ନୂଆଦିଲ୍ଲୀ: ଗତ ୨୦୧୯ ଡିସେମ୍ବରରୁ ବିଶ୍ୱବାସୀଙ୍କୁ କରାଳ ରୂପ ଦେଖାଇବା ଆରମ୍ଭ କରିଥିଲା କୋରୋନା ମହାମାରୀ। ଯାହାର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ବ୍ୟାପକ ଟିକାକରଣ ସତ୍ତ୍ୱେ ମଧ୍ୟ ବିଶ୍ୱ ସମୁଦାୟରୁ ହ୍ରାସ ପାଇନାହିଁ ଏହି ବିଶ୍ୱ ମହମାରୀର ପ୍ରକୋପ। ଏପରିକି ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଏହାକୁ ସମୂଳେ ନାଶ କରିବା ପାଇଁ ସେପରି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇପାରିନାହିଁ।   


COMMERCIAL BREAK
SCROLL TO CONTINUE READING

ଗତ ୨୦୧୯ ଡିସେମ୍ବରରେ ସର୍ବପ୍ରଥମେ କୋରୋନା ମହାମାରୀ (Corona Pandemic) ବାବଦରେ ଜାଣିବାକୁ ପାଇଥିଲେ ବିଶ୍ୱବାସୀ। ଚଳିତ ଶତାବ୍ଦୀରେ ଆତ୍ମଘୋଷିତ ବିଶ୍ୱ ଶକ୍ତି ଭାବେ ନିଜକୁ ବିଚାର କରୁଥିବା ଚୀନର (China) ବୁହାନ ସହର (Wuhan City) ଥିଲା ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତିସ୍ଥଳ। ଏହାକୁ ସେଠାକାର ଏକ ପରୀକ୍ଷାଗାରରେ ପ୍ରସ୍ତୁତ କରାଯାଇଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିଶ୍ୱର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଅନେକ ଖବର।


Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon


ଏ ଘଟଣା ପର ଠାରୁ ଚୀନ ଉପରେ ରହିଥିଲା ବିଶ୍ୱ ସମୁଦାୟର ନଜର। କୋରୋନା ସଂକ୍ରମଣ ଏକ ଜୈବିକ ଯୁଦ୍ଧ (Biological War) ଭାବେ ପ୍ରଦର୍ଶିତ କରାଯିବା ପରେ ବୁହାନ ସହରର ସେହି ପରୀକ୍ଷାଗାର (Wuhan City Lab) ଉପରେ ପଡିଥିଲା ସନ୍ଦେହଜନକ ନଜର। କୋଭିଡ୧୯ ସଂକ୍ରମଣ ମାମଲାକୁ ନେଇ ବିଶ୍ୱଶକ୍ତି ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଏ ପ୍ରସଙ୍ଗରେ ଚୀନକୁ ଘେରିଥିଲେ। 


ଏପରିକି ବିଦାୟୀ ଆମେରିକୀୟ ରାଷ୍ଟ୍ରପତି (Former American President) ଡୋନାଲ୍ଡ ଟ୍ରମ୍ପ (Donald Trump) ବିଶ୍ୱରେ କୋରୋନା ସଂକ୍ରମଣ ବ୍ୟାପିବା ଘଟଣାକୁ ନେଇ ଚୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କୁ ସମର୍ଥନ ଜଣାଇ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି (Current American President) ଜୋ ବାଇଡେନ (Joe Biden) ମଧ୍ୟ କୋରୋନା ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ସଂକଟ ଲାଗି ଚୀନ ପ୍ରତିପକ୍ଷ (Chinese President) ସି ଜିନପିଙ୍ଗଙ୍କ (Xi Jinping) ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାର ଜବାବରେ ଚୀନ ରାଷ୍ଟ୍ରପତି କହିଥିଲେ ଆମେରିକା ଭିତ୍ତିହୀନ ଅଭିଯୋଗ ଆଣିଛି। ଏହାର କୌଣସି ଯୁକ୍ତି ସମ୍ମତ ପ୍ରମାଣ ନାହିଁ। 


