ଆଜି ପ୍ରଥମ ଜାତୀୟ ମହାକାଶ ଦିବସ, କାହିଁକି, କେମିତି, କେଉଁଠି?
Advertisement
Article Detail0/zeeodisha/odisha2395889

ଆଜି ପ୍ରଥମ ଜାତୀୟ ମହାକାଶ ଦିବସ, କାହିଁକି, କେମିତି, କେଉଁଠି?

First National Space Day: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ୨୦୨୩ ଆଜିର ଦିନରେ ଚନ୍ଦ୍ରର ଦକ୍ଷିଣ ମେରୁରେ  ପହଞ୍ଚିବାରେ ସଫଳ ହୋଇଥିଲା ଭାରତ। ସେତେବେଳେ  ସାରା ବିଶ୍ୱ ଭାରତର ବିଜ୍ଞାନୀ, ଜନସାଧାରଣ ଏବଂ ସରକାରଙ୍କୁ ଅଭିନନ୍ଦନର ସୁଅ ଫିଟାଇଥିଲେ। ସାରା ଭାରତ ଉତ୍ସାହ, ଆନନ୍ଦ ଉଲ୍ଲାସରେ ଉତ୍ସସିତ ହୋଇଥିଲା। ଆଜି ସେଇ ଦିନକୁ ସ୍ମରଣୀୟ କରିବା ତଥା ଆଗକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂଆ ଦିଗକୁ ଉନ୍ମୁକ୍ତ କରିବା ଲକ୍ଷ୍ୟରେ ପାଳନ ହେଉଛି ଜାତୀୟ ମହାକାଶ ଦିବସ। 

ଚଳିତ ବର୍ଷ ଜାତୀୟ ମହାକାଶ ଦିବସର ପ୍ରଥମ ଉତ୍ସବ ହେବ। ଏହି ଉତ୍ସବକୁ ପାଳନ କରିବାକୁ ଯାଇ ଇସ୍ରୋ ପକ୍ଷରୁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ପ୍ରବେଶ ଛାତ୍ରଛାତ୍ରୀଙ୍କ ଆଗ୍ରହର ବିଷୟ, ବୈଜ୍ଞାନିକଙ୍କ ସହ ସିଧାସଳଖ କଥାବାର୍ତ୍ତା, ଇସ୍ରୋର କ୍ଷମତା ବିକାଶ ଆଦି ଅନେକ ପ୍ରସଙ୍ଗ ଏଥିରେ ଆଲୋଚନା ତଥା ପ୍ରଦର୍ଶନ ହେବ।  ବିଶଷକରି ଆସନ୍ତା ପିଢ଼ିକୁ ବିଜ୍ଞାନ, ଗଣିତ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ କ୍ଷେତ୍ରକୁ କ୍ୟାରିୟର ଭାବେ ଗ୍ରହଣ କରି ଆଗକୁ ଭାରତର ମହାକାଶ ମିଶନକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତ କରିବା ଏହି ଦିବସର ଲକ୍ଷ୍ୟ ରହିଛି। 
 
ଇସ୍ରୋର ଏହି ଉଦ୍ୟମକୁ ଦେଶ ବିଦେଶର କୋଣ ଅନୁକୋଣରେ ଦେଖିବା ଲାଗି  ଇସ୍ରୋ ପକ୍ଷରୁ ୟୁଟ୍ୟୁବ୍‍ ଚ୍ୟାନେଲ୍‍ର ବ୍ୟବସ୍ଥା କରାଯାଇଛି। ଲାଇଭ୍‍ ଦେଖିବା ଲାଗି ଲିଙ୍କ୍ ହେଉଛି: https://www.youtube.com/live/60QgJDgrXFg?feature=shared
 
ଏ ବର୍ଷର ବିଷୟବସ୍ତୁ କ’ଣ?
ଦେଶର ପ୍ରଥମ ମହାକାଶ ଦିବସ ଲାଗି ବିଷୟବସ୍ତୁ ରହିଛି ‘ ଚନ୍ଦ୍ରମାକୁ ଛୁଇଁବା ସହ ଦେଶର ସାଧାରଣ ଜୀବନକୁ ସ୍ପର୍ଶ କରିବା’। 
 
