All Party Meeting: ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ସରକାର, ୨୩ରେ ଆସିବ ବଜେଟ
Advertisement
Article Detail0/zeeodisha/odisha2338790

All Party Meeting: ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ସରକାର, ୨୩ରେ ଆସିବ ବଜେଟ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏଥିପାଇଁ ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ମୌସୁମୀ ଅଧିବେଶରେ କିପରି ସୁରୁଖୁରୁରେ ଗୃହକାର୍ଯ୍ୟ ହେବ ସେ ନେଇ ସରକାର ଏହି ବୈଠକ ଡାକିଛନ୍ତି। ଏନେଇ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ଏନେଇ

All Party Meeting: ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ସରକାର, ୨୩ରେ ଆସିବ ବଜେଟ

All Party Meeting: ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏଥିପାଇଁ ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ମୌସୁମୀ ଅଧିବେଶରେ କିପରି ସୁରୁଖୁରୁରେ ଗୃହକାର୍ଯ୍ୟ ହେବ ସେ ନେଇ ସରକାର ଏହି ବୈଠକ ଡାକିଛନ୍ତି। ଏନେଇ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତି ୨୧ ତାରିଖ ଦିନ ୧୧ଟା ବେଳକୁ ଏହି ବୈଠକ ହେବ ବୋଲି ଶ୍ରୀ ରିଜିଜୁ ସୂଚନା ପ୍ରଦାନ କରିଛନ୍ତି। ସଂସଦ ଭବନର ସମିତି କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। 

 

ଏଠାରେ କହି ରଖୁ କି ଏହି ମୌସୁମୀ ଅଧିବେଶ ଆସନ୍ତା ୨୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ତେବେ ଏହି ମୋଦି ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଜୁଲାଇ ୨୩ ତାରିଖରେ ବଜେଟ ଉପସ୍ଥାପନ ହୋଇପାରେ। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ତାଙ୍କର ପ୍ରସ୍ତୁତି କରିସାରିଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖ ଦିନ ୧୧ଟାରେ ଏହି ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ। ଡିଜିଟାଲ ମାଧ୍ୟମରେ ଏହି ବଜେଟ ଉପସ୍ଥାପନ କରାଯିବ। ବଜେଟ ଉପସ୍ଥାପନ ହୋଇ ସାରିବା ପରେ ବଜେଟ ସମ୍ପର୍କିତ ଟିକିନିକି ସୂଚନା ଆପଣମାନେ www.indiabudget.gov.inରେ ପାଇପାରିବେ। ଏହି ବଜେଟ ଆପଣ ହିନ୍ଦି ଓ ଇଂରାଜୀ ଭାଷାରେ ପାଇପାରିବେ।