ସୁରକ୍ଷା ବଳକୁ ବଡ ସଫଳତା, ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ମୃତ
Advertisement
Article Detail0/zeeodisha/odisha699399

ସୁରକ୍ଷା ବଳକୁ ବଡ ସଫଳତା, ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ମୃତ

ରବିବାର ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସୁରକ୍ଷା ବାହିନୀ |

ସୁରକ୍ଷା ବଳକୁ ବଡ ସଫଳତା, ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର: ଏଠାରେ ଚାଲିଥିବା ଆତଙ୍କବାଦୀ ନିପାତ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ସଫଳତା |  ଏଠାକର ଜାଡିବାଲସ୍ଥିତ ପୋଜୱାଲପୋରା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ହୋଇଥିବା ମିଳିତ ଅପରେସନରେ ୩ ଜଣ ଆତଙ୍କବାଦୀ ଟଳି ପଡିଛନ୍ତି | ଶ୍ରୀନଗରର ପାଣ୍ଡାଚ ଅଞ୍ଚଳରେ ବିଏସଏଫ ଯବାନନଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ଆତଙ୍କବାଦୀ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ପ୍ରାଣ ହରାଇଛି |

ଶ୍ରୀନଗରେ ହୋଇଥିବା ଆତଙ୍କବାଦ ନିପାତ ଅଭିଯାନ ସମ୍ପର୍କରେ ଟ୍ୱିଟ କରି ସ୍ପଷ୍ଟ କରିଛି କାଶ୍ମୀର ଜୋନ ପୋଲିସ | ଏହି ମୁକାବିଲାରେ ହିଜବୁଲର କମାଣ୍ଡର ଜୁନାଦ ସହାରାଇ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛି | ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି | 

ଏନେଇ ମିଳିଥିବା ଖବର ଅନୁସାରେ ଗତ ମାସରେ ଶ୍ରୀନଗରର ପାଣ୍ଡାଚ ଅଞ୍ଚଳରେ ହୋଇଥିବା ବିଏସଏଫ ଯବାନଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୩ ଆତଙ୍କବାଦୀଙ୍କ ରବିବାର ହୋଇଥିବା ଅପରେସନରେ ମୃତ୍ୟୁ ଘଟିଛି | ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବା ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ସୁରକ୍ଷା ବାହିନୀ | ମାତ୍ର ଏହି ଉଦ୍ୟମ ବିଫଳ ହୋଇଥିଲା |

ଏ ଘଟଣାରେ ପ୍ରତିକ୍ରିୟା ରଖି କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ଗଣମାଧ୍ୟମକୁ କହିଛନ୍ତି, ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମସ୍ତ ସୁଯୋଗ ଦିଆଯାଇଥିଲା | ଏପରିକି ସେମାନଙ୍କୁ ମନାଇବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଅଣାଯାଇଥିଲା ମଧ୍ୟ ଏହାକୁ ଭ୍ରୁକ୍ଷେପ କରିନଥିଲେ ଆତଙ୍କୀ | ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାଡିବାଲ ଅଞ୍ଚଳରେ ଘେରାବନ୍ଦୀ କରାଯିବା ସହ ଖାନ ତଲାସୀ କରାଯାଇଥିଲା | ଏହା ପରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହାଁ ହେବା ପରେ ଗୁଳି ବିନିମୟ ହୋଇଥିଲେ | ଯେଉଁଥିରେ ଟଳିପଡିଥିଲେ ସମସ୍ତ ୩ ଆତଙ୍କବାଦୀ |

କୁଲଗାମ ଏନକାଉଣ୍ଟର 

ସେହିପରି ଏଠାକାର କୁଲଗାମ ଜିଲ୍ଲାର ଲାର୍କିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ଜମ୍ମୁ କାଶ୍ମୀର ପୋଲିସ, ଭାରତୀୟ ସେନାର ୩୪ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ ପକ୍ଷରୁ ରବିବାର ହୋଇଥିବା ଅପରେସନରେ ଜୈଶ-ଇ ମହମ୍ମଦ ସଙ୍ଗଠନ ସହ ଜଡିତ ଜଣେ ଆତଙ୍କବାଦୀକୁ ହତ୍ୟା କରାଯାଇଥିଲା | ଯାହାର ମୃତଦେହକୁ ଜବତ କରିଥିଲେ ସୁରକ୍ଷାକର୍ମୀ | 

ଶୋପିଆନ୍-କୁଲଗାମ ସୀମାରେ ଥିବା କୁଲଗାମର ଲାର୍କିପୋରା ଅଞ୍ଚଳରେ ଥିବା ବଗିଚାରେ ଅତି କମରେ ୩-୪ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଥିଲା | ନିହତ ଆତଙ୍କବାଦୀ ଗତ କିଛି ବର୍ଷ ଧରି ଦକ୍ଷିଣ କାଶ୍ମୀରରେ ସକ୍ରିୟ ରହିଥିଲା | ଅନ୍ୟ  ଜଣେ ଆତଙ୍କବାଦୀ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲା | ମୃତକ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି |