Advertisement
Article Detail0/zeeodisha/odisha772607
Zee OdishaOdisha National-Internationalଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ପଛରେ ଫ୍ରାନ୍ସର ହାତ

'ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ପଛରେ ଫ୍ରାନ୍ସର ହାତ'

ଫ୍ରାନ୍ସ  (France) ଏହି ସଂଘର୍ଷର ସମାଧାନ ପାଇଁ ଗଠିତ କମିଟିର ଏକ ଅଂଶ, କିନ୍ତୁ ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟ୍ୟପ ଆର୍ଦୋଆନ (Recep Tayyip Erdoğan) ଅଭିଯୋଗ କରିଛନ୍ତି ଯେ, "ଆଜେରବାଇଜାନରେ ହୋଇଥିବା ଅସୁବିଧା ଏବଂ ଦଖଲ ପଛରେ ଫ୍ରାନ୍ସର ହାତ ରହିଛି ।"

'ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ପଛରେ ଫ୍ରାନ୍ସର ହାତ'

ନୂଆଦିଲ୍ଲୀ: Armenia-Azerbaijan war: ନାଗୋର୍ଣ୍ଣୋ-କରାବାଖକୁ ନେଇ ତୁର୍କୀ (Turkey) ଓ ଫ୍ରାନ୍ସ  (France) ମଧ୍ୟରେ ନୂଆ ବିବାଦର ଜନ୍ମ ନେଇଛି । ଯାହା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଏକ ବିବାଦୀୟ ଅଞ୍ଚଳ । ଗତ ମାସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ (Emmanuel Macron) କହିଥିଲେ ଯେ, ଆଜେରବାଇଜାନରେ ତୁର୍କୀ ସିରିଆର ଜିହାଦୀ ଯୋଦ୍ଧାଙ୍କୁ ପଠାଇଛି । ଏହା ଅତ୍ୟନ୍ତ ଗୁରତର ବିଷୟ, ଯାହା ସ୍ଥିତିକୁ ପରିବର୍ତ୍ତନ କରୁଛି ।"

ଫ୍ରାନ୍ସ  (France) ଏହି ସଂଘର୍ଷର ସମାଧାନ ପାଇଁ ଗଠିତ କମିଟିର ଏକ ଅଂଶ, କିନ୍ତୁ ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟ୍ୟପ ଆର୍ଦୋଆନ (Recep Tayyip Erdoğan) ଅଭିଯୋଗ କରିଛନ୍ତି ଯେ, "ଆଜେରବାଇଜାନରେ ହୋଇଥିବା ଅସୁବିଧା ଏବଂ ଦଖଲ ପଛରେ ଫ୍ରାନ୍ସର ହାତ ରହିଛି ।" ସେ ଫ୍ରାନ୍ସକୁ କହିଛନ୍ତି ଯେ, "ଆପଣ ମିନସ୍କ ତ୍ରିକୋଣରେ ଅଛନ୍ତି । ଆପଣ ଏପର୍ଯ୍ୟନ୍ତ କ’ଣ କରିଛନ୍ତି ? ଆପଣ ଆଜେରବାଇଜାନର ଜମିକୁ ଦଖଲ କରିବାରୁ ରକ୍ଷା କରିଛନ୍ତି କି? ନା ଆପଣ କେବଳ ଆର୍ମେନିଆକୁ ଅସ୍ତ୍ର ପଠାଇଛନ୍ତି । ଆପଣ ଭାବୁଥିବେ ଯେ ଆର୍ମେନିଆକୁ ପଠାଯାଇଥିବା ଅସ୍ତ୍ରରୁ ଶାନ୍ତି ଆସିଯିବ। ଆପଣଙ୍କୁ ଏପରି ଲାଗୁ ନାହିଁ ଯେ ଆପଣ ସଚ୍ଚୋଟ ନୁହଁନ୍ତି ।"

ଅଧିକ ପଢ଼ନ୍ତୁ:-ଆର୍ମେନିଆ ବିରୋଧରେ ଆଜେରବାଇଜାନ ସହିତ ପାକିସ୍ତାନ-ତୁର୍କୀ, ଜାଣନ୍ତୁ କ'ଣ ରହିଛି ଭାରତର ଆଭିମୁଖ୍ୟ ?

Add Zee News as a Preferred Source

ନାର୍ଗୋନୋ-କରାବାଖର ଏହି ଯୁଦ୍ଧରେ ତୁର୍କୀ ଆଜେରବାଇଜାନକୁ ସମର୍ଥନ କରୁଛି । ସେପ୍ଟେମ୍ବର ଶେଷରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି । ଆର୍ଦୋଆନ କହିଛନ୍ତି, "ମୁଁ ଆଜି ସକାଳେ ଆଜେରବାଇଜାନର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲି । ଆମର ଆଜେରବାଇଜାନ ଭାଇମାନେ ଅଧିକୃତ ଅଞ୍ଚଳ ଆଡକୁ ଗତି କରୁଛନ୍ତି । ସେମାନେ ଏହାକୁ ପୁନଃ ଦଖଲ କରିବାକୁ ଯାଉଛନ୍ତି।"

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ଶିବସେନାରେ ସାମିଲ ହେଲେ ବିଧାୟକ ଗୀତା ଜୈନ

କେବଳ ଏତିକି ନୁହେଁ, ରାଷ୍ଟ୍ରପତି ଆର୍ଦୋଆନ ଶନିବାର ଫ୍ରାନ୍ସର ପ୍ରତିପକ୍ଷ ଇମାନୁଏଲ୍ ମାକ୍ରୋନଙ୍କ ମୁସଲମାନମାନଙ୍କ ପ୍ରତି ନୀତିକୁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ, "ତାଙ୍କୁ ନିଜର ମସ୍ତିଷ୍କର ଯାଞ୍ଚ କରିବା ଆବଶ୍ୟକ।" ମାକ୍ରୋନ ଓ ଆର୍ଦୋଆନ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି । ଯେଉଁଥିରେ ପୂର୍ବ ଭୂମଧ୍ୟସାଗରରେ ସମୁଦ୍ର ସୀମା ଅଧିକାର, ଏବଂ ଲିବିୟା, ସିରିଆ ଏବଂ ସଦ୍ୟ ଆଜେରବାଇଜାନ ଏବଂ ଆର୍ମେନିଆର ଯୁଦ୍ଧ  ସାମିଲ ରହିଛି । 

About the Author