Also Read: ବିଷାକ୍ତ ଜୈବିକ ଅସ୍ତ୍ର ଚାଷ କରୁଛନ୍ତି ଚୀନ୍ ଏବଂ ପାକିସ୍ତାନ


କେବଳ ଚୀନ ନୁହେଁ କୋରୋନା ମହାମାରୀକୁ ନେଇ ଆମେରିକା ଟାର୍ଗେଟରୁ ବର୍ତ୍ତିପାରିନଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO)। କେବଳ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ନୁହଁନ୍ତି ତାଙ୍କ ସରକାର କ୍ଷମତାସୀନ ରହିଥିବା ସମୟରେ ଦେଶର ଦେଶର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର-ସିଡିସି (Centers for Disease Control and Prevention-CDC) ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଡ.ରର୍ବଟ ରେଡଫିଲ୍ଡ (Dr.Robert Redfield) ନିକଟରେ ସ୍ଥାନୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍କୁ (American Media Fox News) ଦେଇଥିବା ସାକ୍ଷାତକାରରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। 


ଆମେରିକୀୟ ଗଣାମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଦେଶର ପୂର୍ବତନ ସିଡିସି ନିର୍ଦ୍ଦେଶକ କହିଛନ୍ତି ଚୀନର ବୁହାନ ସହରସ୍ଥିତ ସେହି ପରୀକ୍ଷାଗାରରୁ କୋରୋନା ସଂକ୍ରମଣର ଉତ୍ପତ୍ତି ହୋଇଥିଲା। ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଏ ଘଟଣାକୁ ନେଇ ସାରା ବିଶ୍ୱର ନଜର ରହିଛି। ଯଦିଓ ସଂକ୍ରମିତ ପଶୁ ଠାରୁ ଏହି ରୋଗ ମଣିଷକୁ ବ୍ୟାପୁଥିବା ନେଇ ସର୍ବପ୍ରଥମେ ଚର୍ଚ୍ଚା ହେଉଥିଲା। ହେଲେ ବୁହାନ ସହରରେ ଅବସ୍ଥିତ ସେହି ପରୀକ୍ଷାଗାର (Wuhan City Suspected Lab) ବିଶ୍ୱର ବିଭିନ୍ନ ସ୍ଥାନରେ କୋରୋନା ମହାମାରୀର ପ୍ରକୋପ ଅନୁଭୂତ ହେବା ପର ଠାରୁ ସନ୍ଦେହଘେରରେ ରହିଛି। 


Also Read: ଚାଲୁଣୀ କହୁଛି ଛୁଞ୍ଚିକୁ...


ଏଠାରୁ କୋରୋନା ଭାଇରସ ଲିକ (Covid19 Lab Leak Theory) ହୋଇଥିବା ନେଇ ଯେଉଁ ଚର୍ଚ୍ଚା ଲାଗିରହିଛି ତାହା ଉପରେ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ସିଡିସି ନିର୍ଦ୍ଦେଶକ ଡ.ରର୍ବଟ ରେଡଫିଲ୍ଡ। ତାଙ୍କର କହିବା କଥା କୋରୋନା ଭଳି ସମାନତା ରହିଥିବା ଏସଏଆରଏସ (SARS) ଏବଂ ଏମଇଆରଏସ (MERS) ଭଳି ସଂକ୍ରମଣ ମଧ୍ୟ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥିଲା। ହେଲେ କୋଭିଡ୧୯ ଭଳି ଏହି ଦୁଇ ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିନଥିଲା ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି ଡ.ରର୍ବଟ ରେଡଫିଲ୍ଡ। 


Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!


ପୂର୍ବରୁ ମୁଁ ଜୈବଗତ ଦୃଷ୍ଟିରୁ ଯୁକ୍ତିଯୁକ୍ତ ନୁହେଁ ଯେ କୋଭିଡ୧୯ ବାଦୁଡି କିମ୍ବା ଅନ୍ୟ କିଛି ଅଜ୍ଞାତ ପ୍ରାଣୀ ପାଖରୁ ମଣିଷକୁ ବ୍ୟାପିଥିଲା। ଯାାହା ବର୍ତ୍ତମାନ ସମୟରେ ସବୁଠାରୁ ସଂକ୍ରାମକ ଭୂତାଣୁ ପାଲଟିଛି। ହେଲେ ଅନ୍ୟ କରୋନା ଭାଇରସ୍ ମାନବ ପ୍ରଜାତିରେ କିପରି ପ୍ରବେଶ କରିଛି। ଏକ ବିକଳ୍ପ ଅନୁମାନ ଅନୁସାରେ ବାଦୁଡି ଠାରେ ରହିଥିବା କୌଣସି ଭୂତାଣୁ ପରୀକ୍ଷାଗାରରେ ପ୍ରବେଶ କରିଥାଇପାରେ। ଯାହା ପରେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ଆରମ୍ଭ କରିଛି। 


