ଆସାମରେ ଜଳପ୍ରଳୟ: ୧୧ ଲକ୍ଷ ପ୍ରଭାବିତ, ୩୭ ମୃତ
Advertisement
Article Detail0/zeeodisha/odisha706486

ଆସାମରେ ଜଳପ୍ରଳୟ: ୧୧ ଲକ୍ଷ ପ୍ରଭାବିତ, ୩୭ ମୃତ

ପୂର୍ବତ୍ତୋର ରାଜ୍ୟ ଆସାମରେ ତାଣ୍ଡବ ମଚାଇଛି ବନ୍ୟା |   

ଆସାମରେ ଜଳପ୍ରଳୟ: ୧୧ ଲକ୍ଷ ପ୍ରଭାବିତ, ୩୭ ମୃତ

ଗୌହାଟି: ପୂର୍ବୋଉତ୍ତ ରାଜ୍ୟ ଆସାମରେ ପ୍ରଳୟ ସୃଷ୍ଟି କରିଛି ବନ୍ୟା । ଜଳ ପ୍ରଳୟ କାରଣରୁ ପ୍ରାୟ ୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ, ମୃତ୍ୟୁ ସଖ୍ୟା ୩୭କୁ ବୃଦ୍ଧି ପାଇଛି । ରାଜ୍ୟର ୩୩ଟି ଜିଲ୍ଲାର ୧୮ଟି ଅଞ୍ଚଳରେ ଲକ୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୭ଟି ଜିଲ୍ଲାରେ ଏହି ସ୍ଥିତିରେ ଉନ୍ନତି ଆସିଛି । 

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-ଏଏସଡିଏମଏ(Assam State Disaster Management Authority-ASDMA) ଅଧିକାରୀ କହିଛନ୍ତି, ଗତ ଦୁଇ ସପ୍ତାହ ମଧ୍ୟରେ ବନ୍ୟା କାରଣରୁ ରାଜ୍ୟର  ମୋରିଗାଓଁ, ଟିନସୁକିଆ, ଧୁବ୍ରି, ନାଗାଓଁ, ନଲବାରୀ, ବରପେଟା, ଧମାଜୀ, ଉଦଲଗୁରୀ, ଗୋଲପାରା ଏବଂ ଡିବ୍ରୁଗଡ଼ରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ମେ ୨୨ ତାରିଖରୁ ହୋଇଥିବା ପୃଥକ ଭୂସ୍ଖଳନରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

ଆସାମରେ ତାଣ୍ଡବ ମଚାଇଥିବା ବନ୍ୟାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହ ଆଲୋଚନା କରିବା ପରିସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଲକ୍ଷ୍ମୀପୁର, ସିଭାସାଗର, ବଙ୍ଗାଇଗାଓଁ, ହୋଜାଇ, ଉଦଲଗୁରୀ, ମାଜୁଲି ଏବଂ ପଶ୍ଚିମ କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି ।
 
ଏଏସଡିଏମଏ ଅଧିକାରୀ କହିଛନ୍ତି ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଧମାଜୀ, ବିଶ୍ୱନାଥ, ଚିରଙ୍ଗ, ଡାରଙ୍ଗ, ନଲବାରୀ, ବରପେଟା, କୋକ୍ରାଝର, ଧୁବ୍ରି, ନାଗାଓଁ, ଗୋଲାଘାଟ, ଜୋରହାଟ, ଡିବ୍ରୁଗଡ, ଦକ୍ଷିଣ ସଲମାରା, ଗୋଲପାରା, କାମରୂପ(ମେଟ୍ରୋ), ମୋରିଗାଓଁ ଏବ ତିନସୁକିଆ ।

ଆସାମର ପ୍ରାୟ ୧୪୧୨ଟି ଗ୍ରାମର ୧୧ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୫୩,୩୪୮ ହେକ୍ଟରର ଜମିରେ  ହୋଇଥିବା ଫସଲ ନଷ୍ଟ ହୋଇଛି । ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୬୫୩୧ ଲୋକ ୧୭୧ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି ।
ବନ୍ୟାରେ  ୮,୯୧,୮୯୭ ଗୃହପାଳିତ ପଶୁ ଏବଂ ୮,୦୧,୨୩୩ କୁକୁଡ଼ା ପ୍ରଭାବିତ ହୋଇଛନ୍ତି ।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ(National Disaster Response Force), ଆସାମ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ରିଲିଫ୍ ସାମଗ୍ରୀ ଯୋଗାଇବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।