ଚତୁର୍ଥ ଲହର ଅଭାସ; ପୁଣି ବଢ଼ିଲା କୋରୋନା ସଂକ୍ରମଣ, ସ୍କୁଲ୍ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି
Advertisement
Article Detail0/zeeodisha/odisha1153204

ଚତୁର୍ଥ ଲହର ଅଭାସ; ପୁଣି ବଢ଼ିଲା କୋରୋନା ସଂକ୍ରମଣ, ସ୍କୁଲ୍ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ଦିଲ୍ଲୀରେ ପୁଣି କୋରୋନା ସଂକ୍ରମଣ ବଢୁଛି। ଗତ ୪୦ କିଛିଦିନ ଧରି ସଂକ୍ରମଣ ହାର କମିବା ପରେ ଏବେ ପୁଣିଥରେ ଦ୍ରୁତଗତିରେ ବୃଦ୍ଧି ପାଉଛି। ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ସତ ହେବାକୁ ଯାଉଛି ବିଶେଷଜ୍ଞଙ୍କ ପୂର୍ବାନୁମାନ। ଖୁବଶୀଘ୍ର ଦେଶରେ ଆସିବ କୋରୋନାର ଚତୁର୍ଥ ଲହର। ଦୀର୍ଘ ଏକ ମାସର ବ୍ରେକ୍ ପରେ ସଂକ୍ରମଣ ବୃଦ୍ଧି ପାଇଛି। ଏହି ତଥ୍ୟକୁ ଆଧାର କରି ଦ୍ୱାର ମୁହଁରେ କୋରୋନାର ଚତୁର୍ଥ ଲହର ଥିବା କୁହାଯାଉଛି। ନିକଟରେ କୋଭିଡ୍ କଟକଣା କୋହଳ କରିଥିବା ଦିଲ୍ଲୀ ସରକାର ପୁଣି ଆକ୍ଟିଭ୍ ହୋଇଛନ୍ତି। କୋରୋନାକୁ ନେଇ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି। 

ଦିଲ୍ଲୀରେ ପୁଣି କୋରୋନା ସଂକ୍ରମଣ ବଢୁଛି। ଗତ ୪୦ କିଛିଦିନ ଧରି ସଂକ୍ରମଣ ହାର କମିବା ପରେ ଏବେ ପୁଣିଥରେ ଦ୍ରୁତଗତିରେ ବୃଦ୍ଧି ପାଉଛି। ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍କୁଲ ପାଇଁ ଶିକ୍ଷା ବିଭାଗ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ପୁଣିଥରେ ସ୍କୁଲରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଏହାସହିତ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ବୈଠକ ହେବ।

Also Read: ୪୮ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଡାକ୍ତର ଦୋଷୀ ସାବ୍ୟସ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୩୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦୁଇ ଦିନ ମଧ୍ୟରେ ସଂକ୍ରମଣ ହାର ୨.୩୯ ପ୍ରତିଶତ ରହିଛି। ବୁଧବାର ଏଠାରେ ୨୯୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏନସିଆର ଅଞ୍ଚଳର କିଛି ସ୍କୁଲରେ ୨୦ରୁ ଅଧିକ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାର ସଜାଗ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେଉଥିବାରୁ ଓ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର କଠୋର ପଦକ୍ଷେପ ନେଇପାରନ୍ତି। 

ଭାରତରେ ନିକଟରେ ଡେଲ୍ଟାକ୍ରନ, ଏକ୍ସଇ ଭ୍ୟାରିଆଣ୍ଟ ଚିହ୍ନଟ ହୋଇସାରିଛି। ଯଦିଓ ଆକ୍ରାନ୍ତ ସଂଖ୍ୟା ଖୁବ କମ ରହିଛି, କିନ୍ତୁ ଏହା ପୂର୍ବ ଡେଲଟା ଓ ଓମିକ୍ରମ ତୁଳନାରେ ଅଧିକ ସଂକ୍ରାମକ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଶୁଣାଇ ସାରିଛି। ଆଶ୍ୱସ୍ତିର ବିଷୟ, ଏଯାଏ ଆମ ରାଜ୍ୟରେ ଡେଲ୍ଟାକ୍ରନ (Deltacron) ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ। ସେପଟେ ଚୀନର କୋରୋନା ସ୍ଥିତି ବିଶ୍ବକୁ ଡରାଇଲାଣି। ସ୍ଥିତି ନିୟନ୍ତ୍ରଣ କରିବାକୁ ସାଙ୍ଘାଇ, ବେଜିଂ ସମେତ ୧୦ରୁ ଅଧିକ ସହରରେ ଲକ୍ ଡାଉନ୍ ଲାଗୁ ରହିଛି। 

Also Read: ଆଜି ପୃଥିବୀ ସହ ପିଟି ହେବ ସୌର ଝଡ଼! ବ୍ଲାକ୍ଆଉଟ୍ ସହ କଟିଯିବ ମୋବାଇଲ ନେଟୱର୍କ

ଏବେ କୋରୋନା ଡେଲ୍ଟାକ୍ରନ XE ସିରିଜର ବେସ ଚେଞ୍ଜ ହୋଇ XQ ମଡେଲ ଯାଏଁ ଚିହ୍ନଟ ହେଇଛି। ଭାଇରସ ଦୁର୍ବଳ ଥିବାରୁ ଡବଲ ଡୋଜ କିମ୍ବା ବୁଷ୍ଟର ଡୋଜ ଟିକା ନେଇଥିବା ଲୋକେ ବେଶୀ ମାତ୍ରାରେ ପ୍ରଭାବିତ ହେବେ ନାହିଁ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଚଳିତ ସପ୍ତାହରୁ ଦେଶରେ ୧୮+ ବର୍ଗଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ଏପରିକି ଡବଲ ଡୋଜ ଟିକା ନେଇଥିବା ଲୋକଙ୍କ ହାର ୮୫ ପ୍ରତିଶତ ଅତିକ୍ରମ କରିଥିବାରୁ ଦେଶରେ ଆଉଥରେ ମହାମାରୀ ସ୍ଥିତି ଆସିବା ଆଶଙ୍କା ନଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖୁଛନ୍ତି। ଏହା ସତ୍ତ୍ୱେ ଏବେବି କୋଭିଡ କଟକଣା ପାଳନ ଜରୁରୀ ରହିଛି। କାରଣ ଟିକା ନେଇଥିଲେ ବି ଲୋକେ କୋରୋନା ସଂକ୍ରମିତ ହେବା ଆଶଙ୍କା ରହିଛି ।