ମୁହାଁମୁହିଁ ହେବା ପରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
Advertisement
Article Detail0/zeeodisha/odisha712474

ମୁହାଁମୁହିଁ ହେବା ପରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ପୁଣି ଓଡିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ ଜିଲ୍ଲାରେ ମୁହାଁମୁହିଁ ହେଇଛନ୍ତି ସୁରକ୍ଷା ବାହିନୀ-ମାଓବାଦୀ ।

ମୁହାଁମୁହିଁ ହେବା ପରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି: ପୁଣି ପଡୋଶୀ ଆନ୍ଧ୍ର ପ୍ରଦେଶରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ହୋଇଛି ମୁହାଁମୁହଁ । ଜୁଲାଇ ୧୬ ତାରିଖ ଗୁରୁବାର ସକାଳ ଦିନ ସାଢେ ୧୧ଟା ସମୟରେ ମାଲକାନଗିରି ସୀମାନ୍ତ ରାଜ୍ୟର ବିଶାଖାପଟ୍ଟନମ୍ ଜିଲ୍ଲାସ୍ଥିତ ମୁଚିମପୁଟ ଥାନା ଅନ୍ତର୍ଗତ ଉପଚାରୁ ଗ୍ରାମ ନିକଟରେ ସାମ୍ନାସାମ୍ନି ହେବା ପରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।     

ମାଲକାନଗିରି ଏସଓଜି(malkangiri sog) ଓ ଡିଭିଏଫ ଟିମ(dvf team) ମିଳିତ ଭାବେ ସର୍ଚ୍ଚ ଅପରେସନରେ ଯାଇଥିବା ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖିବା ପରେ ପ୍ରଥମେ ମାଓବାଦୀ ଗୁଳିଚଳନା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । 

ଗୁଳିମାଡ କରିଥିବା ମାଓବାଦୀଙ୍କ ଦଳରେ ମାଓ ନେତା ଆନ୍ଧରୁ ଏବଂ ଆରକେ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଗୋଟିଏ ଥ୍ରୀ ନଟ ଥ୍ରୀ(3 not 3) ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପୋଲିସ କୁମ୍ବିଂ ଅପରେସନକୁ ଜାରି ରଖିଛି ।