Cyclone Mandous: ତାମିଲନାଡୁରେ ତାଣ୍ତବ ରଚିଲା 'ମାଣ୍ଡୋସ', ଗଲା ଏକାଧିକ ଜୀବନ
Advertisement

Cyclone Mandous: ତାମିଲନାଡୁରେ ତାଣ୍ତବ ରଚିଲା 'ମାଣ୍ଡୋସ', ଗଲା ଏକାଧିକ ଜୀବନ

Cyclone Mandous: ତାମିଲନାଡୁରେ ବାତ୍ୟା ମାଣ୍ଡୋସ (Mandous Cyclone) ରଚିଛି ତାଣ୍ତବ । ବାତ୍ୟାର ପ୍ରକୋପ ଏତେ ଥିଲା ଯେ, ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟାର ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ, ଏଥିରେ ଅନେକ ସ୍ଥାନରେ ଜଳବନ୍ଦୀ ହେବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ମଧ୍ୟ ଜାମ ହୋଇ ଯାଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Cyclone Mandous: ତାମିଲନାଡୁରେ ବାତ୍ୟା ମାଣ୍ଡୋସ  (Mandous Cyclone) ରଚିଛି ତାଣ୍ତବ ।  ବାତ୍ୟାର ପ୍ରକୋପ ଏତେ ଥିଲା ଯେ, ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟାର ପ୍ରଭାବରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।  ତେବେ, ଏଥିରେ ଅନେକ ସ୍ଥାନରେ ଜଳବନ୍ଦୀ ହେବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ମଧ୍ୟ ଜାମ ହୋଇ ଯାଇଛି । ବତ୍ୟା ଯୋଗୁଁ ତାମିଲନାଡୁରେ ୧୮୧ ଘର ନଷ୍ଟ  ହୋଇଥିବା ବେଳେ ଚାରି ଶହ ଗଛ ଉପୁଡି ଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉୁପୁଡି ଯାଇଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ସରବରାହ ହୋଇଛି । ୨୦୧ ରିଲିଫ କ୍ୟାମ୍ପରେ ବର୍ତ୍ତମାନ ୯୧୩୦ ଜଣ ବତ୍ୟା ବିପନ୍ନ ଆଶ୍ରୟ ନେଇଛନ୍ତି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା  ସମ୍ପୁର୍ଣ୍ଣ ଦୁର୍ବଳ ହୋଇଯିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ, କିଛି ସ୍ଥାନରେ ବର୍ତ୍ତମାନ ଏନଡିଆରଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସୂଚନା ଅନୁସାରେ, ସାମୁଦ୍ରିକ ଘୁର୍ଣ୍ଣିଝଡ଼ ମାଣ୍ଡୋସ (Mandous Cyclone) ଶୁକ୍ରବାର ରାତିରେ ସ୍ଥଳଭାଗ ଛୁଇଁଛି। ରାତି ପ୍ରାୟ ଗୋଟାଏ ସମୟରେ ତାମିଲନାଡ଼ୁର ମାମଲ୍ଲାପୁରମରେ ସ୍ଥଳ ଭାଗ (Landfall) ଛୁଇଁଥିଲା ଏହି ଘୁର୍ଣ୍ଣିଝଡ଼।  ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ (Landfall) ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ (Landfall) ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି।  ସ୍ଥଳଭାଗ ଛୁଇଁବା ସମୟରେ ତାମିଲନାଡ଼ୁର (Tamilnadu) ଉପକୂଳ (Coastal) ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ସହିତ ପ୍ରବଳ ପବନ କାରଣରୁ ଶତାଧିକ ଗଛ ମଧ୍ୟ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆଶ୍ୱସ୍ତିକର ଖବର ମଧ୍ୟ ଶୁଣାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି କି ଘୂର୍ଣ୍ଣିଝଡ଼ ମାଣ୍ଡୋସର ଲ୍ୟାଣ୍ଡଫଳ ପ୍ରକ୍ରିୟା ଶେଷ ହୋଇଛି। ଏହା ଶନିବାର ଧିରେଧିରେ ଦୁର୍ବଳ ହୋଇଛି । 

 

ସେପଟେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ଚେନ୍ନାଇରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମରିନା ବିଚରେ ନୂତନ ଭାବେ ନିର୍ମାଣ ହୋଇଥିବା ରାମ୍ପ ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହି ରାମ୍ପ ଦିବ୍ୟାଙ୍ଗ ପାଇଁ ନିର୍ମାଣ କରାଯାଇଥିଲା ଯାହା ଗତ ୨୭ ତାରିଖରେ ଉଦଘାଟନ କରାଯାଇଥିଲା। ମାଣ୍ଡୋସ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଶନିବାର ସ୍ଥାନୀୟ ବିଧାୟକ ଭୁମନା କରୁଣାକର ତିରୁପତିରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ସ୍ଥାନୀୟ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

ଏହାବି ପଢନ୍ତୁ : Mandous Cyclone: ତାଣ୍ଡବ ରଚିଛି ମାଣ୍ଡୋସ, ଓଡ଼ିଶାରେ ବର୍ଷା ସମ୍ଭାବନା

ଏହାବି ପଢନ୍ତୁ : Google Search 2022: ସରିବ ୨୦୨୨ ଜାଣନ୍ତୁ ଏହି ବର୍ଷରେ Google ରେ କଣ ହୋଇଛି ସର୍ବାଧିକ Search

ଏହାବି ପଢନ୍ତୁ : Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