Uttar Pradesh: ବିଧାନସଭା ସଦସ୍ୟତା ପଦ ହରାଇଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ
Advertisement
Article Detail0/zeeodisha/odisha1413345

Uttar Pradesh: ବିଧାନସଭା ସଦସ୍ୟତା ପଦ ହରାଇଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ

Samajwadi Party MLA Azam Khan:  ହେଟ ସ୍ପୀଚ ମାମଲାରେ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟତା ପଦ ହରାଇଛନ୍ତି ରାମପୁର ଆସନର ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ। 

 

Uttar Pradesh: ବିଧାନସଭା ସଦସ୍ୟତା ପଦ ହରାଇଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ

Rampur MLA Azam Khan: ହେଟ ସ୍ପୀଚ ମାମଲାରେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ତାଙ୍କୁ  ୩ ବର୍ଷର  ଦଣ୍ଡାଦେଶ ଶୁଣାଇବା ସହ ୨୫ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଘୃଣା ବକ୍ତବ୍ୟ ମାମଲା କୋର୍ଟ ରାୟ ଶୁଣାଇବା ପର ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି। ହେଲେ କୋର୍ଟ ରାୟ ଆସିବା ପରେ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟତା ପଦ ହରାଇଛନ୍ତି ରାମପୁର ଆସନର ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ। ଏହି ହେଟ ସ୍ପୀଚ ମାମଲା ଗତ ୨୦୧୯ ବର୍ଷର ବୋଲି ଜଣାପଡ଼ିଛି। 

ହେଟ ସ୍ପୀଚ ମାମଲାରେ (Hate Speech Case) କୋର୍ଟ ରାୟ ଆସିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାମପୁର ଆସନର (Rampur Assembly Constituency) ସମାଜବାଦୀ ପାର୍ଟି ବିଧାୟକ (Samajwadi Party MLA) ଆଜମ ଖାନ ( Azam Khan)। ଏନେଇ ସେ କହିଛନ୍ତି  "ଜାମିନ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ମୁଁ ସେହି ଆଧାରରେ ଜାମିନରେ ଅଛି।  ହେଲେ ମୁଁ ନ୍ୟାୟ ପାଇଁ ନିଶ୍ଚିତ ରହିଛି। ମୁଁ ସାହସ ହରାଇ ନାହିଁ। କୌଣସି ଦ୍ୱାର ମଧ୍ୟ ବନ୍ଦ ହୋଇନାହିଁ। ଆଗକୁ ଲଢେଇ ଜାରି ରହିବ। ବର୍ତ୍ତମାନ ଆଇନଗତ ରାସ୍ତା ଖୋଲା ରହିଛି। ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯିବ। "

ପୂର୍ବରୁ ଏହା ସ୍ପଷ୍ଟ ହୋଇସାରିଥିଲା ଯେ ଯଦି ଆଜାମ ଖାନଙ୍କୁ ୨ ବର୍ଷରୁ ଅଧିକ ଦଣ୍ଡ ମିଳିବ, ତାହେଲେ ତାଙ୍କର ରାଜନୈତିକ କ୍ୟାରିୟର ବିପଦରେ ପଡ଼ିଯିବ। ଏପିରିକି ତାଙ୍କର ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଯିବ। ସେଥିପାଇଁ ଅଦାଲତରେ ପ୍ରାୟ ଦେଢ ଘଣ୍ଟା ଧରି ବିତର୍କ ଚାଲିଥିଲା। ଆଜାମ ଖାନଙ୍କ ଓକିଲ କଠୋର ଚେଷ୍ଟା ଜାରି ରଖିଥିଲେ ଯେ ତାଙ୍କର ଦଣ୍ଡ ସର୍ବନିମ୍ନ ହେବା ଆବଶ୍ୟକ। ହେଲେ ପ୍ରତିପକ୍ଷ ଚେଷ୍ଟା କରିଥିଲା ​​ଯେ ନିୟମ ଅନୁଯାୟୀ ରାମପୁର ବିଧାୟକଙ୍କୁ ଏକ ଦୀର୍ଘ ଦଣ୍ଡ ମିଳିବା ଉଚିତ। ବର୍ତ୍ତମାନ ସମାଜବାଦୀ ପାର୍ଟି ବିଧାୟକ ଚାହିଁଲେ ଅଦାଲତର ଏହି ନିଷ୍ପତ୍ତିକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିପାରିବେ। ହେଲେ ମାମଲାର ଶୁଣାଣି ଯୋଗ୍ୟ ନା ନୁହେଁ ତାହା ଉପରେ ନିଷ୍ପତ୍ତି ନେବେ ବିଚାରପତି।

ଉତ୍ତର ପ୍ରଦେଶର ରାମପୁର ବିଧାନସଭା ଆସନରୁ ୧୦ ଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି ଆଜାମ ଖାନ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ଏଭଳି ପରିସ୍ଥିତିରେ ତାଙ୍କର ବିଧାନସଭା ସଦସ୍ୟତା ହରାଇବାର ଭୟ  ସମାଜବାଦୀ ପାର୍ଟି ପାଇଁ ବହୁତ ବଡ। 

ହେଟ ସ୍ପୀଚ ସହ ଜଡ଼ିତ ଏହି ମାମଲା ୨୦୧୯ ଲୋକସଭା ନିର୍ବାଚନ ସମୟର ବୋଲି ଜଣାପଡ଼ିଛି। ଗତ ୨୦୧୯ ଜୁଲାଇ ୨୭ ତାରିଖରେ ବିଜେପି ନେତା ଆକାଶ ସାକ୍ସେନା ଆଜମ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ।ଏନେଇ ଅଭିଯୋଗ ହୋଇଛି ଯେ ରାମପୁରର ମିଲକ ବିଧାନସଭା ଆସନରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବାବେଳେ ଆଜାମ ଖାନ ଏକ ନିର୍ବାଚନ ଭାଷଣ ଦେଇଥିଲେ। ଏହି ସମୟରେ ସମାଜବାଦୀ ପାର୍ଟି ବିଧାୟକ ପ୍ରଧାମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତତ୍କାଳୀନ ରାମପୁର ଜିଲ୍ଲାପାଳଙ୍କ ସମ୍ପର୍କରେ ବିବାଦୀୟ ଭାଷା ବ୍ୟବହାର କରିଥିଲେ। 

ଏହାର ଠିକ ୩ ବର୍ଷ ପରେ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି। ୨୦୨୨, ୨୭ ଅକ୍ଟୋବରରେ, ରାମପୁରର ସାଂସଦ-ବିଧାୟକ କୋର୍ଟ (Rampur MP MLA Court) ଏହି ମାମଲାରେ ଶୁଣାଣି କରିବା ପରେ ଆଜାମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। ଦଣ୍ଡାଦେଶ ଘୋଷଣା ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା। ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। କୋର୍ଟ ଫାଟକ ନିକଟରେ ପୋଲିସ ବଳ ହାଇ ଆଲର୍ଟ ରହିଥିଲା।