ଆହୁରି ଖସିଲା ସୁନା-ରୁପା ଦର, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍
Advertisement

ଆହୁରି ଖସିଲା ସୁନା-ରୁପା ଦର, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ବୁଧବାର ରୁପା ମୂଲ୍ୟରେ ୧୦୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୮୦୦ ଟଙ୍କାରେ ପହଞ୍ଚିଛି ।

ଆହୁରି ଖସିଲା ସୁନା-ରୁପା ଦର, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: ବୁଧବାର ସୁନା-ରୁପା ମୂଲ୍ୟ (Gold-Siver Price) ରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ମଙ୍ଗଳବାର ସୁନା ମୂଲ୍ୟରେ ୧୪୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୧୦ ଟଙ୍କାର ହ୍ରାସ  ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୯୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୫,୮୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୪,୪୯୦ ଟଙ୍କା ରହିଛି । ସେହିପରି ମଙ୍ଗଳବାର ଏହାର ମୂଲ୍ୟ ୪୪,୮୦୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ବୁଧବାର ରୁପା ମୂଲ୍ୟରେ ୧୦୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୮୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୮୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୬,୮୭୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା

ବୁଧବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୯୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୪୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୧୫୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ୪୪,୪୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ହୋଇଯିବ ୨୮ ପ୍ରତିଶତ! ବଢ଼ିବ ଦରମା ଓ ପେନସନ୍

ବୁଧବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ମଙ୍ଗଳବାର ରାଜଧାନୀରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେପଟେ ବୁଧବାର ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୩,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୪,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୩୫୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୭,୪୦୦ ଟଙ୍କା ଥିଲା ।