ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ରେକର୍ଡ ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement

ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ରେକର୍ଡ ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold-Silver Rate: ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବଡ଼ ଧରଣ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୨୦୦୦ ଟଙ୍କାର ହ୍ରାସ ଘଟିଛି ।

ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ରେକର୍ଡ ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: Gold-Silver Rate: ଆଜି (ବୁଧବାର) ଅର୍ଥାତ ଜୁଲାଇ ୬ରେ ସୁନା ଓ ରୁପା ମୂଲ୍ୟ (Gold Silver Price) ରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଛି । ଦେଶରେ ଗତକାଲି (ମଙ୍ଗଳବାର) ସୁନା ମୂଲ୍ୟରେ ୧୩୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୯୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୨,୪୭୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୮,୧୦୦ ଟଙ୍କା ଥିଲା ।
 
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବଡ଼ ଧରଣ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୨୦୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୬,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୬୯୦ ଟଙ୍କା ରହିଛି । ଯାହା ଗତକାଲି ୫,୮୯୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୧୬୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୫୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୯୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୫୨,୫୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୬୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୮,୧୩୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ

ଏହା ବି ପଢ଼ନ୍ତୁ:-ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

 

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବଡ଼ ଧରଣ ହ୍ରାସ ଦେଖାଦେଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ମୂଲ୍ୟରେ ୨୦୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୬,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୬୯୦ ଟଙ୍କା ରହିଛି । ଯାହା ଗତକାଲି ୫,୮୯୦ ଟଙ୍କା ଥିଲା ।