କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା
Advertisement

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା

ଶତ ପ୍ରତିଶତ ସଠିକ୍ ଗଣନା ନିଶ୍ଚିତ କରିବାକୁ ଜନଗଣନା (Census)ପ୍ରକ୍ରିୟା ଡିଜିଟାଇଜ୍ ହୋଇଛି। ଆସାମ ପରି ରାଜ୍ୟଗୁଡିକ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯାହା ଜନସଂଖ୍ୟା ପ୍ରତି ସମ୍ବେଦନଶୀଳ। ୨୦୨୪ ସୁଦ୍ଧା ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ଜନଗଣନା ସହ ଜଡିତ ହେବ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସାମ ଗସ୍ତର ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୋରୋନା ମହାମାରୀ ହେତୁ ଜନଗଣନା ପ୍ରକ୍ରିୟା ବିଳମ୍ବ ହୋଇଛି। ଦେଶର ପରବର୍ତ୍ତୀ ଜନଗଣନା 'ଇ-ଜନଗଣନା' ହେବ। ଏହା ଆଗାମୀ ୨୫ ବର୍ଷ ପାଇଁ ବିକାଶ ନୀତି ଗଠନ କରିବ। ୨୦୨୪ ସୁଦ୍ଧା ଦେଶର ସମସ୍ତ ଜନ୍ମ ଏବଂ ମୃତ୍ୟୁ, ଜନଗଣନା ସହିତ ସଂଯୁକ୍ତ ହେବ, ଯାହା ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବ। 

ଆସାମରେ ଜନଗଣନା କାର୍ଯ୍ୟାଳୟର ଉଦଘାଟନ ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା (Amit Shah)  କହିଛନ୍ତି ଯେ, ଶତ ପ୍ରତିଶତ ସଠିକ୍ ଗଣନା ନିଶ୍ଚିତ କରିବାକୁ ଜନଗଣନା (Census)ପ୍ରକ୍ରିୟା ଡିଜିଟାଇଜ୍ ହୋଇଛି। ଆସାମ ପରି ରାଜ୍ୟଗୁଡିକ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯାହା ଜନସଂଖ୍ୟା ପ୍ରତି ସମ୍ବେଦନଶୀଳ। ୨୦୨୪ ସୁଦ୍ଧା ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ଜନଗଣନା ସହ ଜଡିତ ହେବ। ପ୍ରତ୍ୟେକ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକୃତ ହେବ, ଯାହାର ଅର୍ଥ ହେଉଛି ଆମର ଜନଗଣନା ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବ। ଜନ୍ମ ପରେ ସବିଶେଷ ତଥ୍ୟ ଜନଗଣନା ରେଜିଷ୍ଟରରେ ଯୋଡାଯିବ। ୧୮ ବର୍ଷ ବୟସ ହେବା ପରେ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଏବଂ ମୃତ୍ୟୁ ପରେ ନାମ ହଟାଯିବ।

Also Read: ବ୍ରଜରାଜନଗର ଉପ-ନିର୍ବାଚନ: ପାଣି ପରି ବୋହିବ ଟଙ୍କା, ପ୍ରାର୍ଥୀଙ୍କ ଅତିରିକ୍ତ ଖର୍ଚ୍ଚ ୧୦ ଲକ୍ଷ ବୃଦ୍ଧି

 

କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) କହିଛନ୍ତି ଯେ, ଆଧୁନିକ ଜ୍ଞାନକୌଶଳ ବା ଟେକ୍ନଲୋଜୀ ସାହାଯ୍ୟରେ ଜନଗଣନାକୁ ଅଧିକ ସଠିକ, ବୈଜ୍ଞାନିକ ଏବଂ ବହୁମୁଖୀ କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ତଥ୍ୟର ବିଶ୍ଳେଷଣ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ହେବ। କେବଳ ସଠିକ୍ ଜନଗଣନା ସହିତ ଦେଶରେ ଥିବା ସମସ୍ୟାର ସମାଧାନ ପାଇଁ ସଠିକ୍ ଯୋଜନା କରାଯାଇପାରିବ। ଯଦି ଜନଗଣନା ଦ୍ୱାରା ଅଙ୍କିତ ବିକାଶ ମାନଚିତ୍ର ଉପରେ ବଜେଟର ଯୋଜନା ପ୍ରସ୍ତୁତ ହୁଏ, ତେବେ ସମସ୍ୟାଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମାଧାନ ହେବ। ଜନଗଣନାକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ପାଇଁ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। 

ସେ ପୁଣି କହିଛନ୍ତି ଯେ, ଇ-ଜନଗଣନା (Digital Census) ରେ କିଛି ଚ୍ୟାଲେଞ୍ଜ ଥିବାବେଳେ ଏହାର ସୁବିଧା ମଧ୍ୟ ରହିଛି। ପ୍ରାୟ ୫୦ ପ୍ରତିଶତ ଲୋକ ନିଜ ନିଜ ନିଜର ତଥ୍ୟ ପୂରଣ କରିବାକୁ ସକ୍ଷମ ହେବେ। ସେମାନେ ନିଜେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ତଥ୍ୟକୁ ଇ-ଫର୍ମରେ ପୂରଣ କରିବେ। ଏହା ଉଭୟ କମ୍ପ୍ୟୁଟର ଓ ମୋବାଇଲ ଆପ (Mobile App) ରେ ଉପଲବ୍ଧ ହେବ। ତେବେ ଇ ଜନଗଣନା କେବେଠାରୁ ଆରମ୍ଭ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଏହି ବ୍ୟବସ୍ଥାରେ କମ ରାଜସ୍ୱ ଖର୍ଚ୍ଚ ହେବ ଓ ଶତ ପ୍ରତିଶତ ସଠିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, କୋରୋନା ସଙ୍କଟ ଗଲା ପରେ ଦେଶରେ CAA ଲାଗୁ ହେବ।