ଜାଲିଆ ପାକିସ୍ତାନ! ନିଜ ରାଷ୍ଟ୍ରଦୂତ ଇଣ୍ଡୋନେସିଆରେ ବିକିଦେଲେ ପାକିସ୍ତାନୀ ଦୂତାବାସ
Advertisement
Article Detail0/zeeodisha/odisha735743

ଜାଲିଆ ପାକିସ୍ତାନ! ନିଜ ରାଷ୍ଟ୍ରଦୂତ ଇଣ୍ଡୋନେସିଆରେ ବିକିଦେଲେ ପାକିସ୍ତାନୀ ଦୂତାବାସ

ଏଯାଏ ପାକିସ୍ତାନ ଦୁନିଆରେ ଲୋକହସାର ପାତ୍ର ବନି ଆସିଛି। ଏଥର ସବୁଠୁ ଲଜ୍ଜାଜନକ କର୍ମ ପାଇଁ ପାକିସ୍ତାନ ବିଶ୍ୱ ଦରବାରରେ ଆଲୋଚନାର ସରବ୍ୟ ପାଲଟିଛି। ଇମ୍ରାନ ସରକାରଙ୍କୁ ବହୁତ ନିନ୍ଦିତ ହେବାକୁ ପଡ଼ିଛି।

ଜାଲିଆ ପାକିସ୍ତାନ! ନିଜ ରାଷ୍ଟ୍ରଦୂତ ଇଣ୍ଡୋନେସିଆରେ ବିକିଦେଲେ ପାକିସ୍ତାନୀ ଦୂତାବାସ

ନୂଆଦିଲ୍ଲୀ(ଜିନୁ ଜେନା): ପାକିସ୍ତାନ ଆତଙ୍କବାଦୀଙ୍କ ଦେଶ ଭାବରେ ସାରା ବିଶ୍ୱରେ ଜଣାଶୁଣା। ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱକୁ ମିଛ କହୁଥିବା ପାକିସ୍ତାନକୁ ମଧ୍ୟ ଏକ ମିଥ୍ୟାବାଦୀ ଦେଶ କୁହାଯାଏ, ହେଲେ ଏବେ ପାକିସ୍ତାନକୁ ମଧ୍ୟ ଠକେଇ ଦେଶ ଆଖ୍ୟା ଦିଆଯାଇଛି । ଯେପରି ପାକିସ୍ତାନ ସରକାର ମିଥ୍ୟା, ଅନ୍ୟାୟ ଏବଂ କୌଶଳକାରୀ, ଏହାର ଅଧିକାରୀ ମଧ୍ୟ ବେଶ ଚତୁର । ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଇଣ୍ଡୋନେସିଆରେ ପାକିସ୍ତାନୀ ଦୂତାବାସର ଭବନକୁ ଶାଗମାଛ ଦରରେ ବିକ୍ରି କରି ଦେଇଥିବା ଜଣାପଡ଼ିଛି ।

ସମଗ୍ର ବିଶ୍ୱରେ ଲଜ୍ଜିତ ହେଉଛି ଆତଙ୍କୀ ସର୍ଦ୍ଦାର

ଇଣ୍ଡୋନେସିଆରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ତାଙ୍କ ଚାକିରି କାଳ ସମୟରେ ୧୦ ବର୍ଷ ପୂର୍ବେ ଜାକର୍ତ୍ତାରେ ଥିବା ଦୂତାବାସ ଭବନକୁ ବେଆଇନ ଭାବେ ବିକ୍ରି କରିଥିଲେ । ଏତେ ଦିନ ଧରି ଏହି ଦୁର୍ନୀତି ସରକାରଙ୍କ ଆଖିରୁ ଲୁଚି ରହିଥିଲା ​କିମ୍ବା ଏହି ଠକେଇରେ ପାକିସ୍ତାନ ସରକାରଙ୍କ ସମ୍ପୃକ୍ତି ରହିଥିଲା। ନଚେତ୍ ଏତେ ବଡ଼ ଘଟଣା କିପରି ସରକାରଙ୍କ ଆଖିରୁ ଲୁଚି ପାରିବ ।

ଅବସରପ୍ରାପ୍ତ ମେଜର ସୟଦ ମୁସ୍ତାଫା ଅନୱାର ଏକାଣ୍ଡ ଘଟାଇଥିଲେ

୨୦୦୧-୨୦୦୨ ମସିହାରେ ହୋଇଥିବା ଏହି ଅପରାଧ ପାଇଁ ଅବସରପ୍ରାପ୍ତ ମେଜର ଜେନେରାଲ ସୟଦ ମୁସ୍ତାଫା ଅନୱାରଙ୍କ ବିରୋଧରେ ଏକ ରେଫରେନ୍ସ ଦାଖଲ କରାଯାଇଥିଲା। ଅନୱାର ଏହି ବିଲ୍ଡିଂକୁ ବେଆଇନ ଭାବେ ବିକ୍ରି କରି ପାକିସ୍ତାନର ଜାତୀୟ ରାଜକୋଷକୁ ୧୩.୨୦ ଲକ୍ଷ ଡଲାର କ୍ଷତି କରିଥିବା ଅଭିଯୋଗ ହୋଇଛି।

୨୦୦୧-୦୨ରେ ଦୂତାବାସ ବିଲଡିଂ ବିକ୍ରି ହୋଇଥିଲା

ଦୁର୍ନୀତି ନିବାରଣ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପୂର୍ବତନ ରାଷ୍ଟ୍ରଦୂତ ଅନୱାର ନିୟୋଜନ ପରେ ଜାକର୍ତ୍ତାରେ ଦୂତାବାସ ଭବନ ବିକ୍ରୟ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଅନୁମତି ନ ନେଇ ଏକ ବିଜ୍ଞାପନ ମଧ୍ୟ ଜାରି କରିଥିଲେ। ଏହା ପରେ ସେ ୨୦୦୧-୨୦୦୨ ମସିହାରେ ଜାକର୍ତ୍ତାରେ ପାକିସ୍ତାନୀ ଦୂତାବାସର କୋଠାକୁ ସାମାନ୍ୟ ମୂଲ୍ୟରେ ବିକ୍ରି କରିଥିଲେ ।