ଗୁଜୁରାଟର ଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ରଦ୍ଦ କଲା ହାଇକୋର୍ଟ
Advertisement

ଗୁଜୁରାଟର ଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ରଦ୍ଦ କଲା ହାଇକୋର୍ଟ

ନିର୍ବାଚନ ଆବେଦନରେ ରାଠୋର ଅଭିଯୋଗ କରିଥିଲେ ଯେ, ଚୁଡ଼ାସ୍ମା ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ବିଶେଷ ଭାବେ ଭୋଗ ଗଣିତ ବେଳେ ଭ୍ରଷ୍ଟ ଆଚରଣ ଆପଣାଇବା ସହ ନିୟମର ଉଲ୍ଲଙ୍ଘନ କରିଥିଲେ । ରାଜ୍ୟରେ ଚୁଡାସ୍ମା ବର୍ତ୍ତମାନ ବିଜୟ ରୂପାନୀଙ୍କ ଅଧୀନରେ ଶିକ୍ଷା, ଆଇନ ଏବଂ ନ୍ୟାୟ, ବିଧାନସଭା ଏବଂ ସଂସଦୀୟ ମାମଲାର ଦାୟିତ୍ୱରେ ଅଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅହମ୍ମଦାବାଦ: ଗୁଜୁରାଟ ହାଇକୋର୍ଟ ମଙ୍ଗଳବାର ରାଜ୍ୟର ମନ୍ତ୍ରୀ ତଥା ବିଜେପି ନେତା ଭୁପେନ୍ଦ୍ର ସିଂ ଚୁଡ଼ାସ୍ମାଙ୍କ ନିର୍ବାଚନ ରଦ୍ଦ କରିଛି । ତାଙ୍କ ବିରୋଧରେ ନିର୍ବାଚନରେ ହେରଫେର ତଥା ଭୁଲ ତଥ୍ୟ ଦେବାର ଅଭିଯୋଗ ଥିଲା । ଯାହା ଉପରେ ହାଇକୋର୍ଟ ମୋହର ମାରିଛି । ଜଷ୍ଟିସ ପରେଶ ଉପାଧ୍ୟୟ କଂଗ୍ରେସ ନେତାଙ୍କ ଆବେଦନ ଉପରେ ଶୁଣାଣି କରି ଚୁଡ଼ାସ୍ମାଙ୍କ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଶ୍ୱିନ ରାଠୌଡ଼ ଧୌଲକା ବିଧାନସଭା ଆସନରେ ବିଜେପି ନେତାଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲେ । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଚୁଡ଼ାସାମା ୩୨୭ ଭୋଟର ସାମାନ୍ୟ ବ୍ୟବଧାନରେ ଜିତିଥିଲେ ।