Chandipura virus infection : ମାରାତ୍ମକ ହେଲାଣି ଚାନ୍ଦିପୁରା ଭାଇରସ୍‌! ଗୁଜରାଟ୍‌ରେ ଗଲାଣି ୬ ଜଣଙ୍କ ଜୀବନ
Advertisement
Article Detail0/zeeodisha/odisha2338301

Chandipura virus infection : ମାରାତ୍ମକ ହେଲାଣି ଚାନ୍ଦିପୁରା ଭାଇରସ୍‌! ଗୁଜରାଟ୍‌ରେ ଗଲାଣି ୬ ଜଣଙ୍କ ଜୀବନ

Chandipura Virus claims Six lives in Gujarat: ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ମାମଲା ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି।

Chandipura virus

Chandipura virus infection: ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସନ୍ଦେହ ଜନକ ଭୂତାଣୁ ଯୋଗୁଁ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।ଏନେଇ  ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ମାମଲା ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଚାନ୍ଦିପୁରା ଭୂତାଣୁ ର ଲକ୍ଷଣ ସାମାନ୍ୟ ହେଲେ ବି ଏଥିରେ ମାରାତ୍ମକ ଜ୍ବର ସୃଷ୍ଟି ହେଉଛି। ଯାହା ଫ୍ଲୁ ଭଳି ଲକ୍ଷଣ ଏବଂ ତୀବ୍ର ଏନସେଫାଲାଇଟିସ୍ (ମସ୍ତିଷ୍କର ପ୍ରଦାହ) ସହିତ ହୋଇଥାଏ। ଏହା ମଶା ଏବଂ ମାଛି ଇତ୍ୟାଦି ଦ୍ବାରା ବିସ୍ତାର ହେଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି,ଏହି ୧୨ ରୋଗୀଙ୍କ ମଧ୍ୟରୁ ଚାରିଜଣ ସାବରକାନ୍ତି ଜିଲ୍ଲାର, ତିନିଜଣ ଅରବାଲି ଏବଂ ଜଣେ ମହୀସାଗର ର ଏବଂ ଖେଡାର। ଦୁଇଜଣ ରୋଗୀ ରାଜସ୍ଥାନର ଏବଂ ଜଣେ ମଧ୍ୟପ୍ରଦେଶର ଗୁଜରାଟରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଜଣାଯାଇଛି ଯେ ଏହି ଭୂତାଣୁ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ନମୁନା ପରୀକ୍ଷା କରିବାର ଫଳାଫଳ ପରେ ହିଁ ଏହି ମୃତ୍ୟୁ ଚାନ୍ଦିପୁରା ଭାଇରସ କାରଣରୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ। ସେ କହିଛନ୍ତି,୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ପାଞ୍ଚଟି ସାବରକାନ୍ତି ଜିଲ୍ଲାର ହିମାଗରର ସିଭିଲ ହସ୍ପିଟାଲରେ ଘଟିଛି। ସାବରକାନୁର ଆଠଟି ସମେତ ସମସ୍ତ ୧୨ଟି ନମୁନା ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି।

ହିନାତ୍ନଗର ସିଭିଲ ହସ୍ପିଟାଲର ଶିଶୁ ଚିକିତ୍ସକମାନେ ଜୁଲାଇ ୧୦ ରେ ଚାନ୍ଦିପୁରା ଭୂତାଣୁ ଯୋଗୁଁ ଚାରି ପିଲାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରିଥିଲେ ଏବଂ ନିଶ୍ଚିତ କରିବା ପାଇଁ ସେମାନଙ୍କ ନମୁନାକୁ NIV କୁ ପଠାଇଥିଲେ। ପରେ, ଆଉ ଚାରିଜଣ ଶିଶୁ ଡାକ୍ତରଖାନାରେ ସମାନ ଲକ୍ଷଣ ଦେଖା ଦେଇଥିଲା। ପଟେଲ କହିଛନ୍ତି, "ଚାନ୍ଦିପୁରା ଭୁତାଣୁ ସଂକ୍ରାମକ ନୁହେଁ। ତଥାପି ପ୍ରଭାବିତ ଅଞ୍ଚଳରେ ତୀବ୍ର ନଜର ରଖାଯାଇଛି।