ପାକିସ୍ତାନକୁ ଘାରିଲା ଚୀୟ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ
Advertisement
Article Detail0/zeeodisha/odisha769875

ପାକିସ୍ତାନକୁ ଘାରିଲା ଚୀୟ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ

ଅଶ୍ଳୀଳତା ବ୍ୟାପିବା ଅଭିଯୋଗରେ ଟିକଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ।

ପାକିସ୍ତାନକୁ ଘାରିଲା ଚୀୟ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ

ଇସଲାମାବାଦ: ଚୀନ (China) ଭଳି ସାମ୍ରାଜ୍ୟବାଦୀ ଶକ୍ତିର ଆର୍ଥିକ ସହଯୋଗକୁ ସବୁବେଳେ ଚାହିଁ ବସିଥିବା ପାକିସ୍ତାନ (Pakistan) ଏବେ ନିଜର ଔକାତ ଭିତରକୁ ଚାଲିଆସିଛି। ଚୀନୀ ସୋସିଆଲ ମିଡିଆ ଆପ୍ (Chinese Social Media App) ଟିକଟକ୍ (Tiktok) ଉପରେ ଥିବା ଲଗାଇଥିବା ପ୍ରତିବନ୍ଧକକୁ ମାତ୍ର ୧୦ ଦିନ ମଧ୍ୟରେ ହଟାଇ ଦେଇଛନ୍ତି ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାର (Imaran Govt)। ନିଜେ ନେଇଥିବା ନିଷ୍ପତ୍ତିରୁ ପୁଣି ଥରେ ପଛକୁ ହଟିଛନ୍ତି ପାକିସ୍ତାନ ସରକାର । ଅଶ୍ଳୀଳତା ବ୍ୟାପିବା ଅଭିଯୋଗରେ ଟିକଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ।

ଏହି ପ୍ରତିବନ୍ଧକକୁ ହଟାଇବା ସମ୍ପର୍କରେ ସୂଚନା ଦେଇ ପାକିସ୍ତାନର ଟେଲିକମ୍ ଅଥରିଟି (Pakistan Telecom Authority) ପକ୍ଷରୁ କୁହାଯାଇଛି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଏହି କାରଣରୁ ଏବେ ଆପ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ଦର୍ଶାଉଛି ଯେ ଚୀନ୍ ବିରୋଧରେ ପଦକ୍ଷେପ ନେବାକୁ ସେମାନଙ୍କର ସାହସ ନାହିଁ। ଯେତେବେଳେ ପାକିସ୍ତାନ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇଥିଲା ସେତେବେଳେ ଏହା ସ୍ପଷ୍ଟ ହୋଇଥିଲା କିଛି ଦିନ ମଧ୍ୟରେ ଏହି ନିଷ୍ପତ୍ତି ବଦଳିଯିବ। ବର୍ତ୍ତମାନ ଏପରି ସମାନ ସ୍ଥିତି ଦେଖିବାକୁ ମିଳିଛି।   

ପାକିସ୍ତନୀ ଟେଲିକମ୍ କର୍ତ୍ତୃପକ୍ଷଙ୍କୁ କ୍ରମାଗତ ଭାବେ ଟିକଟକ୍ ବିରୁଦ୍ଧରେ ଲଗାତାର ଅଭିଯୋଗ କରାଯାଉଥିଲା । ଚୀନୀ ଆପ୍ ମାଧ୍ୟମରେ ଦେଶର ଅନୈତିକ କାରବାର ବ୍ୟାପୁଥିବାର ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ଦିନ ପୂର୍ବରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି କୁହାଯାଇଛି ଟିକଟକ ବ୍ୟବହାର କରିବାକୁ ପୂର୍ବରୁ ଅନେକ ଥର ଚେତାବନୀ ଦିଆଯାଇଛି। ହେଲେ ଦେଶରେ ବ୍ୟାପୁଥିବା ଅନୈତିକ କାରବାରକୁ ରୋକିବା ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାକୁ ନଜରରେ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଭାରତ ସମେତ ଅନେକ ଦେଶ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ଅନେକ ଚୀନୀ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଏ ପର୍ଯ୍ୟନ୍ତ ବଦଳା ଯାଇନାହିଁ। ହେଲେ ପାକିସ୍ତାନ ଲାଗି ଚୀନୀ ଆପ ଉପରେ କଟକଣା ଲଗାଇବାକୁ ସାହସ କରିବା ଅସମ୍ଭବ। କାରଣ ପାକିସ୍ତାନ ଦେଶ ଚଳାଇବା ଲାଗି ଚୀନ ପକ୍ଷରୁ ମିଳୁଥିବା ଆର୍ଥିକ ସହୟାତା ଅନେଇ ବସିଥାଏ। ଚୀନୀ ଭିତ୍ତିକ କମ୍ପାନୀକୁ ସେଠାରେ କୌଣସି ଧରଣର କାମ କରିବାକୁ ଅନୁମତି ମିଳିସାରିଛି। ପୂର୍ବରୁ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର-ସିପିଇସି (CPEC-China Pakistan Economic Corridor) କାର୍ଯ୍ୟରେ ନିୟୋଜିତ ଚୀନ ଶ୍ରମିକ (Chinese Labour) ପାକିସ୍ତାନୀ ସୈନିକ (Pakistani Soldier) ଙ୍କୁ ମାଡ ମାରିଥିଲେ। ଏ ଘଟଣାରେ ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାର ଏବଂ ସେନା ଚୁପ୍ ରହିଥିଲେ।