ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, କୋଭିସିଲ୍ଡ ସୁରକ୍ଷିତ ନା ନାହିଁ ?
Advertisement

ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, କୋଭିସିଲ୍ଡ ସୁରକ୍ଷିତ ନା ନାହିଁ ?

କୋଭିସିଲ୍ଡ ଭ୍ୟାକସିନ ପ୍ରସ୍ତୁତିରେ ଏହି ଅଗ୍ନିକାଣ୍ଡ କିଛି ପ୍ରଭାବ ପକାଇବ ନାହିଁ । ଏହାର କାରଣ ହେଉଛି ନିଆଁ ନିର୍ମାଣଧିନ ଏକ ନୂଆ କୋଠାରେ ଲାଗିଛି।

 

ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, କୋଭିସିଲ୍ଡ ସୁରକ୍ଷିତ ନା ନାହିଁ ?

ମୁମ୍ବାଇ: ସାରା ବିଶ୍ୱକୁ ଆଶ୍ୱସ୍ତି ଦେଇଥିବା ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ । ଆଜି ଦିନ-ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଜଣାପଡ଼ିଛି । ନିଆଁ ଟର୍ମିନାଲ ର ଏକ ନମ୍ବର ଗେଟର ଇନଷ୍ଟିଚ୍ୟୁଟର ନୂଆ ନିର୍ମାଣଧିନ କୋଠାରେ ଲାଗିଛି । ଯାହାକୁ ଆୟତ୍ତ କରିବାକୁ ଖୁବ ଜୋରଦାର ପ୍ରୟାସ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡରେ କୋରୋନାକୁ ମାତ୍ ଦେଇଥିବା କୋଭିସିଲ୍ଡ ଭ୍ୟାକସିନ ସୁରକ୍ଷିତ ଅଛି ନା ନାହିଁ ।

କୁହାଯାଉଛି ଯେ, କୋଭିସିଲ୍ଡ (Covishield) ଭ୍ୟାକସିନ (Vaccine) ପ୍ରସ୍ତୁତିରେ ଏହି ଅଗ୍ନିକାଣ୍ଡ କିଛି ପ୍ରଭାବ ପକାଇବ ନାହିଁ । ଏହାର କାରଣ ହେଉଛି ନିଆଁ ନିର୍ମାଣଧିନ ଏକ ନୂଆ କୋଠାରେ ଲାଗିଛି। ସେରମ ଇନଷ୍ଟିଚ୍ୟୁଟ (Serum Institute) ନିଜର ବୟାନ ଜାରି କରିଥିବା ବେଳେ ଏହା କହିଛି ଯେ, କୋରୋନା ଭ୍ୟାକସିନ (Corona Vaccine) କୋଭିସିଲ୍ଡ ଯେଉଁଠାରେ ତିଆରି ହେଉଛି ସେହି କୋଠା ଠାରୁ ଏହା ଖୁବ ଦୂରରେ ରହିଛି । ସେପଟେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦାର ପୁନୱାଲା (Ceo Adar Poonawalla ) କହିଛନ୍ତି ଯେ, ସେଠାରେ କାମ କରୁଥିବା ଲୋକମାନଙ୍କୁ ବଞ୍ଚାଇବା ଆମର ପ୍ରଥମ ପ୍ରାଥମିକତା । ହେଲେ ମିଳିଥିବା ଖବର ଅନୁସାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Also Read: ନୀତିଶ-ସୁଶୀଲ ମୋଦିଙ୍କୁ କଣ୍ଟ୍ରୋଲ କରିବା ପାଇଁ ଶାହନାୱାଜଙ୍କୁ ବିହାର ପଠାଇଲା ବିଜେପି!

ସୂଚନାନୁସାରେ, ନିର୍ମାଣଧିନ କୋଠାରେ ନିଆଁ ଭୟଙ୍କର ଭାବେ ଲାଗିଥିବା ଫଟୋ ଚିତ୍ରରୁ ସ୍ପଷ୍ଟ ହେଉଛି । ସେପଟେ ଅଗ୍ନିକାଣ୍ଡ (Fire) ଖବର ପାଇ ୧୫ ଟି ଦମକଳବାହିନୀ (Fire Brigade) ନିଆଁକୁ ଆୟତ୍ତ କରିବାକୁ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଛନ୍ତି । ଅନ୍ୟପଟେ ଘଟଣା ଉପରେ ନଜର ରଖିଛନ୍ତି ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ( Maharashtra Chief minister) ଉଦ୍ଧବ ଠାକରେ (Uddhav Thackeray) 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CMO) କାର୍ଯ୍ୟାଳୟ  ଟ୍ୱିଟ (Tweet)କରି ଏହି ସୂଚନା ଦେବା ସହ ଘଟଣା ଉପରେ ସବୁ ବିଭାଗ ନଜର ରଖିବାକୁ ଅପିଲ କରିଛନ୍ତି।