Jajpur Road Accident:ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ
Advertisement
Article Detail0/zeeodisha/odisha1585694

Jajpur Road Accident:ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Jajpur Road Accident: ଯାଜପୁର ଜିଲ୍ଲା ଚଣ୍ତିଖୋଲ ନେଉଳପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।

Jajpur Road Accident:ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

Jajpur Road Accident: ଯାଜପୁର ଜିଲ୍ଲା ଚଣ୍ତିଖୋଲ(Chandikhol) ନେଉଳପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା( Accident) । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, କୋଲକତା ପଟୁ ଆସୁଥିବା ଏକ ମିନି ଟ୍ରକ ନେଉଳପୁର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ଏକ ଟ୍ରକୁ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଅଟକିଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣାସ୍ଥଳରେ ପହଁଞ୍ଚି ଧର୍ମଶାଳ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ଏଥି୍ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

 

 

 

ଅଧିକ ଅପଡ଼େଟ ପାଇଁ ଯୋଡି଼ ହୋଇ ରୁହନ୍ତୁ...