Advertisement
Article Detail0/zeeodisha/odisha690954
Zee OdishaOdisha National-Internationalଜର୍ଜ ଫ୍ଲଏଡ଼ା କୋରୋନା ସଂକ୍ରମିତ !

ଜର୍ଜ ଫ୍ଲଏଡ଼ା କୋରୋନା ସଂକ୍ରମିତ !

ମୃତ୍ୟୁ ପଛର କାହାଣୀ କିଛି ଭିନ୍ନ !

ଜର୍ଜ ଫ୍ଲଏଡ଼ା କୋରୋନା ସଂକ୍ରମିତ !

ନୂଆଦିଲ୍ଲୀ: ଜର୍ଜ୍ଜ ଫ୍ଲଏଡ଼ାଙ୍କ ମୃତ୍ୟୁକୁ ନେଇ ଏବେ ଆମେରିକାରେ ନିଆଁ ଜଳୁଛି। ବର୍ଣ୍ଣ ବୈଷମ୍ୟକୁ ନେଇ ଆମେରିକାରେ ଚତୁର୍ଦ୍ଦିଗ ନିଆଁ ଜଳୁଛି। ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ଜର୍ଜ ମୃତ୍ୟୁର କିଛି ଦିନ ପୂର୍ବରୁ କୋରୋନାରେ ଆକ୍ରାନ୍ତ ଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଥିଲା ବୋଲି ସୂଚନା ରହିଛି। 

୨୦ ପୃଷ୍ଠା ସମ୍ବଳିତ ଏକ ଅଟୋପ୍ସି ରିପୋର୍ଟରେ ଏନେଇ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଜର୍ଜ ଏପ୍ରିଲ ୩ ତାରିଖରେ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, କୋରୋନା ହେଉ ଅବା ଅନ୍ୟ କୌଣସି ଭାଇରସ, ମଣିଷ ଶରୀରରେ ଏକ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ରହିପାରେ। ଏହି କାରଣରୁ ଜର୍ଜଙ୍କ ମୃତ୍ୟୁ କୋରୋନା ଜନିତ ହୋଇଥାଇପାରେ ବୋଲି ଆମେରିକା ସରକାର ସୂଚନା ଦେଇଛନ୍ତି। 

ଜର୍ଜଙ୍କୁ ଚିକିତ୍ସା କରିଥିବା ଡାକ୍ତର ତଥା ନ୍ୟୁୟର୍କ ସିଟିର ପୂର୍ବତନ ଯାଞ୍ଚ ଅଧିକାରୀ ମାଇକେସ ବାଇଡେନ କହିଛନ୍ତି କି, ତାଙ୍କୁ କାଉଣ୍ଟିର ଅଧିକାରୀମାନେ ଜର୍ଜ କୋରୋନା ସଂକ୍ରମିତ ଥିବା ନେଇ କୌଣସି ସୂଚନା ଦେଇନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି କି ଏପରି ଜଣେ ବ୍ୟକ୍ତିର ଶବ ବ୍ୟବଛେଦ କରୁଛନ୍ତି, ଯିଏ କୋରୋନା ସଂକ୍ରମିତ ଥିଲେ ତାଙ୍କ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ଜରୁରୀ ହୋଇଥାଏ। ଉକ୍ତ ମୃତକଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୋରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି। 

Add Zee News as a Preferred Source

ସେ ଆହୁରି ମଧ୍ୟ କହିଛନ୍ତି ଜର୍ଜଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କୋରୋନା ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା। ଫଳରେ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିପାରିନଥିଲା ବୋଲି ସେ ସୂଚନା ଦେଇଛନ୍ତି।  

 

About the Author