ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିରେ ରେଟ୍
Advertisement

ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିରେ ରେଟ୍

ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟ ମଧ୍ୟ ୧୦ ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୧୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୦୦  ଟଙ୍କା ଥିଲା । 

ଡିଜାଇନ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ପାଇଁ ବୈଶ୍ୱିକ ବଜାରରେ ଅସ୍ଥିରତା ଲାଗି ରହିଛି ।  ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ହ୍ରାସ-ବୃଦ୍ଧି ଦେଖାଦେଉଛି । ଫଳରେ ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଆଜି(ରବିବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୨୦ ଟଙ୍କା ରହିଛି । ଗତକାଲି ଏହାର ମୂଲ୍ୟ ୪୫,୪୧୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବଦ୍ଧି ରେକର୍ଡ ହୋଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୧୦ ଟଙ୍କା ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୧୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୦୦ ଟଙ୍କା ଥିଲା । 

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ସୁନା ଦର ୧୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୧୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୦୦ ଟଙ୍କାରେ ବନ୍ଦ ହୋଇଥିଲା । ୧୧ କ୍ୟାରେଟ ସୁନା ମୂଲ୍ୟରେ ୧୦ ଟଙ୍କା ହ୍ରାସ ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୨୧୦ ଟଙ୍କା ରହିଛି । ଯାହା ଗତକାଲି ୪୪,୨୦୦ ଟଙ୍କା ରହିଥିଲା । 

ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟ ମଧ୍ୟ ୧୦ ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୧୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୩,୬୦୦  ଟଙ୍କା ଥିଲା ।