ଚନ୍ଦ୍ରଯାନ-୩ ଓ ପ୍ରଜ୍ଞାନ: ଉଲ୍ଳଖନୀୟ ସଫଳତାର ଉଦାହରଣ 
ଭାରତୀୟ ମହାକାଶଯାତ୍ରାରେ ଚନ୍ଦ୍ରଯାନ-୩ ଏକ ଉଲ୍ଲେଖନୀୟ ସଫଳତା। ଯେତେବେଳେ ବି ଚନ୍ଦ୍ରପୃଷ୍ଠ ବାବଦରେ ବିଜ୍ଞାନୀମାନେ ଚିନ୍ତା କରିବେ ସେତେବଳେ ଏହାକୁ ମାଇଲଷ୍ଟୋନ ଭାବେ ଗ୍ରହଣ କରିବେ। ଏହି ମହାକାଶଯାନ ଅଗଷ୍ତଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରିଥିଲା। ଯାହାକୁ ସେତେବଳେ ସଫ୍ଟ ଲ୍ୟାଣ୍ଡିଂ ବୋଲି କୁହାଯାଉଥିଲା। ଏବଂ ଏହା ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା। ସେତେବଳେ ଦକ୍ଷିଣ ମେରୁକୁ  କୌଣସି ଦେଶ ଗବେଷଣା ପାଇଁ ବାଛୁ ନଥିଲେ। ଏଥିପାଇଁ ମଧ୍‍ୟ ଅନେକ ଆହ୍ୱାନ ରହିଥିଲା। ହେଲେ ଏସବୁ ଆହ୍‍ୱାନକୁ ସମ୍ମୁଖୀନ ହୋଇ ଭାରତୀୟ ବୈଜ୍ଞାନିକ ମାନେ କିଛି ନୂଆ କରି ଦେଖାଇବା ଲକ୍ଷ୍ୟରେ ଏେହି ମିଶନରେ ସଫଳ ହୋଇଥିଲା। ଏହାପରେ ବିକ୍ରମ ଲ୍ୟାଣ୍ଡରରୁ ବାହାରିଥିଲା ପ୍ରଜ୍ଞାନ ରୋଭର। ଚନ୍ଦ୍ର ପୃଷ୍ଠରେ ବୁଲି ଏହାର ଫଟୋ ଉଠାଇବାର ଅନୁଭୂତିକୁ ଭାରତୀୟ ବୈଜ୍ଞାନିକଙ୍କୁ ଦେଇଥିବା  ପ୍ରଜ୍ଞାନ। 
 
ଚତୁର୍ଥ ଦେଶ ଭାବେ ଭାରତ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରା ବିଶ୍ୱକୁ ଭାରତର ଜ୍ଞାକୌଶଳ ଏବଂ ବୈଜ୍ଞାନିକଙ୍କ ସମର୍ପଣ ଭାବକୁ ପ୍ରଦର୍ଶନ କରାଇଥିଲା। ଏହା ସ୍ପଷ୍ଟ କରିଥିଲା ଯେ, ଭାରତ ଏଠାରେ ନିଜକୁ ଅଟକାଇବ ନାହିଁ ଆଗକୁ, ଆହୁରି ଆଗକୁ ଚାଲିବ। ଏହିକ୍ରମରେ ଭାରତ ଆଜି ଚନ୍ଦ୍ରଯାନ ୪ ଏବଂ ୫ ପାଇଁ ପ୍ରସ୍ତୁତି କରୁଥିବା ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ।  ଖାଲି ସେତିକି ନୁହେଁ ୨୦୨୫ ସୁଦ୍ଧା ପ୍ରଥମ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ମିଶନ ଆରମ୍ଭ ହୋଇଛି। ଯାହାର ନାଁ ରହିଛି ଗଗନଯାନ। ଏହା ଭାରତକୁ ବିଶ୍ୱ ନେତୃତ୍ୱ ନେବାରେ ସହାୟକ ହେବ।