ଆହୁରି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha988623

ଆହୁରି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ସ୍ଥିର ଥିଲା । ଅନ୍ୟପଟେ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୬୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୫୦୦ ଟଙ୍କାରେ ପହଞ୍ଚିଛି । 

ଆହୁରି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ଶୁକ୍ରବାର ଅର୍ଥାତ ସେପ୍ଟେମ୍ୱର ୧୭ରେ ସୁନା-ରୁପା ମୂଲ୍ୟ (Gold Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ଲଗାତର ଦ୍ୱିତୀୟ ଦିନ ଦେଶରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗୁରୁବାର ସୁନା ମୂଲ୍ୟରେ ୫୫୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୩୯୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଏହାର ମୂଲ୍ୟ ୪୬,୭୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୯୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୫,୩୯୦ ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର ଏହାର ମୂଲ୍ୟ ୪୫,୭୮୦ ଟଙ୍କା ଥିଲା ।

ସେହିପରି ଶୁକ୍ରବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶୁକ୍ରବାର ରୁପା ମୂଲ୍ୟରେ ୧୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ୬,୨୮୦ ଟଙ୍କା ଥିଲା ।

ସେପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ସ୍ଥିର ଥିଲା । ଅନ୍ୟପଟେ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୬୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୧୯୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୬୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଏହାର ମୂଲ୍ୟ ୪୪,୩୦୦ ଟଙ୍କା ଥିଲା ।

ଶୁକ୍ରବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ରାଜଧାନୀରେ ରୁପା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ଶୁକ୍ରବାର ରୁପା ମୂଲ୍ୟରେ ୧୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ୬,୨୮୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୬ଟି କାମ