Also Read: ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି


କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ସ୍ତରରେ ଯେଉଁ ଚର୍ଚ୍ଚା ହେଉଛି ଏବଂ ଏହାର ପ୍ରଭାବରେ ଯେଉଁ ଭ୍ରମାତ୍ମକ କିମ୍ବା ସନ୍ଦେହଜନକ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି ତାହା ଉପର ବୈଜ୍ଞାନିକ ପରୀକ୍ଷା କରାଯିବା ଆବଶ୍ୟକ। ଯାହା ଫଳରେ ଏହି ବିଶ୍ୱ ମହାମାରୀ ପଛରେ ରହିଥିବା ପ୍ରକୃତ କାରଣ ବାବଦରେ ଜନସାଧାରଣ ଅବଗତ ହୋଇପାରିବେ। 


Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ


ଜଣେ ରୋଗ ନିଦାନ ବିଶେଷଜ୍ଞ ଭାବେ ଏହା କହି ରଖିବାକୁ ଚାହେଁ ଏହି ଭୂତାଣୁ ବାଦୁଡି ଠାରୁ ଅନ୍ୟ ପ୍ରାଣୀ ଠାରେ ପହଞ୍ଚିଛି। ହେଲେ ମଣିଷ ଶରୀର ପର୍ଯ୍ୟନ୍ତ କିପରି ପହଞ୍ଚିଲା ଏବଂ ମାନବ ସମାଜରେ ଏହା ଦ୍ରୁତ ଗତିରେ ବିସ୍ତାର କରିବା ଆରମ୍ଭ କରି ଏକ ମହାମାରୀ ଭାବେ ଜନ ମାନସରେ ଉଭା ହେଲା ତାହାର ଯାଞ୍ଚ କରାଯିବା। କାରଣ ବିଶ୍ୱ ଇତିହାସରେ ଏପରି ଭାବେ କୌଣସି ମହାମାରୀ ବ୍ୟାପିବାର ଘଟଣା ବାବଦରେ ଉଲ୍ଲେଖ ନାହିଁ। 


Also Read: କୋରୋନା ମାମଲା: ୟୁଟର୍ଣ୍ଣ ମାରିଲା ଡବ୍ଲ୍ୟୁଏଚଓ, ଦୁନିଆ ସମ୍ନାରେ ଖୋଲିଲା ଚୀନର ଗୁମର


କେବଳ ଚୀନ ନୁହେଁ କୋରୋନା ସଂକ୍ରମଣ ବ୍ୟାପିବା ପଛରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭଳି ଏକ ଆନ୍ତର୍ଜାତୀୟ ସଂସ୍ଥାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଆମେରିକୀୟ ସିଡିସି ନିର୍ଦ୍ଦେଶକ। ଏନେଇ ସେ କହିଛନ୍ତି ଯେତେବେଳେ ଚୀନ ପକ୍ଷରୁ ଦେଶର ବୁହାନ ସହରରେ ଅବସ୍ଥିତ ସେହି ପରୀକ୍ଷାଗାରକୁ ନେଇ ହେଉଥିବା ସନ୍ଦେହଜନକ ଚର୍ଚ୍ଚା ଉପରେ  ଜବାବ ରଖାଯାଇଥିଲା ସେତେବେଳେ ଏହାକୁ ସମର୍ଥନ କରିବା ଭଳି ଆଭିମୁଖ୍ୟ ପ୍ରଦର୍ଶିତ କରିଥିଲା। ଯାହା ଫଳରେ କୋରୋନା ମହାମାରୀ ଆରମ୍ଭ ହେବା ସମୟରେ ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ କରିବା ସମ୍ଭବପର ହୋଇନଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋଇଥିବା ଚୁକ୍ତିନାମାକୁ ପାଳନ କରିବା ପାଇଁ ଚୀନ୍କୁ ବାଧ୍ୟ କରିବାରେ ବିଫଳ ହୋଇଥିଲା ଡବ୍ଲ୍ୟୁଏଚଓ। ଏହା ଦ୍ୱାରା ଏପରି ବିଶ୍ୱସ୍ତରୀୟ ସଙ୍ଗଠନ ସନ୍ଦେହଘେରକୁ ଆସିଯାଇଥିଲା।