ଋଷି କପୁରଙ୍କୁ ନେଇ ଅପମାନଜନକ ଟ୍ୱିଟ କରିବାରୁ KRKଙ୍କ ବିରୋଧରେ ଏଫଆଇଆର ରୁଜୁ
Advertisement

ଋଷି କପୁରଙ୍କୁ ନେଇ ଅପମାନଜନକ ଟ୍ୱିଟ କରିବାରୁ KRKଙ୍କ ବିରୋଧରେ ଏଫଆଇଆର ରୁଜୁ

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ବାବଦରେ କହିଛନ୍ତି ଯେ, "ସ୍ୱର୍ଗତ କଳାକାରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆମେ କମଲ ଆର ଖାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛୁ । ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ନାହିଁ । ଅଧିକ ତଦନ୍ତ ଚାଲିଛି ।

ଋଷି କପୁରଙ୍କୁ ନେଇ ଅପମାନଜନକ ଟ୍ୱିଟ କରିବାରୁ KRKଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ୱାଇ:  ସ୍ୱର୍ଗତ ଋଷି କପୁରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ବଲିଉଡ ଅଭିନେତା ତଥା ନିର୍ମାତା କମଲ ଆର ଖାନଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି । ପୋଲିସ କହିଛି ଯେ ବୁଧବାର ବାନ୍ଦ୍ରାସ୍ଥିତ କମଲ ଆର ଖାନଙ୍କ ଉପରେ ଏଫଆଇଆର ରୁଜୁ ହୋଇଛି । ଯୁବ ସେନାର କୋର କମିଟିର ସଦସ୍ୟ ରାହୁଲ କନଲଙ୍କ ଅଭିଯୋଗ ଉପରେ କମାଲ ଆର ଖାନ ବା KRK ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

କମାଲ ଆର ଖାନଙ୍କ ବିରୋଧରେ ରାହୁଲ କନଲ ଏଫଆଇଆର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, "କେଆରକେ ଏପ୍ରିଲ ୩୦ରେ ଋଷି କପୁରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ: ଋଷି କପୁରଙ୍କୁ HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଁ କେବଳ ତାଙ୍କୁ ଏହା କହିବାକୁ ଚାହେଁ । ସାର୍, ଠିକ୍ ଭାବରେ ଫେରି ଆସନ୍ତୁ, ମରି ନ ଯାଆନ୍ତୁ । କାରଣ ମଦ ଦୋକାନ ୨-୩ ଦିନ ମଧ୍ୟରେ ଖୋଲିବାକୁ ଯାଉଛି । "