PF ଆକାଉଣ୍ଟରେ ଆସିବାକୁ ଯାଉଛି ମୋଟା ଅଙ୍କର ଟଙ୍କା! EPFO କଲା କନଫର୍ମ, ଜାଣନ୍ତୁ କେବେ ମିଳିବ
Advertisement
Article Detail0/zeeodisha/odisha963294

PF ଆକାଉଣ୍ଟରେ ଆସିବାକୁ ଯାଉଛି ମୋଟା ଅଙ୍କର ଟଙ୍କା! EPFO କଲା କନଫର୍ମ, ଜାଣନ୍ତୁ କେବେ ମିଳିବ

PF ସୁଧ ଟଙ୍କା ୩୧ ଜୁଲାଇରେ ଆସିବାର ଥିଲା କିନ୍ତୁ ଏହା ଆସିନଥିଲା । ଏହା ଚଳିତ ମାସ ଶେଷ ସୁଦ୍ଧା ଆସିପାରେ ବୋଲି ଆଶା କରାଯାଉଛି । EPFO ନିଜେ ଏହା ଉପରେ ଏକ ଅପଡେଟ ଦେଇଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଅର୍ଥାତ୍ EPFO ଏହାର​ ୬.୫ କୋଟି ଗ୍ରାହକଙ୍କୁ ​ଖୁବ୍ ଶୀଘ୍ର ଏକ ଖୁସି ଖବର ଦେବାକୁ ଯାଉଛି । ଇପିଏଫଓ ଖୁବ ଶୀଘ୍ର ଗ୍ରାହକଙ୍କ ଆକାଉଣ୍ଟରେ ୮.୫% ସୁଧ ଟଙ୍କା ଯୋଡିବ ବୋଲି ଏକ ଟ୍ୱିଟ ମାଧ୍ୟମରେ କହିଛି ।

କେବେ ଆସିବ ସୁଧ ଟଙ୍କା?
ଟ୍ୱିଟରରେ ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତରରେ EPFO କହିଛି ଯେ ଏହାର ପ୍ରକ୍ରିୟା ଚାଲିଛି ଏବଂ ଏହା ଖୁବ ଶୀଘ୍ର ଦୃଶ୍ୟମାନ ହେବ । EPFO  କହିଛି ଯେ ଯେତେବେଳେ ବି ଆକାଉଣ୍ଟରେ ସୁଧ ଟଙ୍କା ଜମା ହେବ, ଏହା ଏକ ସମୟରେ ଜମା ହେବ । କାହା ପାଇଁ ସୁଧର କୌଣସି କ୍ଷତି ହେବ ନାହିଁ । ତେଣୁ ଦୟାକରି ଧାର୍ଯ୍ୟବାନ ହୁଅନ୍ତୁ । ତେବେ ଇପିଏଫଓ ଏହି ଟ୍ୱିଟରେ କହି ନାହିଁ ଯେ କେତେବେଳେ ପ୍ରୋଭିଡେଣ୍ଟ ଫଣ୍ଡର ସୁଧ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ୮.୫% ସୁଧ ଅନୁମୋଦନ କରିଛନ୍ତି । ଅଗଷ୍ଟ ଶେଷ ସୁଦ୍ଧା PF ର ୮.୫% ସୁଧ ଟ୍ରାନ୍ସଫର ହୋଇପାରିବ ବୋଲି ବିଶ୍ୱାସ କରାଯାଏ ।

ଅଧିକ ପଢ଼ନ୍ତୁ: କାବୁଲଠାରୁ ୧୫୦ କିଲୋମିଟର ଦୂରରେ ଥିବା ଗଜନୀ ସହରକୁ କବ୍ଜା କଲା ତାଲିବାନ: ସ୍ଥାନୀୟ ସାଂସଦ

୭ ବର୍ଷ କମ୍ ରେ ସୁଧ ହାର 
ଗତ ଥର ୨୦୧୯-୨୦ ଆର୍ଥିକ ବର୍ଷରେ, KYC ରେ ଅସୁବିଧା ଯୋଗୁଁ ଅନେକ ଗ୍ରାହକଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । ଇପିଏଫ୍ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫% ରେ ଅପରିବର୍ତ୍ତିତ ରଖିଛି । ଯାହା ଗତ ୭ ବର୍ଷର ସର୍ବନିମ୍ନ ସୁଧ ହାର ଅଟେ ।

୧. ମିସ୍ କଲ ମାଧ୍ୟମରେ ଜାଣନ୍ତୁ ବାଲାନ୍ସ 
PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ ଆପଣ EPFO ​​ତରଫରୁ SMS ମାଧ୍ୟମରେ PF ର ବିବରଣୀ ପାଇପାରିବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ଲିଙ୍କ୍ ହେବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ଏହି ଦେଶର ସେନାରେ ସାମିଲ ହେବା ପାଇଁ ନିଆଯାଏ Virginity Test, ବର୍ତ୍ତମାନ ସରକାର ନେଲେ ଏହି ନିଷ୍ପତ୍ତି

୨. ଅନଲାଇନରେ ଚେକ କରିପାରିବେ ବାଲାନ୍ସ 

  • ୧. ଅନଲାଇନ୍ ବାଲାନ୍ସ ଯାଞ୍ଚ କରିବାକୁ, EPFO ​​ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ, ଏହାପରେ epfindia.gov.in ରେ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ ।
  • ୨. ବର୍ତ୍ତମାନ ଆପଣଙ୍କର ଇ-ପାସବୁକ୍ ଉପରେ କ୍ଲିକ୍ କରିବା ପରେ, passbook.epfindia.gov.in କୁ ଏକ ନୂତନ ପେଜ ଖୋଲିବ ।
  • ୩. ବର୍ତ୍ତମାନ ଏଠାରେ ଆପଣ ଆପଣଙ୍କ ୟୁଜର ନେମ (UAN ନମ୍ବର), ପାସୱାର୍ଡ ଓ କ୍ୟାପଚା ପୁରଣ କରନ୍ତୁ ।
  • ୪. ସମସ୍ତ ବିବରଣୀ ପୂରଣ କରିବା ପରେ, ଆପଣ ଏକ ନୂତନ ପେଜ ଦେଖାଯିବ ଓ ଏଠାରେ ଆପଣଙ୍କୁ UAN ID ଚୟନ କରିବାକୁ ପଡିବ ।
  • ୫. ଏଠାରେ ଆପଣ ଇ-ପାସବୁକ୍ ରେ ଆପଣଙ୍କର EPF ବାଲାନ୍ସ ଦେଖି ପାରିବେ ।