ଆସାମରେ ପ୍ରକୃତିର ତାଣ୍ଡବ: ୭ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ ଓ ୨୪ ମୃତ, ରେଳ ଚଳାଚଳ ପ୍ରଭାବିତ
Advertisement

ଆସାମରେ ପ୍ରକୃତିର ତାଣ୍ଡବ: ୭ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ ଓ ୨୪ ମୃତ, ରେଳ ଚଳାଚଳ ପ୍ରଭାବିତ

ASDMA ପ୍ରକାଶନରେ କୁହାଯାଇଛି ଯେ, ୨୨ଟି ଜିଲ୍ଲାର ୨୦୯୫ ଗାଁର ଲକ୍ଷେ ୪୧ ହଜାର ପିଲାଙ୍କ ସମେତ ସାତ ଲକ୍ଷ ୧୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ସ୍ବେଚ୍ଛାସେବୀଙ୍କ ସହାୟତାରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଛି। ରବିବାର ଆଉ ଛଅ ଜଣଙ୍କର ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ରାଜ୍ୟର ୩୪ଟି ଜିଲ୍ଲାରେ ସାତ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛି। ବନ୍ୟା ପାଇଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ NDRF ଟିମ ମଧ୍ୟ ସାମିଲ ହୋଇଛନ୍ତି। 

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅଧିକାରୀ କହିଛନ୍ତି ଯେ, ରବିବାର ନାଗାଓଁରେ ୪ ଜଣ, କାଚର ଏବଂ ହୋଜାଇ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟ (Assam) ର ୩୪ଟି ଜିଲ୍ଲାର ୨୨ଟି ସ୍ଥାନରେ ୭.୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୨୪ ଜଣଙ୍କ ମଧ୍ୟରୁ ୧୯ ଜଣ ବନ୍ୟା (Flood) ରେ ମୃତ୍ୟୁବରଣ କରିଛନ୍ତି ଏବଂ ବିଭିନ୍ନ ଜିଲ୍ଲାରେ ଭୂସ୍ଖଳନ (Landslide) ଯୋଗୁଁ ୫ ଜଣଙ୍କ ଜୀବନ ଯାଇଛି। 

Also Read: Imran Khan praises India: ପୁଣି ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ଦେଲେ ଇମ୍ରାନ ଖାନ

ASDMA ପ୍ରକାଶନରେ କୁହାଯାଇଛି ଯେ, ୨୨ଟି ଜିଲ୍ଲାର ୨୦୯୫ ଗାଁର ଲକ୍ଷେ ୪୧ ହଜାର ପିଲାଙ୍କ ସମେତ ସାତ ଲକ୍ଷ ୧୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ସ୍ବେଚ୍ଛାସେବୀଙ୍କ ସହାୟତାରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ୨୬୯ ରିଲିଫ୍ କ୍ୟାମ୍ପ ଏବଂ ୧୫୨ ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ୯୧ ହଜାରରୁ ଅଧିକ ଲୋକ ରିଲିଫ କ୍ୟାମ୍ପରେ ରହୁଥିବାବେଳେ ୯୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତି ହୋଇଛି।

 

ଆସାମରେ ବନ୍ୟା ଓ ଭୂସ୍ଖଳନ ଜାରି ରହିଥିବାବେଳେ ରାଜ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR) ପକ୍ଷରୁ ଅନେକ ରେଳ ବାତିଲ କରାଯାଇଛି। ୧୧ଟି ଟ୍ରେନ ବାତିଲ ହୋଇଥିବା ବେଳେ ୫ଟି ଟ୍ରେନ ଆଂଶିକ ବାତିଲ୍ କରାଯାଇଛି। ଅନ୍ୟପଟେ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ UNICEFର ୭ଟି ଟେକନିକାଲ ଓ ସପୋର୍ଟ ଟିମ ମୁତୟନ କରାଯାଇଥିବା ସୂଚନା ମିଳିଛି।