ସାଇବର ଅପରାଧ ବିରୋଧରେ ଆପଣଙ୍କ ରକ୍ଷା କବଚ Cyber Dost
Advertisement
Article Detail0/zeeodisha/odisha1166930

ସାଇବର ଅପରାଧ ବିରୋଧରେ ଆପଣଙ୍କ ରକ୍ଷା କବଚ Cyber Dost

ଦିନକୁ ଦିନ ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ବେଶ ଉପଯୋଗୀ ସାବ୍ୟସ୍ତ ହେବ । 

 ସୂଚନା ଅନୁସାରେ @Cyber Dost ର ଟ୍ୱିଟର ହ୍ୟାଣ୍ଡେଲରେ ୩.୬୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି ।

ନୂଆଦିଲ୍ଲୀ: ସାଇବର ଅପରାଧ ରୋକିବା ସହିତ ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିନକୁ ଦିନ ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ବେଶ ଉପଯୋଗୀ ସାବ୍ୟସ୍ତ ହେବ । 
ଜନସାଧାରଣଙ୍କୁ ସାଇବର ଅପରାଧୀମାନଙ୍କ ଠାରୁ ରକ୍ଷା କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ @Cyber Dost ଟ୍ୱିଟର ହ୍ୟାଣ୍ଡେଲ ଲଞ୍ଚ କରାଯାଇଛି । ଏହା ମାଧ୍ୟମରେ ଜନସାଧାରଣଙ୍କୁ ୧୦୬୬ରୁ ଅଧିକ ସୁରକ୍ଷା ସୂଚନା ମିଳିବ । ଲୋକମାନଙ୍କର ବୁଝିଲା ଭଳି ଏହି ସୁରକ୍ଷା ସୂଚନା ଛୋଟ ଭିଡିଓ ଓ ଫଟୋ ମାଧ୍ୟମରେ ଉପଲବ୍ଧ । ସୂଚନା ଅନୁସାରେ @Cyber Dost ଟ୍ୱିଟର ହ୍ୟାଣ୍ଡେଲରେ ୩.୬୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । 

ଟ୍ୱିଟର ବ୍ୟତୀତ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ପାଇଁ କେନ୍ଦ୍ର ସରକାର ରେଡିଓ ମାଧ୍ୟମରେ ପ୍ରଚାର ଓ ପ୍ରସାର ଅଭିଯାନ ଜାରି ରଖିଛନ୍ତି । ଏହା ବ୍ୟତୀତ SMS ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଲେକମାନଙ୍କ ପାଖକୁ ୧୦୦କୋଟିରୁ ଅଧିକ SMS
ପଠାଯାଇସାରିଛି । 

I4C ଦ୍ୱାରା ସାଇବର ଅପରାଧ ରୋକିବା ପାଇଁ MyGovର ମଧ୍ୟ ଉପଯୋଗ କରାଯାଉଛି । ଏହାସହ ଛାତ୍ରଛାତ୍ରୀଙ୍କୁ ସାଇବର ଠକାମିରୁ ରକ୍ଷା କରିବାକୁ ତଥ୍ୟ ସମ୍ୱଳିତ ହ୍ୟାଣ୍ଡ ବୁକ୍ ପ୍ରଦାନ କରାଯାଇଛି । ସେହିପରି ସରକାରୀ ଅଫିସର ଏବଂ ପୋଲିସ କର୍ମୀଙ୍କୁ ମଧ୍ୟ ଜନସାଧାରଣଙ୍କର ସହାୟତା
କରିବାକୁ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ଦିଆଯାଉଛି । 

ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ @Cyber Dost ଉପଲବ୍ଧ:

Twitter: https://twitter.com/Cyberdost
Facebook: https://www.facebook.com/CyberDosti4C
Instagram:https://instagram.com/cyberdosti4c 
Telegram:https://t.mecyberdosti4c