Himachal New CM: ଆଜିଠୁ ହିମାଚଳରେ ସୁଖବିନ୍ଦର ରାଜ୍, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁକେଶ ଅଗ୍ନିହୋତ୍ରୀ
Advertisement
Article Detail0/zeeodisha/odisha1480782

Himachal New CM: ଆଜିଠୁ ହିମାଚଳରେ ସୁଖବିନ୍ଦର ରାଜ୍, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁକେଶ ଅଗ୍ନିହୋତ୍ରୀ

Himachal New CM: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ (Sukhvinder Singh Sukhu) । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁକେଶ ଅଗ୍ନିହୋତ୍ରୀ । ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Himachal New CM: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ (Sukhvinder Singh Sukhu) । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁକେଶ ଅଗ୍ନିହୋତ୍ରୀ । ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ତେବେ, ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ । ହିମାଚଳ ପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦୁଇ ଦିନ ହେବ ସସପେନ୍ସ ଜାରି ରହିଥିଲା। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କ ନାଁ ଘୋଷଣା କରିଛି । ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ । କଂଗ୍ରେସ ୬୮ ଆସନ ମଧ୍ୟରୁ ୪୦ଟି ଆସନରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଯାହାକୁ ନେଇ ଦଳୀୟ ହାଇକମାଣ୍ଡଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ଯାଏଁ ସମସ୍ତେ ଖୁସିରେ ଫାଟି ପଡ଼ିଥିଲେ। ହେଲେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କାରଣ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ତିନି ଦାବିଦାର ସାମ୍ନାକୁ ଆସିଥିଲା ବେଳେ ସେମାନଙ୍କ ସମର୍ଥକମାନେ ନିଜ ନେତାଙ୍କ ପାଇଁ ଲବି ଆରମ୍ଭ କରିଦେଇଥିଲେ। 

ସୁଖଭିନ୍ଦର ସିଂ ସୁଖୁ ହମିରପୁର ଜିଲ୍ଲାର ନାଦୌନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଏହି ଆସନରୁ ଜିତିଛନ୍ତି । ଏହାସହ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇ ବିଧାନସଭା ପହଞ୍ଚିଛନ୍ତି ।ସୁଖଭିନ୍ଦର ସିଂ ସୁଖୁ (Sukhvinder Singh Sukhu) ଭାରତୀୟ ଜନତା ପାର୍ଟିର ବିଜୟ କୁମାରଙ୍କୁ ୩,୩୬୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁଖବିନ୍ଦର ସିଂଙ୍କୁ ୫୦.୮୮ ପ୍ରତିଶତ ଭୋଟ୍ ସହ ୩୬,୧୪୨ ଭୋଟ୍ ପାଇଥିବାବେଳେ ବିଜେପିର ବିଜୟ କୁମାର ୪୬.୧୪ ପ୍ରତିଶତ ଭୋଟ୍ ସହ ୩୨,୭୭୯ ଭୋଟ୍ ପାଇଛନ୍ତି ।

 

ଯେଉଁଠାରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶଙ୍କି ଠୁକରାଲ ମାତ୍ର ୧,୪୮୭ ଭୋଟ୍ ପାଇଥିଲେ । ହିମାଚଳ ପ୍ରଦେଶର ବର୍ତ୍ତମାନର ରାଜନୀତିରେ ସୁଖଭିନ୍ଦର ସିଂ ସୁଖୁ ଜଣେ ଶକ୍ତିଶାଳୀ ଚେହେରା ଭାବେ ବୋଲି ଜଣାଶୁଣା । ସେ ଅଲ ଇଣ୍ଡିଆ ଜାତୀୟ କଂଗ୍ରେସର ସଦସ୍ୟ । ସୁଖୁ ୨୭ ମାର୍ଚ୍ଚ ୧୯୬୪ରେ ହିମାଚଳ ପ୍ରଦେଶର ନାଦୌନରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେ କଂଗ୍ରେସରୁ ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ପିତାଙ୍କ ନାମ ରସିଲ ସିଂ । ସୁଖଭିନ୍ଦର ସିଂ ସୁଖୁ ନାଦୌନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି । ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ LLB ଡିଗ୍ରୀ ହାସଲ କରିଛନ୍ତି ।