ, ସେ ସିଇଓ ପଦରୁ ଇସ୍ତଫା ଦେବେ । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ କରାଯାଇଥିବା ସର୍ଭେରେ ଅଧିକାଂଶ ୟୁଜର୍ସ ତାଙ୍କୁ ସିଇଓ ପଦରୁ ହଟିବା ସପକ୍ଷରେ ମତ ଦେଇଛନ୍ତି । ଯାହା ପରେ ସେ ଏହି ଦାୟିତ୍ୱରୁ ମୁକ୍ତି ପାଇବାକୁ ଚିନ୍ତା କରୁଛି ।

 

Elon Musk: ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲୋନ୍ ମସ୍କ, ଜାଣନ୍ତୁ କ'ଣ ରହିଛି କାରଣ

Elon Musk: ଏଲୋନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟର କିଣିବା ପରଠାରୁ ହଇଚଇ ଜାରି ରହିଛି । ଛଟେଇ, ପରିବର୍ତ୍ତନ ଏବଂ ପରେ ସବସ୍କ୍ରିପସନ୍ ଫି ପରେ ଏଲୋନ୍ ମସ୍କ ବର୍ତ୍ତମାନ ଏକ ସର୍ଭେ ମାଧ୍ୟମରେ କହିଛନ୍ତି ଯେ, ସେ ସିଇଓ ପଦରୁ ଇସ୍ତଫା ଦେବେ । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ କରାଯାଇଥିବା ସର୍ଭେରେ ଅଧିକାଂଶ ୟୁଜର୍ସ ତାଙ୍କୁ ସିଇଓ ପଦରୁ ହଟିବା ସପକ୍ଷରେ ମତ ଦେଇଛନ୍ତି । ଯାହା ପରେ ସେ ଏହି ଦାୟିତ୍ୱରୁ ମୁକ୍ତି ପାଇବାକୁ ଚିନ୍ତା କରୁଛି ।

ଏହାପୂର୍ବରୁ ଏଲୋନ୍ ମସ୍କ ନିଜେ ଟ୍ୱିଟରରେ ୟୁଜର୍ସମାନଙ୍କ ମଧ୍ୟରେ ଏକ ସର୍ଭେ କରାଇଥିଲେ ଯେଉଁଥିରେ ସେ ଏହି କମ୍ପାନୀର ସିଇଓ ପଦ ଛାଡିବା ଉଚିତ କି ବୋଲି ପଚାରିଥିଲେ । ଏହି ସର୍ଭେରେ ବହୁ ସଂଖ୍ୟକ ୟୁଜର୍ସ ଅଂଶଗ୍ରହଣ କରିଥିଲେ ଓ ୫୮ ପ୍ରତିଶତ ୟୁଜର୍ସ ହଁ ଉତ୍ତର ଦେଇଥିଲେ । ଅର୍ଥାତ୍ ଅଧିକାଂଶ ଲୋକ ମସ୍କଙ୍କ ସିଇଓ ପଦ ଛାଡିବାକୁ ସପକ୍ଷରେ ଅଛନ୍ତି । ୪୨ ପ୍ରତିଶତ ୟୁଜର୍ସ ବିଶ୍ୱାସ କରନ୍ତି ଯେ, ଏଲୋନ୍ ମସ୍କ ସିଇଓ ପଦବୀରେ ରହିବା ଉଚିତ୍ । ବର୍ତ୍ତମାନ ସର୍ଭେରେ ହାରିବା ପରେ ଏଲୋନ୍ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବର୍ତ୍ତମାନ ଟ୍ୱିଟରର ସିଇଓ ପଦ ଛାଡିବେ । 

ଏଲୋନ୍ ମସ୍କ କହିଛନ୍ତି ଯେ, ମୁଁ ଟ୍ୱିଟରର ସିଇଓଙ୍କ କାର୍ଯ୍ୟକୁ ସଠିକ୍ ଭାବରେ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ପାଇବା ମାତ୍ରେ ମୁଁ ଏହି ପୋଷ୍ଟ ଛାଡିବି । ବର୍ତ୍ତମାନ ଯଥେଷ୍ଟ ହୋଇଯାଇଛି, ଏହି ଦାୟିତ୍ୱ ଛାଡିବାର ସମୟ ଆସିଯାଇଛି । ଏହା ପରେ ମୁଁ କେବଳ ସଫ୍ଟୱେର୍ ଓ ସର୍ଭର ଦଳର କାମ ଦେଖିବି । ଏହାପୂର୍ବରୁ ମସ୍କ ଟ୍ୱିଟରରେ କରାଯାଇଥିବା ଏକ ସର୍ଭେରେ ପଚାରିଥିଲେ ଯେ, ତାଙ୍କୁ ସିଇଓ ରହିବା ଉଚିତ କି ନାହିଁ, ଏହା ଉପରେ ଏଲୋନ୍ ମସ୍କୋଙ୍କ ବିରୋଧରେ ଅଧିକ ଭୋଟ୍ ପଡ଼ିଛି ।

ଏହା ବି ପଢ଼ନ୍ତୁ:-ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

ଏହା ବି ପଢ଼ନ୍ତୁ:-ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

ଅଧିକ ପଢ଼ନ୍ତୁ:-ନବୀନ-ଯୋଗୀ-କେଜ୍ରିୱାଲ-ନୀତିଶ କେତେ ସମ୍ପତ୍ତିର ମାଲିକ, ଜାଣନ୍ତୁ କିଏ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

ଡିସେମ୍ବର ୧୯ରେ ଏଲୋନ୍ ମସ୍କ ଦ୍ୱାରା କରାଯାଇଥିବା ସର୍ଭେରେ ପ୍ରାୟ ୧୭,୫୦୨,୩୯୧ ଲୋକ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୫୭.୫ ପ୍ରତିଶତ ୟୁଜର୍ସ ଏଲୋନ୍ ମସ୍କର ପଦ ଛାଡିବାକୁ ସପକ୍ଷରେ ମତ ଦେଇଛନ୍ତି । ସର୍ଭେରେ ସାମିଲ ୪୨.୫ ପ୍ରତିଶତ ଲୋକଙ୍କ ଉତ୍ତର ହଁରେ ଦେଇଥିଲେ ଓ ସେମାନେ ବିଶ୍ୱାସ କରନ୍ତି ଯେ, ଏଲୋନ୍ ମସ୍କ ବର୍ତ୍ତମାନ ବି ସିଇଓ ପଦରେ ରହିବା ଉଚିତ୍ ।