Vladmir Putin: ଦେଶରେ ରହିଛି ଋଷୀୟ ରାଷ୍ଟ୍ରପତିଙ୍କ ଗୁପ୍ତ ରେଳ ଷ୍ଟେସନ, ପୂର୍ବତନ ସହଯୋଗୀ କଲେ ବଡ଼ ଦାବି
Advertisement
Article Detail0/zeeodisha/odisha1641506

Vladmir Putin: ଦେଶରେ ରହିଛି ଋଷୀୟ ରାଷ୍ଟ୍ରପତିଙ୍କ ଗୁପ୍ତ ରେଳ ଷ୍ଟେସନ, ପୂର୍ବତନ ସହଯୋଗୀ କଲେ ବଡ଼ ଦାବି

Vladmir Putins Secret Lifestyle: ଋଷୀୟ ରାଷ୍ଟ୍ରପତିଙ୍କ ଗୁପ୍ତ ଜୀବନଶୈଳୀ ବିଷୟରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଜଣେ ଋଷୀୟ ସୁରକ୍ଷା ଅଧିକାରୀ। 

Vladmir Putin: ଦେଶରେ ରହିଛି ଋଷୀୟ ରାଷ୍ଟ୍ରପତିଙ୍କ ଗୁପ୍ତ ରେଳ ଷ୍ଟେସନ, ପୂର୍ବତନ ସହଯୋଗୀ କଲେ ବଡ଼ ଦାବି

Russian President Vladmir Putin: ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ବାବଦରେ ଏକ ଚମକାଇବା ଭଳି ଦାବି କରିଛନ୍ତି ତାଙ୍କର ଜଣେ ପୂର୍ବତନ ସହଯୋଗୀ। ରାଷ୍ଟ୍ରପତି ପୁତିନଙ୍କ ଏହି ସହଯୋଗୀ ଜଣଙ୍କ ଦେଶର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ବୋଲି କୁହାଯାଉଛି। ଯିଏ ଋଷୀୟ ରାଷ୍ଟ୍ରପତିଙ୍କ ଠାରୁ ଦୂରେଇ ଯାଇଥିଲେ। ଋଷୀୟ ସୁରକ୍ଷା ଅଧିକାରୀ ଜଣଙ୍କ ଭ୍ଲାଦମିର ପୁତିନଙ୍କ ଗୁପ୍ତ ଜୀବନଶୈଳୀ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ କରିଛନ୍ତି। ଯେଉଁଥିରେ ଋଷୀୟ ରାଷ୍ଟ୍ରପତିଙ୍କ ଗୁପ୍ତ ଟ୍ରେନ୍ ନେଟୱାର୍କ, ବିଭିନ୍ନ ସହରରେ ସମାନ କାର୍ଯ୍ୟାଳୟ ସହିତ ମଜବୁତ ସୁରକ୍ଷା ପ୍ରୋଟୋକଲ୍ ସମ୍ପର୍କରେ କୁହାଯାଇଛି। 

"ଦି ଗାର୍ଡିଆନ" ନାମକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗ୍ଲୀବ କାରାକୁଲୋଭ ନାମକ ଜଣେ ଋଷୀୟ ସୁରକ୍ଷା ଅଧିକାରୀ ଦୀର୍ଘ ଦିନ ଧରି ମସ୍କୋସ୍ଥିତ ସଂଘୀୟ ସୁରକ୍ଷା ସେବାରେ କାର୍ଯ୍ୟ କରି ଆସୁଥିଲେ। ଦେଶର ଉଚ୍ଚ ପଦରେ ଅବସ୍ଥାପିତ ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂସ୍ଥାର ଦାୟିତ୍ୱ। ଏହି ଶକ୍ତିଶାଳୀ ସୁରକ୍ଷା ସଙ୍ଗଠନ ସହ ଜଡିତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ଠିକଣା ଲୁଚାଇବା ପାଇଁ ଅନେକ ପଦକ୍ଷେପ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଅନେକ ସ୍ୱତନ୍ତ୍ର ଘର, କାର୍ଯ୍ୟାଳୟ ଏବଂ ରେଳ ନେଟୱାର୍କ ରହିଛି। ଯାହାର ବ୍ୟବହାର ରାଷ୍ଟ୍ରପତି ପୁତିନ କିମ୍ବା ତାଙ୍କ ନିର୍ଦ୍ଦେଶକ୍ରମେ କରାଯାଇ ପାରିବ। 

"ଦି ଗାର୍ଡିଆନ" ରିପୋର୍ଟ ଅନୁସାରେ ଋଷୀୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ରେଳ ନେଟୱାର୍କ ଏବଂ ଟ୍ରେନ କେବେ ଟ୍ରାକ କରାଯାଇପାରିବ ନାହିଁ। ଗୁପ୍ତ ଉଦ୍ଦେଶ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଋଷୀୟ ଅନୁସନ୍ଧାନକାରୀ ଆଉଟଲେଟ ପୂର୍ବରୁ ନୋଭୋ-ଓଗାରିଓଭୋ ଠାରେ ରହିଥିବା ଭାଲଡାଇ ନ୍ୟାସନାଲ ପାର୍କ ଠାରେ ଭ୍ଲାଦମିର ପୁତିନଙ୍କ ବାସଭବନ ନିକଟରେ ରହିଥିବା ସମାନ୍ତରାଳ ଲାଇନ ଏବଂ ଷ୍ଟେସନ ସହିତ ଗୁପ୍ତ ରେଳ ନେଟୱାର୍କ ଏବଂ ସୋଚିସ୍ଥିତ ବ୍ଲାକ୍ ସାଗର ରିସର୍ଟ ଠାରେସ ରହିଥିବା ବୋଚାରୋବ ରୁଚେଇ ବାସସ୍ଥାନ ସମ୍ପର୍ରକରେ ଜଣାଇଥିଲା।

ପୂର୍ବ ରିପୋର୍ଟ ଅନୁଯାୟୀ, ଦେଶରେ କୌଣସି ସ୍ଥାନକୁ ଯାତ୍ରା କରିବା ରାଷ୍ଟ୍ରପତି ପୁତିନଙ୍କ ଦ୍ୱାରା ବ୍ୟବହାର କରୁଯାଉଥିବା ଟ୍ରେନ ସାଧାରଣ ଟ୍ରେନ ପରି ଦେଖାଯିବା ପାଇଁ ଧୂସର ଏବଂ ଲାଲ ରଙ୍ଗରେ ରଙ୍ଗାୟିତ କରାଯାଇଛି। ହେଲେ ଏହି ଟ୍ରେନ ଛାତରେ ଗୁପ୍ତ ରେଡିଓ ଆଣ୍ଟିନା ରହିଛି। ଯାହା ମାଧ୍ୟମରେ ବିଶେଷ ଯୋଗାଯୋଗ କରାଯାଇ ପାରିବ। ଯଦିଓ ଋଷୀୟ ରାଷ୍ଟ୍ରପତି କେବଳ ରେଳଯାତ୍ରା କରୁଥିବା ରାଜନେତା ନୁହଁନ୍ତି। ଏହା ପୂର୍ବରୁ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ମଧ୍ୟ ବିମାନ ବଦଳରେ ରେଲଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଗ୍ଲୀବ କାରାକୁଲୋଭ ଋଷୀୟ ରାଷ୍ଟ୍ରପତିଙ୍କ ଯୋଗାଯୋଗ ନିର୍ଦ୍ଦେଶାଳୟର କ୍ଷେତ୍ରୀୟ ଦଳର ଜଣେ ସଦସ୍ୟ ରହିଥିଲେ। ଯିଏ ବରିଷ୍ଠ ଋଷୀୟ ଅଧିକାରୀଙ୍କ ପାଇଁ ବାର୍ତ୍ତା ଏନକ୍ରିପ୍ଟ କରିଥାଏ। ଏହି ଋଷୀୟ ସୁରକ୍ଷା ଅଧିକାରୀଙ୍କ ଜଣଙ୍କ ୧୮୦ ଥରରୁ ଅଧିକ ଯାତ୍ରା ବରିଷ୍ଠ ଅଧିକାରୀଙ୍କ ସହ କରିଥିବାର ଅନୁମାନ କରାଯାଉଛି। ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ୟୁକ୍ରେନ-ଋଷିଆର ଯୁଦ୍ଧ ଆରମ୍ଭରୁ ସେ ପଟ୍ଟ ପରିବର୍ତ୍ତନ କରିଥିବା ଜଣେ ସର୍ବୋଚ୍ଚ ଗୁପ୍ତଚର ଅଧିକାରୀ ବୋଲି କୁହାଯାଉଛି।

ଋଷୀୟ ସୁରକ୍ଷା ଅଧିକାରୀ ଜଣଙ୍କ ଦେଶର ଆଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଯେଉଁଥିରେ ଅଗ୍ନିଶମ କର୍ମଚାରୀ, ଖାଦ୍ୟ ପରୀକ୍ଷକ ଏବଂ ଅନ୍ୟ ଇଞ୍ଜିନିୟର ସାମିଲ ଅଛନ୍ତି। ଯେଉଁମାନେ ଭ୍ଲାଦମିର ପୁତିନଙ୍କ ସହ ବିଦେଶ ଗସ୍ତ କରିଥାନ୍ତି। ଗତ ବର୍ଷ ଅକ୍ଟୋବରରେ କାଜାଖସ୍ତାନସ୍ଥିତ ରଷୀୟ ଦୂତାବାସ ଠାରେ ପୁଟିନଙ୍କ ପାଇଁ ଗୁପ୍ତ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯିବା ସମ୍ପର୍କରେ ମଧ୍ୟ ଗ୍ଲୀବ କାରାକୁଲୋଭ ଜଣାଇଥିଲେ। ଯେତେବେଳେ ଋଷୀୟ ଅଧିକାରୀ ଜଣଙ୍କ ପଳାୟନ କରି ପ୍ରଥମେ ତୁର୍କୀ ଠାରେ ପହଞ୍ଚିବା ସେଠାରୁ ପଶ୍ଚିମ ଦିଗରେ ଏକ ଅଜ୍ଞାତ ଦେଶକୁ ଚାଲି ଯାଇଥିଲେ।

ଗ୍ଲୀବ କାରାକୁଲୋଭ କହିଛନ୍ତି ଯେ, ଭ୍ଲାଦମିର ପୁତିନ ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରୁନଥିଲେ ଏବଂ ତାଙ୍କ ସହିତ ଇଣ୍ଟରନେଟ୍ ବିଶେଷଜ୍ଞଙ୍କୁ ବିଦେଶ ଗସ୍ତରେ ଆଣି ନଥିଲେ। ସେମାନେ କେବଳ ତାଙ୍କର ନିକଟତମ ସହଯୋଗୀଙ୍କ ସୂତ୍ରରୁ ଖବର ନିଅନ୍ତି। ଯାହାର ଅର୍ଥ ହେଉଛି ସେମାନେ ଏକ ଭ୍ୟାକୁମ ଇନଫରମେସନ ସିଷ୍ଟମ ମଧ୍ୟରେ ରହିବାକୁ ପସନ୍ଦ କରନ୍ତି।