Advertisement
Article Detail0/zeeodisha/odisha685598
Zee OdishaOdisha National-Internationalଗୋରଖପୁର ଶ୍ରମିକ ଏକ୍ସପ୍ରେସ ରାଉରକେଲାରେ ପହଞ୍ଚିବା ଘଟଣା: ଉତ୍ତର ରଖିଲା ପଶ୍ଚିମ ରେଳବାଇ

ଗୋରଖପୁର ଶ୍ରମିକ ଏକ୍ସପ୍ରେସ ରାଉରକେଲାରେ ପହଞ୍ଚିବା ଘଟଣା: ଉତ୍ତର ରଖିଲା ପଶ୍ଚିମ ରେଳବାଇ

ଜବାବ ରଖିଲା ପଶ୍ଚିମ ରେଳବାଇ

ଗୋରଖପୁର ଶ୍ରମିକ ଏକ୍ସପ୍ରେସ ରାଉରକେଲାରେ ପହଞ୍ଚିବା ଘଟଣା: ଉତ୍ତର ରଖିଲା ପଶ୍ଚିମ ରେଳବାଇ

ନୂଆଦିଲ୍ଲୀ:  ମହାରାଷ୍ଟ୍ରରୁ ଗୋରଖପୁର ଅଭିମୁଖେ ବାହାରିଥିବା ଟ୍ରେନ ଓଡ଼ିଶାର ରାଉରକେଲାରେ ପହଞ୍ଚିବା ଘଟଣାର ଜବାବ ରଖିଛି ପଶ୍ଚିମ ରେଳବାଇ। ପଶ୍ଚିମ ରେଳବାଇର ଲୋକସମ୍ପର୍କ ଅଧିକାରୀ ରବିନ୍ଦ୍ର ଭାସ୍କର କହିଛନ୍ତି କି,  ବ୍ୟାପକ ଟ୍ରାଫିକ କାରଣରୁ ଏହି ଟ୍ରେନଟି ପରିବର୍ତ୍ତିତ ଗତିପଥ ଦେଇ ଯାତ୍ରା ଆରମ୍ଭ କରିଥିଲା। ଓଡ଼ିଶା ଦେଇ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ନେଇ ସେ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ପରିବର୍ତ୍ତିତ ରୁଟ ଅନୁଯାୟୀ ବିଳାସପୁର, ଝାରସୁଗୁଡ଼ା, ରାଉରକେଲା, ଆଦ୍ରା ଓ ଆସାନସୋଲ ଦେଇ ଗୋରଖପୁର ଅଭିମୁଖେ ଯାତ୍ରା କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଏହି ଗାଡ଼ିଟି ଗତ ୨୧ ତାରିଖରେ ମହାରାଷ୍ଟ୍ରର ବସାଇ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା। ସେ ଆହୁରି ମଧ୍ୟ କହିଥିଲେ କି ଏହି ଗାଡ଼ି ପୂର୍ବନିର୍ଦ୍ଧାରିତ ଅନୁଯାୟୀ ରୁଟ ଅନୁଯାୟୀ କଲ୍ୟାଣ, ଜଳଗାଓଁ, ଭୁସାଓ୍ୱଲ, ଖଣ୍ଡଓ୍ୱା, ଇଟାର୍ସୀ, ଜବଲପୁର ଓ ମାଣିକପୁର ରାସ୍ତା ଦେଇ ଗୋରଖପୁରରେ ପହଞ୍ଚିବାର ଥିଲା। ମାତ୍ର ଏହି ରୁଟରେ ପ୍ରବଳ ଟ୍ରାଫିକ କାରଣରୁ ଗାଡ଼ିଟିକୁ ପରିବର୍ତ୍ତିତ ରୁଟରେ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। 

ସେ ଆହୁରି ମଧ୍ୟ କହିଛନ୍ତି କି, ବହୁଳ ଟ୍ରାଫିକ ସମସ୍ୟା ପାଇଁ ପଶ୍ଚିମ ରେଳବାଇ ଉଧନା, ସୁରତ, ଭାଲସାଡ଼, ଅଙ୍କଲେଶ୍ୱର, କୋଙ୍କଣ ଓ ଓଡ଼ିଶାର କିଛି ଷ୍ଟେସନ ଦେଇ ରେଳଗୁଡ଼ିକୁ ଅସ୍ଥାୟୀ ଭାବେ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପଶ୍ଚିମ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେ କହିଛନ୍ତି ଇଟାର୍ସୀ-ଜବଲପୁର-ପଣ୍ଡିତ ଦିନ ଦୟାଲ ମାର୍ଗ ପରିବର୍ତ୍ତେ ବିଳାସପୁର, ଝାରସୁଗୁଡ଼ା ଓ ରାଉରକେଲା ଦେଇ ଟ୍ରେନ ଗୁଡ଼ିକ ଅସ୍ଥାୟୀ ଭାବେ ଚଳ ପ୍ରଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। 

Add Zee News as a Preferred Source

ସୂଚନା ଯୋଗ୍ୟ ମହାରାଷ୍ଟ୍ରରୁ ବାହାରିଥିବା ଟ୍ରେନ ଆଜି ରାଉରକେଲାରେ ପହଞ୍ଚିଛି। ଟ୍ରେନଟି ରାଉରକେଲା ଷ୍ଟେସନରେ ଲାଗିବା ପରେ ସେଥିରେ ଆସିଥିବା ପ୍ରବାସୀ ଶ୍ରମିକମାନେ ହୋ ହଲ୍ଲା କରିଥିଲେ। ଏପରିକି ଷ୍ଟେସନ ଅଧିକାରୀଙ୍କ ଠାରୁ ଜବାବ ମଧ୍ୟ ତଲବ କରିଥିଲେ। 

About the Author