କୃଷକ ଆନ୍ଦୋଳନ: ବାହାରିଲାନି ନିଷ୍କର୍ସ, ପୁଣି ୫ରେ ବୈଠକ
Advertisement
Article Detail0/zeeodisha/odisha799152

କୃଷକ ଆନ୍ଦୋଳନ: ବାହାରିଲାନି ନିଷ୍କର୍ସ, ପୁଣି ୫ରେ ବୈଠକ

ଡିସେମ୍ବର ୫ ତାରିଖ ଶନିବାର ପୁଣି ଥରେ ସରକାର-କୃଷକଙ୍କ ମଧ୍ୟରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

କୃଷକ ଆନ୍ଦୋଳନ: ବାହାରିଲାନି ନିଷ୍କର୍ସ, ପୁଣି ୫ରେ ବୈଠକ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନାହିଁ ପ୍ରାୟ ସପ୍ତାହେ ଧରି କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ। ଦାବି ପୂରଣ କରିବା ଲକ୍ଷ୍ୟରେ ପାଖାପାଖି ୭ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସୀମାରେ ଆସ୍ଥାନ ଜମାଇଛନ୍ତି  ଆନ୍ଦୋଳନରତ କୃଷକ। ଚାଷୀଙ୍କ ସମସ୍ୟାର ସମାଧାନ କରିବା ଲାଗି 

ଗୁରୁବାର ପ୍ରାୟ ୮ ଘଣ୍ଟା ଧରି ସରକାର-କୃଷକ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ କୌଣସି ସହମତି ହୋଇପାରିବ ନାହିଁ। ଏ ପ୍ରସଙ୍ଗରେ ପରବର୍ତ୍ତୀ ବୈଠକ ଚଳିତ ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ପକ୍ଷ ନିଜ କଥାରେ ଅଟଳ ରହିଛନ୍ତି। କୃଷକଙ୍କୁ କୃଷି ଜାତୀୟ ଦ୍ରବ୍ୟ ବିକ୍ରୟ ଲାଗି ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP-Minimum Support Price)
ସମ୍ପର୍କରେ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। 

ଏମଏସପି ମାମଲାରେ ସରକାର କୃଷକଙ୍କୁ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ପ୍ରସ୍ତୁତ ନୁହଁନ୍ତି। ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ସ୍ପଷ୍ଟ ଭାବେ କହିଛନ୍ତି ଏମଏସପିରେ କୌଣସି ପରିବର୍ତ୍ତନ ହେବ ନାହିଁ। 

ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଆଜିର ବୈଠକରେ ସରକାର ଏବଂ କୃଷକ ସଙ୍ଗଠନ ସେମାନଙ୍କ ମତାମତ ରଖିଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ କୌଣସି ବିଦ୍ୱେଷ ନାହିଁ। କୃଷି ଉତ୍ପାଦନ ବଜାର କମିଟି-ଏପିଏମସି (Agricultural Produce Market Committee-APMC) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର କାର୍ଯ୍ୟ କରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଡିସେମ୍ବର ୫ ତାରିଖ ଶନିବାର ଅପରାହ୍ନ ୨ଟା ସମୟରେ ପୁଣି ଥରେ ବୈଠକ ହେବ ବୋଲି ଜଣାଇଛନ୍ତି କୃଷିମନ୍ତ୍ରୀ।

 

ଏକ ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ କହିଛନ୍ତି ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ କୃଷକ ନେତା ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି। ହେଲେ ସରକାର ଏବଂ କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ଚାଲିଛି ବୋଲି ମୁଁ ଗଣମାଧ୍ୟମ ଜରିଆରେ କୃଷକଙ୍କୁ ଅବଗତ କରିବାକୁ ଚାହୁଁଛି। ସେମାନେ ଚଲାଇଥିବା ଆନ୍ଦୋଳନକୁ ବନ୍ଦ କରିବା ପାଇଁ ମୁଁ ନିବେଦନ କରୁଛି। କୃଷି ସମସ୍ୟାକୁ ନେଇ ଉଭୟ ପକ୍ଷରେ କଥାବାର୍ତ୍ତା ଆରମ୍ଭ ହୋଇଯାଏ ତାହେଲେ ଏହି ଅସୁବିଧାର ସମାଧାନ ହୋଇଯିବ।

ସକରାତ୍ମକ ବାତାବରଣ ମଧ୍ୟରେ ସରକାର- କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଛି। ଆନ୍ଦୋଳନରତ କୃଷକ ଉପଯୁକ୍ତ ଢଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ଆଲୋଚାନ ପରେ ଯେଉଁ ଫଳାଫଳ ଆସିଛି ତାହାକୁ ଉଭୟ ପକ୍ଷ ଗ୍ରହଣ କରିଛନ୍ତି। ଯଦି ଆମେ ଗୋଟିଏ ଦିନ ପୂର୍ବରୁ ଆଲୋଚନା କରିଥାନ୍ତେ ତାହେଲେ ଏହି ପ୍ରସଙ୍ଗ ଆଗକୁ ଯାଇପାରିଥାନ୍ତି।

କୃଷି ମନ୍ତ୍ରୀ କହିଛନ୍ତି ନୂତନ କେନ୍ଦ୍ରୀୟ କୃଷି ଆଇନରେ ଏପିଏମସି ବ୍ୟବସ୍ଥା ଶେଷ ହୋଇଯିବା ନେଇ ଆନ୍ଦୋଳନରତ କୃଷକ ଚିନ୍ତିତ ଅଛନ୍ତି। ହେଲେ ଭାରତ ସରକାର ଏପିଏମସି ବ୍ୟବସ୍ଥାକୁ ସଶକ୍ତ କରିବା ସହ ଏହାର ଉପଯୋଗ ବଢାଇବାକୁ ଚାହୁଛନ୍ତି। ଅନ୍ୟପଟେ ପାଳ ଜଳାଇବା ଏବଂ ନୂତନ ବିଦ୍ୟୁତ୍ ଅଧିନିୟମକୁ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ରହିଛି। ହେଲେ  ସେମାନଙ୍କର ସମସ୍ତ ସନ୍ଦେହକୁ ଦୂର କରିବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରଥମେ ଖବର ଆସିଥିଲା ବିଭିନ୍ନ କୃଷକ ସଙ୍ଗଠନ ସେମାନଙ୍କ ଦାବିକୁ ନେଇ ଅଟଳ ରହିଛନ୍ତି। ଏହି ବୈଠକରେ ସାମିଲ ହୋଇଥିବା କୃଷକ ନେତା ସରକାରଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ପରିସ୍ଥିତି ଆମ ନିୟନ୍ତ୍ରଣ ବାହାରେ ରହିଛି। ବର୍ତ୍ତମାନ ଚାଷୀଙ୍କୁ ବୁଝାଇବା ସ୍ଥିତି ଏବେ ନାହିଁ। ଏହି ଆନ୍ଦୋଳନକୁ କେବଳ କୃଷକ ନୁହଁନ୍ତି ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ଯେବେ କେନ୍ଦ୍ର ସରକାର ନୂତନ କୃଷି ଆଇନ ରଦ୍ଦ କରିବେ ସେତେବେଳେ ଏହି ଆନ୍ଦୋଳନ ଶେଷ ହେବ।