EPFO ଫେବ୍ରୁଆରୀରେ ଯୋଡ଼ିଲା ୧୪.୧୨ ଲକ୍ଷ ନୂଆ ସଦସ୍ୟ, ଆପଣଙ୍କ ଖାତା ଅଛି, ତ ଚେକ୍ କରନ୍ତୁ ବାଲାନ୍ସ
Advertisement

EPFO ଫେବ୍ରୁଆରୀରେ ଯୋଡ଼ିଲା ୧୪.୧୨ ଲକ୍ଷ ନୂଆ ସଦସ୍ୟ, ଆପଣଙ୍କ ଖାତା ଅଛି, ତ ଚେକ୍ କରନ୍ତୁ ବାଲାନ୍ସ

ଶ୍ରମ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି ଏହି ସମ୍ପର୍କରେ ସୂଚନା ଦିଆଯାଇଛି । 

EPFO ଫେବ୍ରୁଆରୀରେ ଯୋଡ଼ିଲା ୧୪.୧୨ ଲକ୍ଷ ନୂଆ ସଦସ୍ୟ, ଆପଣଙ୍କ ଖାତା ଅଛି, ତ ଚେକ୍ କରନ୍ତୁ ବାଲାନ୍ସ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ଫେବ୍ରୁଆରୀ, ୨୦୨୨ରେ ୧୪.୧୨ ଲକ୍ଷ ଅଂଶଧାରକ ଯୋଡ଼ିଛି । ଏହା ଫେବ୍ରୁଆରୀ ୨୦୨୧ରେ ଇପିଏଫଓ ସହ ଯୋଡ଼ି ହୋଇଥିବା ସଦସ୍ୟଙ୍କ ୧୨.୩୭ ଲକ୍ଷ ସଂଖ୍ୟାରୁ ୧୪ ପ୍ରତିଶତ ଅଧିକ । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି ଏହି ସମ୍ପର୍କରେ ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୦୨୨ ପ୍ରାରମ୍ଭିକ ସଂଖ୍ୟା ଅନୁସାରେ, ଅଂଶଧାରକଙ୍କ ସଂଖ୍ୟାରେ ୧୪.୧୨ ଲକ୍ଷ ବୃଦ୍ଧି ହୋଇଛି ।

୧୧ ମାସରେ ଯୋଡ଼ି ହେଲେ ୧.୧୧ କୋଟି ଅଂଶଧାରକ
ଏପ୍ରିଲ ୨୦୨୧ରୁ ଫେବ୍ରୁଆରୀ ୨୦୨୨ ସମୟରେ ଇପିଏଫଓରୁ ସୁଧ ରୂପରେ ୧.୧୧ କୋଟି ଅଂଶଧାରକ ଯୋଡ଼ା ଯାଇଛି । ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ  ୨୦୨୨-୨୧ରେ ଇପିଏଫଓରୁ ସୁଧ ରୂପରେ ୭୭.୦୮ ଲକ୍ଷ ଏବଂ ୨୦୧୯-୨୦ରେ ୭୮.୫୮ ଲକ୍ଷ ସଦସ୍ୟ ଯୋଡ଼ି ହୋଇଥିଲେ ।              

ଜାଣନ୍ତୁ କେଁଉ ମାସରେ କେତେ ବଢ଼ିଲା
ବୟାନ ଅନୁସାରେ, ପେରୋଲ୍ ସଂଖ୍ୟାରୁ ଜଣାପଡ଼େ କି ଫେବ୍ରୁଆରୀରେ ଅଂଶଧାରକଙ୍କ ସଂଖ୍ୟା ଜାନୁଆରୀ ତୁଳନାରେ ୩୧,୮୨୬ ଅଧିକ ରହିଥିଲା । ସେପଟେ ଫେବ୍ରୁଆରୀ ୨୦୨୧ ତୁଳାନରେ ଏହା ୧,୭୪,୩୧୪ ବୃଦ୍ଧି ଦେଖିବାକୁ ମିଳିଥିଲା । ଜାନୁଆରୀ ୨୦୨୨ରେ ଇପିଏଫଓ ଅଂଶଧାରକଙ୍କ ସଂଖ୍ୟା ୧୩,୭୯,୯୭୭ ବୃଦ୍ଧି ହୋଇଥିଲା ।ଫେବ୍ରୁଆରୀ ୨୦୨୧ରେ ଏଥିରେ ୧୨,୩୭,୪୮୯ ବୃଦ୍ଧି ଦେଖିବାକୁ
ମିଳିଥିଲା ।

ମିସ୍ କଲ୍ ଜରିଆରେ ଚେକ୍ କରନ୍ତୁ ବାଲାନ୍ସ
ଯଦି ଆପଣ ମିସ୍ କଲ୍ ଜରିଆରେ ବାଲାନ୍ସ ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଇପିଏଫଓରେ ପଞ୍ଜିକୃତ ମୋବାଇଲ ନମ୍ବରରୁ 011-22901406ରେ କେବଳ ମିସ୍ କଲ୍ ଦେବାକୁ ପଡ଼ିବ । ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ବାଲାନ୍ସ ମେସେଜ୍ ଆସିବ । ଏହି ମେସେଜ୍ ଆପଣଙ୍କ ପାଖକୁ AM-EPFOHO ପକ୍ଷରୁ ଆସିବ

EPFO ହ୍ରାସ କଲା ସୁଧ ହାର
EPFO ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସୁଧ ଦର ୮.୫ ପ୍ରତିଶତରୁ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଇପିଏଫଓ ସୁଧ ହାର ହ୍ରାସ କରି ଦିଆଯିବ । ଏହିଭଳି ଏବେ ଏହାର ସୁଧ ହାର ୮.୧୦ କରିଦିଆଯାଇଛି