Germany Church Shooting: ଧୂଆଁଧାର ଗୁଳିମାଡ଼: ଆଖିପିଛୁଳାକେ ଚାଲିଗଲା ୭ ଜୀବନ, ଏକାଧିକ ଗୁରୁତର ଆହତ
Advertisement
Article Detail0/zeeodisha/odisha1603050

Germany Church Shooting: ଧୂଆଁଧାର ଗୁଳିମାଡ଼: ଆଖିପିଛୁଳାକେ ଚାଲିଗଲା ୭ ଜୀବନ, ଏକାଧିକ ଗୁରୁତର ଆହତ

Crime News in Odia: ଗୁଳି ମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆହତଙ୍କ ଅବସ୍ଥା ସମ୍ପର୍କରେ ଅଧିକ ମିଳିପାରିନାହିଁ। ସୂଚନା ଅନୁଯାୟୀ, ରାତି ପ୍ରାୟ ୯ଟା ସମୟରେ ଗୁଳି ବିନିମୟ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା।

Germany Church Shooting: ଧୂଆଁଧାର ଗୁଳିମାଡ଼: ଆଖିପିଛୁଳାକେ ଚାଲିଗଲା ୭ ଜୀବନ, ଏକାଧିକ ଗୁରୁତର ଆହତ

Crime News in Odia: ନୂଆଦିଲ୍ଲୀ: ଜର୍ମାନୀର (Germany) ହାମବର୍ଗ ସହରରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିବା ଖବର ସାମ୍ନାକୁ ଆସିଛି। ଏହି ଗୁଳି ମାଡ଼ରେ ୭ ଜଣଙ୍କ ଜୀବନହାନୀ ଘଟିଥିବା ଜଣାପଡ଼ିଛି।  ଅପରାଧୀଙ୍କ ଗୁଳିରେ କିଛି ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଏହି ଲୋମଟାଙ୍କୁରା ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଥିବା ନେଇ ସୂଚନା ରହିଛି। କୁହାଯାଉଛି ଯେ ସଶସ୍ତ୍ର ଅପରାଧୀମାନେ ସନ୍ଧ୍ୟାରେ ଜେହୋବାଜ ଓ୍ୱିଟନେଶ ଚର୍ଚ୍ଚ ଭିତରେ ପହଞ୍ଚି ଗୁଳି ଚଳାଇବା ଆରମ୍ଭ କରିଥିଲେ। 

ପୋଲିସ କହିଛି ଯେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆହତଙ୍କ ଅବସ୍ଥା ସମ୍ପର୍କରେ ଅଧିକ ମିଳିପାରିନାହିଁ। ସୂଚନା ଅନୁଯାୟୀ, ରାତି ପ୍ରାୟ ୯ଟା ସମୟରେ ଗୁଳି ବିନିମୟ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ଏକ ଅଟୋ ମରାମତି ଦୋକାନ ପାଖରେ ଏକ ତିନି ମହଲା ବିଶିଷ୍ଟ ଏହି ଚର୍ଚ୍ଚ ରହିଛି। ଗୁଳି ବିନିମୟ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଓ ଆହତ ଲୋକମାନେ ତଳ ମହଲାରେ ପଡ଼ି ରହିଥିଲେ। ଗୁଳି ଚଳାଇଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ଅଧିକ ସୂଚନା ହସ୍ତଗତ ହୋଇ ପାରିନାହିଁ। ତେବେ ତମାମ ଘଟଣାରେ ଜଣେ ଛାତ୍ର ସାକ୍ଷୀ ରହିଥିଲେ। ଉକ୍ତ ପ୍ରତ୍ୟକ୍ଷଦର୍ଶୀ ହିଁ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। 

ଜର୍ମାନ ନ୍ୟୁଜ୍ ଏଜେନ୍ସି ଡିପିଏ ରିପୋର୍ଟ କରିଛି ଯେ ଘଟଣାସ୍ଥଳରେ ରହୁଥିବା ଛାତ୍ର ଲୌରା ବାଉଚ୍ କହିଛନ୍ତି ଅପରାଧୀମାନେ ପ୍ରାୟ ୨୦ ସେକେଣ୍ଡରୁ ଏକ ମିନିଟ୍ ଧରି ଗୁଳି ଚଳାଇଥିଲେ। ଛାତ୍ର ଜଣକ କହିଛନ୍ତି ଯେ ଯେତେବେଳେ ସେ ନିଜ ଝରକା ବାହାରକୁ ଚାହିଁଲେ, ଜଣେ ବ୍ୟକ୍ତି ଚର୍ଚ୍ଚର ତଳ ମହଲାରୁ ଦ୍ୱିତୀୟ ମହଲାକୁ ଯାଉଥିବାର ଦେଖାଯାଇଥିଲା।

ଚର୍ଚ୍ଚ ନିକଟରେ ରହୁଥିବା ଗ୍ରେଗୋର ମିସବାକ୍ କହିଛନ୍ତି ଯେ ଗୁଳି ବିନିମୟରେ ତାଙ୍କୁ ସଚେତନ କରାଯାଇଥିଲା ଏବଂ ଝରକା ଦେଇ ଚର୍ଚ୍ଚରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଭିଡିଓ କ୍ଲିପ୍ କରିଥିଲେ। ମିସବାକ୍ ଜର୍ମାନ ଟେଲିଭିଜନ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ସେ ଅତି କମରେ ୨୫ଟି ଗୁଳିର ଶବ୍ଦ ଶୁଣିଛନ୍ତି। ପୋଲିସ ପହଞ୍ଚିବାର ପ୍ରାୟ ପାଞ୍ଚ ମିନିଟ ପରେ ଏକ ଗୁଳି ବିନିମୟ ହୋଇଥିବା ସେ କହିଛନ୍ତି। ହାମବର୍ଗର ମେୟର ପିଟର ଚାନ୍ସଚର ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ଆଶ୍ଚର୍ଯ୍ୟଜନକ। ସେ ପୀଡିତଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

Also Read: Matric Board Exam: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, କପି ରୋକିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା

Also Read: No Fly Zone: କାହିଁକି ମକ୍କା-କାବା ଉପରେ ଉଡେ ନାହିଁ କୌଣସି ବିମାନ? ଜାଣନ୍ତୁ ଏହା ପଛର କାରଣ

Also Read: ଅନ୍ଧବିଶ୍ୱାସ ଆଗରେ ହାରିଗଲା ଚିକିତ୍ସା ବିଜ୍ଞାନ, ଜୀବନ ପାଇବାକୁ ମନ୍ଦିର ଗଲା ମୃତଦେହ

Also Read: Pakistan TTP Taliban: ଆମେରିକା କଲା ସିକ୍ରେଟ ମିଟିଂ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ! ପାକିସ୍ତାନ ପାଇଁ ଖୁସି ଖବର