Horrific Accident: ହୃଦୟ ବିଦାରକ: ତିନୋଟି ବସକୁ ପିଟିଲା ଟ୍ରକ, ଆଉ ତାପରେ କେବଳ ଥିଲା ଚିତ୍କାର...
Advertisement

Horrific Accident: ହୃଦୟ ବିଦାରକ: ତିନୋଟି ବସକୁ ପିଟିଲା ଟ୍ରକ, ଆଉ ତାପରେ କେବଳ ଥିଲା ଚିତ୍କାର...

Madhya Pradesh Road Accident: ଶନିବାର ସକାଳ ମଧ୍ୟପ୍ରଦେଶ ପାଇଁ ଥିଲା ଅଶୁଭ ସକାଳ। ସତନା ଜିଲ୍ଲାରେ ଶୁକ୍ରବାର ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ରୁ ଅଧିକ ଜୀବନ ଯାଇଥିବା ବେଳେ ୪୦ ଊର୍ଦ୍ଧ୍ୱ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

 

Horrific Accident: ହୃଦୟ ବିଦାରକ: ତିନୋଟି ବସକୁ ପିଟିଲା ଟ୍ରକ, ଆଉ ତାପରେ କେବଳ ଥିଲା ଚିତ୍କାର...

Horrific Accident ଭୋପାଳ: ମଧ୍ୟପ୍ରଦେଶବାସୀଙ୍କ (Madhyapradesh) ପାଇଁ ଶନିବାର ସକାଳ ଥିଲା ଅଶୁଭ। ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର (Horrific Accident) ଖବର ବ୍ୟାପିଥିଲା। ଶୁକ୍ରବାର (Friday) ସତନାରେ ହୋଇଥିବା  କୋହ୍ଲ ଜନଜାତିର (Kolha Tribal) ଶବରୀ ମହୋତ୍ସବରୁ ରିବା ଫେରୁଥିବା ତିନୋଟି ବସକୁ ଏକ ଟ୍ରକ ପିଟିଥିଲା। ଶୁକ୍ରବାର ରାତି ମୋହନିୟା ଟନେଲ ନିକଟ ବରଖଡ଼ା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମୃତାହତ ମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣାକୁ କୁହାଯାଇଛି। ତେବେ ତିନୋଟି ବସରେ ପ୍ରାୟ ୧୦୦ରୁ ଅଧିକ ଯାତ୍ରୀ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ସୂଚନା ରହିଛି।

ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୩୦ରୁ ଅଧିକ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହତଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ରାତି ପ୍ରାୟ ସାଢେ ୧୨ଟା ବେଳେ ରେୱାସ୍ଥିତ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଘେରି ରହିଥିଲେ ଏବଂ ଘଟଣା ସମ୍ପର୍କରେ କହିଥିଲେ। ସମସ୍ତ ଆହତଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସୁନିଶ୍ଚିତ କରିଛି।

ସିଦ୍ଧ ଜିଲ୍ଲାର ଏହି ଘଟଣାରେ ୧୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। କୁହାଯାଉଛି ଯେ ନିଜେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଏଠାରେ ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣା ସମ୍ପର୍କରେସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ସିଏମ୍ ଟୁଇଟ୍ କରି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି ଯେ ମୃତକମାନଙ୍କ ଆତ୍ମାକୁ ଶାନ୍ତି ମିଳୁ।ଏହି ଗଭୀର ଦୁଃଖ ସହିବାକୁ ସେମାନଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି। 

ସେହିପରି ଓଡ଼ିଶାର ଯାଜପୁର ଜିଲ୍ଲା ଚଣ୍ତିଖୋଲ(Chandikhol) ନେଉଳପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା( Accident) । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, କୋଲକତା ପଟୁ ଆସୁଥିବା ଏକ ମିନି ଟ୍ରକ ନେଉଳପୁର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ଏକ ଟ୍ରକୁ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଅଟକିଥିବା ଜଣାପଡ଼ିଛି ।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Also Read: ଚାକିରି କରୁଥିବା ଲୋକଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ଏହି ଦିନ ଆସିବ PF ସୁଧ ଟଙ୍କା, ଶ୍ରମ ମନ୍ତ୍ରୀ ଦେଲେ ସୂଚନା!