ଘାରିଛି ସେନା ଭୟ,ଟୟଲେଟ ବଙ୍କରରେ ଆତ୍ମଗୋପନ କରୁଛନ୍ତି ଆତଙ୍କବାଦୀ
Advertisement
Article Detail0/zeeodisha/odisha756958

ଘାରିଛି ସେନା ଭୟ,ଟୟଲେଟ ବଙ୍କରରେ ଆତ୍ମଗୋପନ କରୁଛନ୍ତି ଆତଙ୍କବାଦୀ

କାଶ୍ମୀର ଘାଟି (kashmir Valley) ଅଞ୍ଚଳରୁ ସମୂଳେ ଆତଙ୍କବାଦର ନାଶ କରିବା ଲାଗି ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସେନା। ସୁରକ୍ଷାବଳର ଏପରି କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇପଡିଥିବା ଆତଙ୍କବାଦୀ ଏବେ ଆତ୍ମଗୋପନ କରିବା ଲାଗି ଟୟଲେଟ ବଙ୍କର ବ୍ୟବହାର କରୁଛନ୍ତି।

ଘାରିଛି ସେନା ଭୟ,ଟୟଲେଟ ବଙ୍କରରେ ଆତ୍ମଗୋପନ କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀର ଘାଟି (kashmir Valley) ଅଞ୍ଚଳରୁ ସମୂଳେ ଆତଙ୍କବାଦର ନାଶ କରିବା ଲାଗି ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମରିକ କାର୍ଯ୍ୟାନୁଷ୍ଠାନ (Military Operation) ଜାରି ରଖିଛି ଭାରତୀୟ ସେନା (Indian Army) । ସୁରକ୍ଷାବଳର ଏପରି କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇପଡିଥିବା ଆତଙ୍କବାଦୀ ଏବେ ଆତ୍ମଗୋପନ (Under Ground) କରିବା ଲାଗି ଟୟଲେଟ ବଙ୍କର (Toilet Bunker) ବ୍ୟବହାର କରୁଛନ୍ତି ।

ବେଶ ଲମ୍ବା ସମୟ ଧରି ସେନା ପକ୍ଷରୁ ଜାରି ରହିଥିବା ଆତଙ୍କବାମ ଦମନ ଅଭିଯାନରେ ଅନେକ ଆତଙ୍କୀ ଟଳି ପଡିଛନ୍ତି । ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିବା ବିଭିନ୍ନ ସଙ୍ଗଠନର ଆତଙ୍କବାଦୀ ଏବେ ନିଜକୁ ବଞ୍ଚାଇବାକୁ ଯାଇ ଏବେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଅନ୍ୟପଟେ ସେମାନଙ୍କ ସମର୍ଥକ ମଧ୍ୟ ସେନାର ଆତଙ୍କବାଦ ଦମନ ଅଭିଯାନକୁ ନେଇ ଭୟତ୍ରସ୍ତ ହୋଇପଡିଛନ୍ତି । ଆତ୍ମଗୋପନ କରିବା ଲାଗି ଆତଙ୍କବାଦୀଙ୍କ ପକ୍ଷରୁ ମାଟି ତଳେ ନିର୍ମିତ ହୋଇଥିବା ବଙ୍କର ଉପରେ ନଜର ରଖିବା ରଖିବା ଲାଗି ଏବେ ଡ୍ରୋନ (Drone) ବ୍ୟବହାର କରୁଛି ଭାରତୀୟ ସେନା ।   

ଜମ୍ମୁ କାଶ୍ମୀର ପୋଲିସ ପୋଲିସ(JK Police) ମହାନିର୍ଦ୍ଦେଶକ ଦିଲବାଗ ସିଂହ (DG Dilbag Singh) କହିଛନ୍ତି ଆତ୍ମଗୋପନ କରିବା ଲାଗି ଆତଙ୍କବାଦୀଙ୍କ ପକ୍ଷରୁ ମାଟି ତଳେ ବଙ୍କର କିମ୍ବା ଗୁମ୍ଫା ନିର୍ମାଣ କରିବା କୌଣସି ନୂଆ କଥା ନୁହେଁ । ଦକ୍ଷିଣ କାଶ୍ମୀରରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏପରିକି ଆତଙ୍କବାଦୀ ଏକ ସେପ୍ଟିକ୍ ଟ୍ୟାଙ୍କ (Septic Tank) ମଧ୍ୟରେ ଲୁଚି ରହିଥିଲେ । ସାମରିକ ଅଧିକାରୀଙ୍କ ଅନୁସାରେ ଗତ ବର୍ଷ ଦକ୍ଷିଣ କାଶ୍ମୀରର ପୁଲୱାମା-ଶୋପିଆନ୍ ସୀମାରେ ଥିବା ଲାସିପୁରା ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା, ଯେତେବେଳେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଗୋଟିଏ ଘରକୁ ୬ ଥର ଯାଞ୍ଚ କରାଯାଇଥିଲା । ଶେଷରେ ସେମାନଙ୍କୁ ବାହାର କରିବା ଲାଗି ସେପ୍ଟିକ୍ ଟ୍ୟାଙ୍କକୁ ଖନନ କରାଯାଇଥିଲା । 

ଦକ୍ଷିଣ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଛପି ରହୁଥିବା ରୋଷେଇ ଘର, ବାଥରୁମ୍ ଆଦି ସ୍ଥାନକୁ ଯାଞ୍ଚ କରାଯାଇଥିଲା । ଗତ ମାର୍ଚ୍ଚରେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ଆତଙ୍କବାଦ ଦମନ ଅଭିଯାନ ବେଳେ ଏପରି ଘଟଣା ଘଟିଥିଲା ।   ସୁରକ୍ଷା ବଳକୁ ଚକମା ଦେବା ଲାଗି ଏକ ପାଇଖାନାରେ ମଳ ରଖାଯାଇଥିଲା । ମାତ୍ର ଯେତେବେଳେ ଏହାକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଗଲା ସେତେବେଳେ ପାଇଖାନା ମଧ୍ୟରୁ ଗୁଳିମାଡ ହୋଇଥିଲା । ଏହାର ତତକ୍ଷଣାତ ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ପଲଟା ଆକ୍ରମଣରେ  ୪ ଲସ୍କର ଏ ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ।