Hit and Run: ବୃଦ୍ଧି ହେବ ସଡ଼କ ଦୁର୍ଘଟଣାରେ କ୍ଷତିପୂରଣ ରାଶି; ମିଳିବ ୨ ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha958119

Hit and Run: ବୃଦ୍ଧି ହେବ ସଡ଼କ ଦୁର୍ଘଟଣାରେ କ୍ଷତିପୂରଣ ରାଶି; ମିଳିବ ୨ ଲକ୍ଷ ଟଙ୍କା

'ହିଟ୍ ଆଣ୍ଡ ରନ୍' (Hit and Run) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ କ୍ଷତିପୂରଣ ରାଶି ୨୫,୦୦୦ ରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: 'ହିଟ୍ ଆଣ୍ଡ ରନ୍' (Hit and Run) ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ କ୍ଷତିପୂରଣ ରାଶି ୨୫,୦୦୦ ରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି । ସଡ଼କ ଦୁର୍ଘଟଣା (Road Accidents) ପୀଡିତଙ୍କ ପାଇଁ କ୍ଷତିପୂରଣ (Compensation) ପରିମାଣ ବୃଦ୍ଧି କରିବାକୁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତାବ ଦେଇଛି । ଯେଉଁଥିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରସ୍ତାବ ଦିଆଯାଇଛି ।

ଜାଣନ୍ତୁ କେତେ ମିଳିବ କ୍ଷତିପୂରଣ
ମନ୍ତ୍ରଣାଳୟ ବୁଧବାର ଏକ ସରକାରୀ ବୟାନରେ କହିଛି ଯେ ଦୁର୍ଘଟଣାଗ୍ରସ୍ତ ତଥା କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ପାଇଁ ଏହି ଯୋଜନାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଗୁରୁତର ଆଘାତ ପାଇଁ ୧୨,୫୦୦ ରୁ ୫୦,୦୦୦ ଟଙ୍କା ଓ ମୃତ୍ୟୁ ପାଇଁ ୨୫,୦୦୦ ରୁ ୨,୦୦,୦୦୦ ଟଙ୍କା ହେବ । ୧୯୮୯ ରେ ହୋଇଥିବା କ୍ଷତିପୂରଣ ଯୋଜନା ବଦଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ପତ୍ନୀଙ୍କୁ ସମ୍ମାନ ନ ଦେଲେ ହେବ ଜେଲ୍

୨୦୧୯ ରେ ଦିଲ୍ଲୀରେ ୫୩୬ ଜଣଙ୍କର ମୃତ୍ୟୁ
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ନିକଟରେ ରାଜ୍ୟସଭାକୁ କହିଛନ୍ତି ଯେ ୨୦୧୯ ମସିହାରେ ଦିଲ୍ଲୀରେ ସଡକ ଦୁର୍ଘଟଣାରେ ୫୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୫୫ ଜଣ ଆହତ ହୋଇଥିଲେ । ୩୦ ଦିନ ମଧ୍ୟରେ ଏହି ପ୍ରସ୍ତାବିତ ଯୋଜନା ପାଇଁ ମନ୍ତ୍ରଣାଳୟ ହିତାଧିକାରୀଙ୍କ ମତାମତ ଲୋଡିଛି । ସରକାରୀ ଆକଳନ ଅନୁଯାୟୀ, ୨୦୧୯ ମସିହାରେ ଦେଶରେ ମୋଟ ୪,୪୯,୦୦୨ ସଡ଼କ ଦୁର୍ଘଟଣାରେ ୧,୫୧,୧୧୩ ଲୋକ ପ୍ରାଣ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ: ହକିରେ ବ୍ରୋଞ୍ଜ ଜିତିଲା ଭାରତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଅସଲି 'ହିରୋ', ଜାଣନ୍ତୁ କାରଣ

ଗଠନ ହେବ ମୋଟର ଯାନ ଦୁର୍ଘଟଣା ପାଣ୍ଠି 
ଡ୍ରାଫ୍ଟ ସ୍କିମ୍ ଅନୁଯାୟୀ ସଡକ ଦୁର୍ଘଟଣାର ବିସ୍ତୃତ ଅନୁସନ୍ଧାନ, ଦୁର୍ଘଟଣା ରିପୋର୍ଟ ଓ ଏହାର ରିପୋର୍ଟ ତଥା ବିଭିନ୍ନ ହିତାଧିକାରୀଙ୍କ କ୍ଲେମ ଶୀଘ୍ର ସେଟଲମେଣ୍ଟ ପାଇଁ ସମୟ ସୀମା ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ସରକାର ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ କରିବେ । ଯାହା ଦୁର୍ଘଟଣାଗ୍ରସ୍ତ ତଥା କ୍ଷତିଗ୍ରସ୍ତ କ୍ଷତିପୂରଣ ତଥା ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ ।